କେଉଁ କାରଣରୁ ତେଲ ଦର କମାଇଲେ ମୋଦୀ ସରକାର?

0 50

ଭୁବନେଶ୍ୱର: କେନ୍ଦ୍ରର ମୋଦୀ ସରକାର ଦୀର୍ଘ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି କମାଇଛନ୍ତି। ଶାସକ ଦଳ ବିଜେପି ନେତା କହୁଛନ୍ତି ଦୀପାବଳି ଉପରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର। ହେଲେ ବିରୋଧୀ କଂଗ୍ରେସ କହିଛି ଉପନିର୍ବାଚନରେ ଦରଦାମ ବୃଦ୍ଧିର ଜବାବ ଦେଇଛନ୍ତି ଲୋକେ । ଯାହାର ପରିଣାମ ଉତ୍ତର ଭାରତ ଉପନିର୍ବାଚନରେ ବିଜେପି ପରାଜିତ ହୋଇଛି। ଆଗକୁ ୟୁପି, ଉତ୍ତରାଖଣ୍ଡ, ପଂଜାବ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ତେଣୁ ବେଳ ଥାଉ ସାବଧାନ ହୋଇଛି କେନ୍ଦ୍ର, ନେଡି ଗୋଡ କହୁଣୀକୁ ନବୋହି ଯାଉ ଭାବି କେନ୍ଦ୍ର ସରକାର ଉପନିର୍ବାଚନ ଫଳାଫଳ ପରଦିନ ଏପରି ନିଷ୍ପତ୍ତି ନେଇଛନ୍ତି।

ଓଡିଶାରେ ମଧ୍ୟ ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଥିଲା ଶାସକ ଦଳ ବିଜେଡି । ରବିବାର ପାଖରୁ ରାଜଧାନୀରେ ପ୍ରତିଦିନ ଦରଦାମ ବୃଦ୍ଧିକୁ କେନ୍ଦ୍ର କରି ବିରୋଧୀ ବିଜେପିକୁ କଡା ଜବାବ ଦେଇଥିଲା ବିଜେଡି । ତେଣୁ ଏବେ ବାଧ୍ୟ ହୋଇ କେନ୍ଦ୍ର ଦରଦାମ କମାଇଛି ବୋଲି ବିଜେଡି ବିଧାୟକ ବ୍ୟୋମକେଶ କହିଛନ୍ତି।

ସେ କହିଛନ୍ତି ବିଜେଡି ଆନ୍ଦୋଳନ ତୀବ୍ର ହେବାରୁ କେନ୍ଦ୍ର ଏପରି ନିଷ୍ପତ୍ତି ନେଇଛନ୍ତି। ଦର ହ୍ରାସ 33 ପ୍ରଡସିଷ୍ଟ ଓଡ଼ିଶା ସତକର ବହନ କରୁଛନ୍ତି। 3.30 ପେଟ୍ରଲ ଓ 1.65 ଡିଜେଲ ରାଜ୍ୟ ଭାଗ ରହିଛି। ନବୀନ ସରକାର 6.30 ପେଟ୍ରୋଲ 4.65 ଡିଜେଲ ଦର ଓଡ଼ିଶା ସରକାର କମାଇଛନ୍ତି। ଏଥିପାଇଁ ମୋଟ୍ 2000 କୋଟି କ୍ଷତି ହେବ ରାଜ୍ୟର। ସାରା ଦେଶରେ ସବୁଠାରୁ କମ ଦର ଓଡିଶାର ବୋଲି କହିଛନ୍ତି।  ଆସନ୍ତାକାଲିଠାରୁ ଯୁବ ଓ ଛାତ୍ର ଆନ୍ଦୋଳନ 10 ଦିନ ପାଇଁ ସ୍ଥଗିତ ରହିଲା। ଏହି ଅବଧି ଭିତରେ ଏଲପିଜି ଦର ନକମିଲେ ଆନ୍ଦୋଳନ ଆହୁରି ଜୋରଦାର ହୋଇ ପଞ୍ଚାୟତ ଯାଏ ଯିବ ବୋଲି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି।

ସେହିପରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ବହୁତ ବଡ଼ ବୋଝ ପଡିଛି। ଟିକାକରଣରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି କୋଭିଡ ପରବର୍ତ୍ତୀ ସ୍ଥିତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ହେଲେ ଲୋକଙ୍କ ଉପରେ ଅଧିକ ବୋଝ ପଡିବାରୁ ମୋଦୀ ସରକାର ଏକ୍ସାଇଜ ଡ୍ୟୁଟି କମାଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ଓଡିଶା ସରକାର ଭାଟ କମାଇଥିବାରୁ ଧନ୍ୟବାଦ ଦେଇଛନ୍ତି। ବିଜେପି ଶାସିତ ରାଜ୍ୟ ଭାଟ କମାଇବାରୁ ଚାପରେ ନବୀନ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ତେବେ ଉପନିର୍ବାଚନରେ ପରାଜୟ ପାଇଁ ଏପରି ନିଷ୍ପତ୍ତି ନେଇଛି କି କେନ୍ଦ୍ର ବୋଲି ଏହାର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଇକୋନମିକ ଆଡ଼ଜଷ୍ଟମେଣ୍ଟ କୁ ରାଜନୀତିକ ଦୃଷ୍ଟିକୋଣରୁ ନଦେଖିବା ଭଲ। କୋଭିଡ ବେଳେ ବି ଦେଶରେ ବିକାଶ କାମ ବାଧାପ୍ରାପ୍ତ ହୋଇନି। ରାଜକୋଷରୁ ବ୍ୟାପକ ଖର୍ଚ୍ଚ ହୋଇ ଲୋକଙ୍କ ବିକାଶ ପାଇଁ ମନରେଗାରେ କାମ ଦିଆଯାଇଛି। ବ୍ୟାପକ ଅର୍ଥ ଆବଶ୍ୟକତା ପଡୁଥିଲା ବିକାଶ ମୂଳକ କାମ ପାଇଁ।

Leave A Reply

Your email address will not be published.