ଜଣେ ଦ୍ବିତୀୟ ଈଶ୍ବରଙ୍କ ସହ କେଇ ପଦ କଥା

1 70

♤●ଶୁଭେନ୍ଦୁ ଭୂୟାଁ.ବରିଷ୍ଠ ସାମ୍ବାଦିକ

ଏ ପୃଥିବୀର ଭିନ୍ନ ଭିନ୍ନ କ୍ଷେତ୍ରରେ ବହୁ ପ୍ରକାରର ମଣିଷଙ୍କ ସହ ଭେଟ ହୁଏ , କେବେ କେବେ । ଭିନ୍ନ ଭିନ୍ନ ବୃତ୍ତି, ପ୍ରବୃତ୍ତି ଓ ମୂଲ୍ୟବୋଧକୁ ନେଇ ଗଢା ମଣିଷଙ୍କ ଚିତ୍ର ଓ ଚରିତ୍ର ମାନଙ୍କ ସହ ଦେଖା ସାକ୍ଷାତ ହୁଏ , ଆକସ୍ମିକ ଭାବେ ।। ମୋର ମନେହୁଏ, ଏ ଭେଟଘାଟ ଜମା ଆକସ୍ମିକ ନୁହେଁ- ବରଂ ତାହା ଦୈବ ପ୍ରେରିତ ।
ତେବେ ସାଂପ୍ରତିକ ସମୟରେ ଆମ ଚିକିତ୍ସାଜଗତରେ ଆତଯାତ ହେଉଥିବା ଏଇ #ଦ୍ୱିତୀୟ #ଭଗବାନ ମାନେ ସେମାନଙ୍କର ନିଜସ୍ୱ ଚରିତ୍ର, ସ୍ୱଭାବ ଓ ଆଚରଣ-ଉଚ୍ଚାରଣ ଦ୍ଵାରା ଜନମାନସରେ ନିଜ ପାଇଁ ଏକ ବିଶେଷ ଏବଂ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ।। ସାଧାରଣ ଲୋକଙ୍କ ପାଖରେ ଏଇ ବୈଦ୍ୟ – ନାରାୟଣମାନେ #ଦେବଦୂତ କିମ୍ବା #ଯମଦୂତ ଭାବରେ ମଧ୍ୟ ଏକ ନିଜସ୍ୱ ପରିଚୟ ଗଢିବାରେ ହୁଏତ ସଫଳ/ ବିଫଳ ହୋଇଥାନ୍ତି ।।
ଆଜି ସକାଳେ, ଦେଶ ବିଦେଶରେ ଜଣେ ବିଖ୍ୟାତ ସ୍ତ୍ରୀ ଓ ପ୍ରସୂତି ରୋଗର ଅଦ୍ୱିତୀୟ ଧନ୍ୱନ୍ତରୀ ଭାବେ ବେଶ ପରିଚିତ ମହାନ୍ ଚିକିତ୍ସକ ପ୍ରଫେସର #ଡାଃ #ପି #ସି #ମହାପାତ୍ର ( #ଡାକ୍ତର #ପୂର୍ଣ୍ଣଚନ୍ଦ୍ର #ମହାପାତ୍ର)ଙ୍କ ସହ ସାକ୍ଷାତର ସୁଯୋଗ ପାଇଥିଲି ।। ଡାକ୍ତର ମହାପାତ୍ର ଏସିଆ ମହାଦେଶର 10 ଜଣ ଶ୍ରେଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗର ବିଶେଷଜ୍ଞ ଚିକିତ୍ସକ ଭିତରୁ ଜଣେ ବୋଲି ଗଣା ହୁଅନ୍ତି ।।
କଟକ ସିଡିଏ ସେକ୍ଟର-9 ରେ ସେ ନିଜ ଝିଅ ଡାକ୍ତର ପ୍ରାଚୀ ପି ମହାପାତ୍ର ନାମରେ ଖୋଲିଛନ୍ତି ଏକ ବିଶାଳ, ଭବ୍ଯ ଓ ଅତ୍ୟାଧୁନିକ ହସପିଟାଲ ||
ଆଜିର ଦିନରେ ତାଙ୍କ ପାଖରେ ପ୍ରାୟ 85 ରୁ ଉର୍ଦ୍ଧ୍ବ ରୋଗୀ ସକାଳୁ ନାମ ପଂଜୀକରଣ କରିଥିବା ଦେଖିଲି ।। କେବେ କେବେ ଏ ସଂଖ୍ୟା 100 ମଧ୍ୟ ଟପିଯାଏ ବୋଲି କହିଥିଲେ–ତାଙ୍କ ହସପିଟାଲର ଜଣେ ମ୍ୟାନେଜର ଧଳବାବୁ ।।
ମୋ ପାଇଁ ସବୁଠାରୁ ବଡ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା- ଯେତେବେଳେ ସେ ମ୍ୟାନେଜର ଜଣକ କହିଲେ ଯେ, ସାର୍ ରୋଗୀମାନଙ୍କୁ ବିନା ମୂଲ୍ୟରେ ହିଁ ଦେଖିଥାନ୍ତି । ଏଥିପାଇଁ ସେ କାହାଠାରୁ ଟଙ୍କାଟିଏ ମଧ୍ୟ ଫିସ୍ ନିଅନ୍ତି ନାହିଁ ।। ଏହା ଶୁଣି ମୁଁ ନିଜକୁ ବିଶ୍ଵାସ ବି କରିପାରିଲି ନାହିଁ । ଡାକ୍ତର ମହାପାତ୍ର ମଧ୍ୟ ସାକ୍ଷାତ ଅବସରରେ ଏ କଥା ସ୍ପଷ୍ଟ କରିଦେଇଥିଲେ ।।
ଆଜିର ଦିନରେ ମୁଁ ଦେଖିଛି, କଟକ ଓ ଭୁବନେଶ୍ଵରର ବଡ ବଡ ଡାକ୍ତରଖାନାରେ କାମ କରୁଥିବା ସରକାରୀ ଡାକ୍ତରବାବୁ ମାନେ ମଧ୍ୟ ନିଜ ନିଜ କ୍ଲିନିକ କିମ୍ବା ଅନୁବଂଧିତ ଘରୋଇ ନର୍ସିଂହୋମରେ 500/1000 ଟଙ୍କା ରୋଗୀ ଦେଖା ଫିସ୍ ନେଉଛନ୍ତି ।। ଯାବତୀୟ ପରୀକ୍ଷା-ନିରୀକ୍ଷା ବି ନିଜ ନିଜ ଘରୋଇ ନର୍ସିଂହୋମରେ କରାଇ, ନିଜ ଔଷଧ ଦୋକାନରୁ ମଧ୍ୟ ଔଷଧ ବିକି ପୁଳା ପୁଳା ଟଙ୍କା ରୋଜଗାର କରୁଛନ୍ତି ।। ପ୍ରତିଦିନ ସରକାରୀ ବଡ ଡାକ୍ତରଖାନାକୁ ଆସୁଥିବା ରୋଗୀଟି କିଭଳି ଘରୋଇ ନର୍ସିଂହୋମର ଜଘନ୍ୟ ଦଲାଲ ଓ ଲୋଭୀ ଡାକ୍ତରଙ୍କ ହାତରେ ପଡି ହୀନସ୍ତା ଭୋଗୁଛି, ତାହା ତ ନିତି ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି !! ଏଭଳି ସମୟରେ ପୂର୍ଣ୍ଣ ମହାପାତ୍ରଙ୍କ ଭଳି ଜଣେ ଜଗତବିଖ୍ୟାତ ଡାକ୍ତର ବିନା ଫିସରେ ରୋଗୀଙ୍କୁ ଦେଖିବା- ଏକ
ବିରଳ ଓ ଅପୂର୍ବ ଘଟଣା ନୁହେଁ କି ??
××× ××× ××× ××× ××× ××× ×××
କେଇବର୍ଷ ତଳେ, ଡାକ୍ତର ମହାପାତ୍ରଙ୍କୁ ଭେଟିବାକୁ ଦିନେ ରାତିରେ ସିଡିଏ-6 ରେ ଥିବା ତାଙ୍କ ପୁରୁଣା ପ୍ରାଚୀ ନର୍ସିଂହୋମକୁ ଯାଇଥିଲି ।। ଦେଖିଥିଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ, ଦୁଇଟା ଯାଏଁ ବି, ସେ ରୋଗୀ ଦେଖୁଛନ୍ତି ଏବଂ ପିଂମୁଡିମାନଙ୍କର ଭିଡ ଭଳି ରୋଗୀମାନେ ଭିଡ ଲଗାଇଛନ୍ତି ସେଠାରେ । ଏତେ ରାତିରେ ବି ଜଣେ ଡାକ୍ତର ରୋଗୀ ଦେଖୁଛନ୍ତି ଏବଂ ରୋଗୀ ବି ଅପେକ୍ଷା କରିଛନ୍ତି !! ମୋତେ ସେତେବେଳେ ସେ କହିଥିଲେ ଯେ- ଆପଣ ଯେଉଁ ରୋଗୀଙ୍କୁ ମୋ ପାଖକୁ ପଠାଇବେ-‘ମୋତେ ଫୋନରେ କହିଦେବେ। ମୁଁ ସେମାନଙ୍କୁ ବିନା ଫିସ୍ ରେ ଦେଖିବି । କଟକ ବଡ ଡାକ୍ତରଖାନାରେ ସେତେବେଳେ ସେ ସ୍ତ୍ରୀ ଓ ପ୍ରସୂତି ରୋଗର ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ।। ସେତେବେଳେ ସେ ଫିସ୍ ବାବଦରେ ମାତ୍ର 200ଟଙ୍କା ନେଉଥିଲେ ଏବଂ ଏବେ ପ୍ରାୟ 14 ମାସ ହେଲା 2020 ଜାନୁଆରୀ ମାସରୁଇ ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ବିନା ମୂଲ୍ୟରେ ଚିକିତ୍ସା ପରାମର୍ଶ ଦେଉଛନ୍ତି ।। ଜଣେ ସହାୟକ କହିଲେ, ଦିନେ ରୋଗୀ ଦେଖୁ ଦେଖୁ ରାତି ପ୍ରାୟ 12ଟା ହୋଇଗଲା । କାମ ସାରି ଡାକ୍ତର ମହାପାତ୍ର ଘରକୁ ଗଲେ, ହଠାତ୍ ରାତି 2ଟା ବେଳେ ପ୍ରସବ ଲାଗି ଜଣେ ଗୁରୁତର ପ୍ରସୂତି ରୋଗୀ ତାଙ୍କ ଡାକ୍ତରଖାନାରେ ଆସି ପହଂଚିଲେ । ପୁଣି ଡାକ୍ତର ମହାପାତ୍ରଙ୍କୁ ଡକାଗଲା ଏବଂ ସେ ଜରୁରୀ ଅପରେସନ୍ କରି ନବବିବାହିତା ବୋହୂ ଓ ତାର ପ୍ରଥମ ସନ୍ତାନଟିର ଜୀବନ ରକ୍ଷାକଲେ । କାମ ସରୁ ସରୁ ଭୋର୍ 4ଟା ବାଜିଗଲା ଏବଂ ଡାକ୍ତର ବିଶ୍ରାମ ନେବାକୁ ଘରକୁ ଗଲେ । ସାକ୍ଷାତ ବେଳେ ପୂର୍ଣ୍ଣ ବାବୁ ନିଜ ଜୀବନର ଅନେକ ସେବା ଓ କଲ୍ୟାଣ ମୂଳକ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଲେ । ସେ ନିଜେ ଏବେ ସଖା ନାମକ ଅନୁଷ୍ଠାନ ଜରିଆରେ 30ଜଣ ଅସହାୟ ପୁରୁଷ ଓ ମହିଳାଙ୍କୁ ଥଇଥାନ କରିଥିଲାବେଳେ ପାଗିଳୀମାନଙ୍କୁ ନେଇ ଅନ୍ୟ ଏକ ଆଶ୍ରୟ ନିବାସ ମଧ୍ୟ ପରିଚାଳନା କରୁଛନ୍ତି ।। ଡାକ୍ତର ମହାପାତ୍ର ମଧ୍ୟ ଜଣେ ସରଳ, ଅମାୟିକ, ବେଶ ସାଧାସିଧା ପ୍ରକୃତିର। ବେଶପୋଷାକ ମଧ୍ୟ ଆଡମ୍ବରଶୂନ୍ୟ ।
କଟକ ବଡ ଡାକ୍ତରଖାନାର ଚର୍ମରୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡା ହରୀଶ୍ ଚନ୍ଦ୍ର ମହାନ୍ତି, ବର୍ତ୍ତମାନ ମେଡିସିନ- ରୁମାଟୋଲୋଜି ବିଭଗର ମୁଖ୍ୟ ପ୍ରଫେସର ବିଦ୍ୟୁତ ଦାସ , ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ନୀଳମାଧବ ରଥ, ସଂବଲପୁରର ଡାକ୍ତର ରାମଚଂଦାନୀ ଦଂପତ୍ତି ଙ୍କ ଭଳି ଅନେକ
ଅନେକ ସେବା ପରାୟଣ ଚିକିତ୍ସକମାନଙ୍କର ସମର୍ପିତ ସେବା- ସାଧନାର ତ ତୁଳନା ନାହିଁ !! ଏମାନେ ଯଥାର୍ଥରେ ବୈଦ୍ୟ ନାରାୟଣ ହରି ।। ସାକ୍ଷାତ ଭଗବାନ୍ ।।
ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ହେଉଛନ୍ତି ଏଇଭଳି ଧରଣର ଜଣେ ମହାନ ମଣିଷ । ଏମାନେ ହିଁ ଯଥାର୍ଥରେ ଜଣେ ଜଣେ ବୈଦ୍ୟ- ନାରାୟଣ ଭାବରେ ସମ୍ମାନ ପାଇବାକୁ ଯୋଗ୍ୟ ।। ଓଡିଶାର ଏହିଭଳି ଆଉ କେତେକ ଦେବଦୂତ ଶ୍ରେଣୀର ମଣିଷ ମାନଙ୍କ ସଂପର୍କରେ ପରେ, ଆଲୋକପାତ କରିବି ।। ଦେବଦୂତମାନଙ୍କ ଭଳି ରାଜ୍ୟରେ ଆଉ କେଇଜଣ ଅର୍ଥ , ପ୍ରତିଷ୍ଠା ଓ ଯଶ କାଙ୍ଗାଳ ଯମଦୂତ ଶ୍ରେଣୀର ଡାକ୍ତର ବି ଅଛନ୍ତି- କଟକ ସହରରେ ଓ ରାଜ୍ୟର ବିଭିନ୍ନ ସ୍ଥାନରେ । ସେମାନଙ୍କ କଥା ନକହିବା ବେଶ ଭଲ ।। କେଇମାସ ତଳେ ଭୁବନେଶ୍ବରର ଏକ ପ୍ରତିଷ୍ଠିତ ମିଡିଆ ହାଉସ୍ କୋଭିଡ ସମୟରେ ଉତ୍ସର୍ଗୀକୃତ ଭାବେ କାମ କରିଥିବା ବିଭିନ୍ନ ବର୍ଗର ପ୍ରକୃତ ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ । ଏଥିରେ କଟକସହରର ଜଣେ ମହାନ ଯୋଗାଡିଆ ଡାକ୍ତର ମହୋଦୟଙ୍କ ନାମ ନଥିଲା ।। ପୁରସ୍କାର କାହିଁକି ପାଇଲେ ନାହିଁ ବୋଲି ସେ ଯେମିତି ବିକଳ ହେଉଥିଲେ- ତାହା ଶୁଣି ମୁଁ ଚକିତ ହୋଇଥିଲି ।। ××× ×××
ଆଜିର ସାକ୍ଷାତ ଅବସରରେ ଓଡିଶାର ସୁପରିଚିତ ରୁଚି ଶିଳ୍ପୋଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ ।। ଉଦଯୋଗୀ ମଣିଷ ଡକ୍ଟର ସାହୁଙ୍କ ଉପରେ 100ଜଣ ବିଶିଷ୍ଟ ଓଡିଆ ଲେଖିଥିବା ଏକ ସୁନ୍ଦର ଏବଂ ସଂଗ୍ରହଣୀୟ ପୁସ୍ତକ #ଶରତ #ଶତମ୍ ଉପହାର ଭାବେ ଦେଇଥିଲି ଡାକ୍ତର ମହାପାତ୍ରଙ୍କୁ ।।
ଓଡିଶା ଚିକିତ୍ସା ଜଗତର ଏହି ସୁବିଖ୍ୟାତ ପ୍ରତିଭାଙ୍କୁ ସଶ୍ରଦ୍ଧ ପ୍ରଣାମ ଏବଂ ପ୍ରଣାମ ।।

1 Comment
  1. Bernadine K says

    Very interesting information!Perfect just what I was looking for!Expand blog

Leave A Reply

Your email address will not be published.