ମମିତା-ଗୋବିନ୍ଦ-ଦିବ୍ୟଶଙ୍କର, ବିଜୟ ମହାପାତ୍ରଙ୍କ ପାଖରେ ସମସ୍ତ ତଥ୍ୟ !

'ଗୋବିନ୍ଦ ସାହୁ ବାରାକରେ ଥିବା ବେଳେ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି'

0 8

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ଆଉ ଏକ ସାଙ୍ଘାତିକ ଖୁଲାସା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ମମିତା ଓ ଗୋବିନ୍ଦ ସାହୁଙ୍କ ସହିତ ଥରେ କି ଦୁଇ ଥର ନୁହେଁ ବରଂ ତିନି ଥର ବୁଝାମଣା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ଏହି ମାମଲାରେ ଗୋବିନ୍ଦ ସାହୁ ପୁଲିସ ବାରାକରେ ଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଫୋନରେ କଥା ହୋଇଛି ବୋଲି ବିଜୟ ମହାପାତ୍ର କହିଛନ୍ତି। ଆଉ ଆଗକୁ ଅନେକ କଥା ସାମ୍ନାକୁ ଆସିବ  ବୋଲି ସେ କହିଛନ୍ତି ।

ଗୋବିନ୍ଦ ସାହୁ ବାରକାରେ ଥିବା ବେଳେ ଲାଇନ୍ କଟି ଯାଇଥିଲା । ଆଉ ଜଣେ ପେଶାଦାର ଅପରାଧୀ ଷ୍ଟାଇଲରେ ମଉକା ଦେଖି ଗୋବିନ୍ଦ ସାହୁ ଖସି ପଳାଇଥିବା । କିନ୍ତୁ ଦିବ୍ୟଶଙ୍କର ମିଶ୍ର ଉଭୟ ଗୃହ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ହୋଇଥିବାରୁ ଗୋବିନ୍ଦଙ୍କୁ ସୁରକ୍ଷା ଦେବାକୁ ଯାଇ ମନ୍ତ୍ରୀ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ଅଭିଯୋଗ ଉଠୁଛି । ଆଉ ଏବେ ବିଜୟ ମହାପାତ୍ର କହିଛନ୍ତି, ଗୋବିନ୍ଦ ସାହୁ ବାରାକରେ ଥିଲାବେଳେ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଆଗକୁ ଆହୁରି ବିସ୍ପରୋକ ତଥ୍ୟ ଆସିବ ।

ବିଜୟ ମହାପାତ୍ର କହିଛନ୍ତି, ଯେଉଁ ପ୍ରଶ୍ନ ଉଠିଛି ତା ଉତ୍ତର କେହି ଦେଉନାହାନ୍ତି। ସମସ୍ତେ ନିରବ ଅଛନ୍ତି। ରାୟପୁରରେ ମନ୍ତ୍ରୀଙ୍କ ବୈଠକକୁ ନେଇ ପ୍ରଥମେ ବିଜୟ ମହାପାତ୍ର କହିଥିଲେ । ହେଲେ ଏହାପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯେଉଁ ବିବୃତ୍ତି ରଖିଛନ୍ତି ଏ ନେଇ କୌଣସି ବିବୃତ୍ତି ରଖି ନାହାନ୍ତି କି ବିଜେଡିର ଛାମୁଆ ନେତା ମଧ୍ୟ ରାୟପୁର ପ୍ରସଙ୍ଗରେ ନିରବ ରହିଛନ୍ତି । ସେହିପରି ତଦନ୍ତକାରୀ ପୁଲିସ ମଧ୍ୟ ଏପ୍ରସଙ୍ଗରେ ନିରବ ରହିଛନ୍ତି।

ବିଜୟ ମହାପାତ୍ର ରାୟୁପର ପ୍ରସଙ୍ଗରେ କହିଛନ୍ତି ରାୟପୁରରେ ଥରେ ନୁହେଁ ତିନି ଥର ବୈଠକ ହୋଇଥିଲା। ମାତ୍ର ଦୁଇ ପୃଷ୍ଠା ଖୋଲାଯାଇଛି। ଆଉ ବହୁତ ପୃଷ୍ଠା ବାକି ଅଛି।

ଆଜି କଂଗ୍ରେସ ବିଧାୟକ ସାଲୁଜା ମଧ୍ୟ କହିଛନ୍ତି, ପେନଡ୍ରାଇଭ ଓ ଲାପଟପ ମିଳିଛି ମାତ୍ର ତାହାର ଖୁଲାସା ପୋଲିସ କରୁ ନାହିଁ । ଏହି ପେନ ଡ୍ରାଇଭ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡଲ ରହିଛି ତେଣୁ ପୋଲିସ ଏହାକୁ ଲୁଚାଉଛି ।

Leave A Reply

Your email address will not be published.