କର୍କଟକୁ କରିହେବ ପରାସ୍ତ

cancer day

1 3

ODISHA DAILY: ଦିନ ଥିଲା କର୍କଟ ବା କ୍ୟାନସର ରୋଗ ବିଷୟରେ ଶୁଣିଲେ ସାଧାରଣରେ ଆତଙ୍କ ଖେଳିଯାଉଥିଲା। ପରିବାରରେ ଭୟର ବାତାବରଣ ଓ ଚିନ୍ତାର କାରଣ ସୃଷ୍ଟି ହେଉଥିଲେ। ଯାହା ପରିବାରେ କୌଣସି ସଦସ୍ୟ କ୍ୟାନ୍‌ସରେ ଆକ୍ରାନ୍ତ ହେଉଥିଲେ ସେହି ପରିବାର ଦୁଃଖରେ ଭାଙ୍ଗି ପଡ଼ୁଥିଲେ। ହେଲେ ବର୍ତ୍ତମାନ ଚିକିତ୍ସା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଘଟିଛି। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଲୋକଙ୍କ ମନରେ ଆଶା ସଂଚାର କରିଛି। ନିକଟରେ କେନ୍ଦ୍ର ସରକାର ତାଙ୍କ ଅନ୍ତରୀଣ ବଜେଟ୍‌ରେ ମହଳିାଙ୍କୁ କ୍ୟାନ୍‌ସରରୁ ମୁକ୍ତ ଲାଗି ସ୍ବତନ୍ତ୍ର ଟିକା ବ୍ୟବସ୍ଥା ଲାଗି ବଜେଟ୍‌ରେ ଅର୍ଥ ବରାଦ କରିଛନ୍ତି, ଏହା ନିଶ୍ଚିତ ଏକ ସ୍ବାଗତଯୋଗ୍ୟ ବିଷୟ। ସରକାର ଯେ ଦେଶକୁ ଏବଂ ଦେଶବାସୀଙ୍କୁ କ୍ୟାନସର ଚିନ୍ତାରୁ ମକ୍ତି ଲାଗି ଯୋଜନା କରୁଛନ୍ତି ଏହା ଏକ ଶୁଭ ଲକ୍ଷଣ।
ଉଲ୍ଲେଖନୀୟ ଯେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି। କର୍କଟକୁ ପରାସ୍ତ କରିବାର ମୁଖ୍ୟ ମାର୍ଗ ହେଉଛି, ଠିକ୍ ସମୟରେ ରୋଗ ଚିହ୍ନଟ। ଏଥିପାଇଁ ପ୍ରତିଟି ଲୋକଙ୍କୁ ରୋଗ ବାବଦରେ ସଚେତନ ହେବାର ଆବଶ୍ୟକ ରହିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବ୍ରୁଆରୀ ୪କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି।
କର୍କଟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ରୋଗ ବାବଦରେ ସଚେତନତା କରିବା। ଏହି ‌ରୋଗ କାହାକୁ ଆକ୍ରାନ୍ତ କରିବା ବିଷୟରେ ଅବଗତ କରାଇବା। କେଉଁ କେଉଁ ଲକ୍ଷଣରୁ କର୍କଟକୁ ଚହ୍ନଟ କରିହେବ ସେ ବିଷୟରେ ଲୋକଙ୍କୁ ସଚେତନ କରାଇବା। କେଉଁ ସମୟରେ ଡାକ୍ତରଙ୍କ ନିକଟକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବା ଏହା ହିଁ କର୍କଟ ଦିବସ ପାଳନ କରିବାର ଉଦ୍ଦେଶ୍ୟ। ସେହିପରି ଏହି ରୋଗକୁ ଭୟ ନକରି କିପରି ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରି ହେବ ସେ ସଂପର୍କରେ ସଚେତନ କରାଇବା। ରୋଗୀ ଅପେକ୍ଷା ଦେଖାଯାଏ କର୍କଟରେ ଆକ୍ରାନ୍ତ ସଦସ୍ୟଙ୍କ ପରିବାର ଲୋକ ଚିନ୍ତାରେ ଭାଙ୍ଗି ପଡ଼ନ୍ତି। ତେଣୁ ଏପରି ପରିସ୍ଥିତିରେ ସଂପୃକ୍ତ ପରିବାରର ମନୋବଳ କିପରି ଦୃଢ଼ କରାଯାଇ ପାରିବ ସେ ନେଇ ସ୍ବତନ୍ତ୍ର ପରାମର୍ଶ ଏବଂ ସଚେତନ କରାଇବାର ଆବଶ୍ୟକତା ରହିଛି। ବିଜ୍ଞାନର ଅଗ୍ରଗତି ଫଳରେ କର୍କଟ ଚିକିତ୍ସା ଉପଲବ୍ଧ ହୋଇପାରିଛି। କିନ୍ତୁ ବିଳମ୍ବରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ଫଳପ୍ରଦ ହେବାର ଆଶା କ୍ଷୀଣ ହୋଇଯାଏ। ତେଣୁ ଲୋକଙ୍କୁ ରୋଗ ବାବଦରେ ସଚେତନ କରାଇବା ପାଇଁ ବିଶ୍ବ କର୍କଟ ଦିବସ ପାଳନ କରାଯାଏ।
ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ଏକ ବିଷୟବସ୍ତୁ ବା ଥିମ୍ ଉପରେ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ‘କର୍କଟ ଯତ୍ନ ବ୍ୟବଧାନକୁ ଏଡାନ୍ତୁ’ ରହିଛି। ଏହି ବିଷୟବସ୍ତୁ କର୍କଟର ପ୍ରାରମ୍ଭିକ ଚିକିତ୍ସାକୁ ଆହ୍ୱାନ କରୁଛି। ରୋଗର ଲକ୍ଷଣ ପ୍ରତି ସଚେତନ ରହି ସଠିକ୍ ସମୟରେ ଚିକିତ୍ସା କରାଇପାରିଲେ କର୍କଟକୁ ମଧ୍ୟ ମାତ୍ ଦେଇ ହେବ।

1 Comment
  1. Iola_F says

    I was reading through some of your posts on this internet site and
    I believe this internet site is real instructive! Keep posting.Blog money

Leave A Reply

Your email address will not be published.