ଦଳ ଡିଆଁ ପର୍ବରେ ସାମିଲ ହେବେ କି ବିଜେପି ସାଂସଦ ସୁରେଶ ପୂଜାରୀ?

2 1,084

ଝାରସୁଗୁଡା: ମମିତା ମେହେର ହତ୍ୟା ପ୍ରସଙ୍ଗରେ ଶାସକ ଦଳର ନେତା ଏବଂ ମନ୍ତ୍ରୀଙ୍କୁ ଯେଉଁଠି ପାରୁଛି ସେଇଠି ବିଜେପି ଏବଂ କଂଗ୍ରେସ ଅଣ୍ଡା ମାଡ ସହିତ କଳା ପତାକା ପ୍ରଦର୍ଶନ କରୁଛି। ନିଜେ ସାଂସଦ ସୁରେଶ ପୂଜାରୀ ମଧ୍ୟ ଏହାକୁ କଡା ବିରୋଧ କରିବା ସହିତ ନିନ୍ଦା କରୁଛନ୍ତି। ସେହିପରି ମୁଣ୍ଡ ଉପରେ ପଂଚାୟତ ନିର୍ବାଚନ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକୁ ବିଜେପି ବିରୋଧ କରିବା ସହିତ କେନ୍ଦ୍ରର ଆୟୁଷମାନ ଭାରତ ଯୋଜନାକୁ ଲାଗୁ କରିବାକୁ ବିଜେପି ଦାବି କରୁଛି। ହେଲେ ଏହି ଦାବି ଭିତରେ ବିଜେପି ସାଂସଦ ସୁରେଶ ପୂଜାରୀ ଟିକିଏ ବଦଳିଗଲା ପରି ଲାଗୁଛନ୍ତି ବୋଲି ସବୁଆଡେ ଚର୍ଚ୍ଚା।

ଏଭଳି ଚର୍ଚ୍ଚା ପଛର କାରଣ ହେଉଛି ଝାରୁସୁଗୁଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ ବେଳେ ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ନବଦାସ, ସୁଶାନ୍ତ ସିଂହଙ୍କ ସହିତ କିଶୋର ପଟେଲ ବସିଥିବା ମଂଚରେ ବସିଥିଲେ ସୁରେଶ ପୂଜାରୀ। ଏହି ଅବସରରେ ସେ ବରଗଡ କ୍ୟାନସର ହସ୍ପିଟାଲ ତିଆରି ପାଖରୁ ଅନେକ କାମକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଯାହାକୁ ଶାସକ ଦଳର ନେତା ଓ କର୍ମୀଙ୍କୁ ବେସ ସୁହାଇଛି। ହେଲେ ଏପରି ପ୍ରଶଂସା ରାଜ୍ୟ ବିଜେପିର ତଣ୍ଟିରେ କଣ୍ଟା ଭଳି ଲାଗିଛି । କୌଣସି ନେତା ଏହାକୁ ନେଇ ବୟାନ ଦେବାକୁ ସାମ୍ନାକୁ ଆସୁ ନାହାନ୍ତି। ଅନ୍ୟପଟେ ଝାରୁସୁଗୁଡା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି ସାଂସଦ ସୁରେଶ ପୂଜାରୀ ଜାଣିଥିବେ ସେ କାହିଁକି ମଂଚକୁ ଯାଇଥିଲେ । ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ସେ ଯାଇଥିବା ବୋଲି କହିଛନ୍ତି। ଯାହାକୁ ନେଇ ବିଜେପିରେ ସୁରେଶ ପୂଜାରୀ ଆଉ କେତେ ଦିନ ରହିବେ ସେ ନେଇ ଆଲୋଚନା ହେଉଛି।

ଯଦିଓ ରାଜ୍ୟରେ ବିଜେଡି ଏକ ନମ୍ବର ଦଳ ରହିଛି। ହେଲେ ଏହି ଦଳ ଏବେ ନେତା ଆମଦାନୀ କରିବାରେ ଲାଗିପଡିଛି। ବିରୋଧୀ ଦଳର ଅନେକ ତୁଙ୍ଗ ନେତାଙ୍କୁ ତରାଜୁରେ ମାପି ନିଜ ସପକ୍ଷରେ ଆଣି ବିରୋଧୀ ଶିବିରକୁ ଦୁର୍ବଳ କରିବାରେ ଲାଗିଛି । ତେଣୁ ଆଗାମୀ ଦିନରେ ସୁରେଶ ପୂଜାରୀ ବିଧାୟକ ଏବଂ ମନ୍ତ୍ରୀ ହେବା ଆଶା ରଖି ଦଳ ଡିଆଁ ପର୍ବରେ ସାମିଲ ହୋଇପାରନ୍ତି ବୋଲି ଗୋଟିଏ ପ୍ରକାର ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସ ନେତା ସୁର ରାଉତ ରାୟ କହିଛନ୍ତି ସୁରେଶ ପୂଜାରୀ ଗୋଟିଏ ପ୍ରହସନ କରୁଛନ୍ତି। ଆଉ ନିକଟରେ କଂଗ୍ରେସ ଛାଡି ବିଜଡିରେ ସାମିଲ ହୋଇଥିବା ପ୍ରଦୀପ ମାଝୀ କହିଛନ୍ତି, ଏହା ସରକାରଙ୍କ ଯୋଜନା । ଏଥିରେ ନିର୍ବାଚିତ ପ୍ରତିନିଧି ସାମିଲ ହେଲେ କୌଣସି ଅସୁବିଧା ନାହିଁ।

ତେବେ ସୁରେଶ ପୂଜାରୀ ଏହି ମଂଚରେ ସାମିଲ ହୋଇଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି, ଯେହେତୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ମଂଚରେ ଉପସ୍ଥିତ ନଥିଲେ ତେଣୁ ସେ ସାମିଲ ହୋଇଥିଲେ ବୋଲି କହିଛନ୍ତି।

ସବୁଠାରୁ ହାସ୍ୟାସ୍ପଦ କଥା ହେଲେ ଏହି କାର୍ଯ୍ୟକ୍ରମକୁ ଯେତେବେଳେ ମନ୍ତ୍ରୀ ନବ ଦାସ ଏବଂ ସୁଶାନ୍ତ ସିଂ ଆସୁଥିଲେ ସେତେବେଳେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯିବା ସହିତ ଅଣ୍ଡା ମାଡ ହୋଇଥିଲା।

2 Comments
  1. Estert says

    Your humor added a lot to this topic! For more information, click here: FIND OUT MORE. What do you think?

  2. free weight says

    Higһly energetic post, I liked hat bіt. Will there be a part 2?

    Stop by my webѕite free weight

Leave A Reply

Your email address will not be published.