ଦିଦି ବୁଝିଗଲେ ‘ଏକଲା ଚୋଲୋ’ ସମ୍ଭବ ନୁହେଁ

2 165

ପାଣାଜି: ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ଯେଉଁ ଥାଳିରୁ ଖାଇବେ ସେହି ଥାଳିରେ ଛେପ ପକାଇବେ । ଏବେ ଏପରି କରି ଗୋଆରେ ପରିଣତି ଭୋଗିଛି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ବା ଟିଏମସି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ବିଜୟୀ ହେବା ପରେ ବିଭିନ୍ନ ରାଜ୍ୟରେ ପଦ ଚିହ୍ନ ରଖିବାକୁ ଟିଏମସି ନିଷ୍ପତି ନେଇଛି ।ଏହି ଆଧାରରେ ଗୋଆରେ ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛି । କିନ୍ତୁ ଏଠାରେ ଦଳ ତୃଣମୂଳ ସ୍ତରରୁ ଉପରକୁ ଉଠିବ । ତେଣୁ ରାଜ୍ୟରେ ଦଳ ମଜବୁତ ହେବାକୁ ଯାଇ ଏକଦା ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ପୂର୍ବତନ ଦଳ କଂଗ୍ରେସର ନେତା ମାନଙ୍କୁ ନିଜ ଦଳକୁ ଆମଦାନୀ କରିଥିଲା । ଅନେକ ବିଧାୟକଙ୍କୁ ଦଳରେ ସାମିଲ କରାଇ ଗୋଆରେ ଟିଏମସି ନିଜର ଶକ୍ତି ପ୍ରଦର୍ଶନ କରିଥିଲା । କିନ୍ତୁ ପରେ ପରେ ଅନେକ କଂଗ୍ରେସ ନେତା ଟିଏମସିକୁ ବିଭାଜନକାରୀ ଦଳ କହି ଇସ୍ତଫା ଦେଉଛନ୍ତି । ଆଉ ଗୋଆରେ ଏବେ ଟିଏମସିର ଛବି ପୂର୍ବ ପରି ଚମକ ନାହିଁ ।

ଏହାରି ଭିତରେ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଆଉ ଟିଏମସି କଂଗ୍ରେସ ସହିତ ମେଂଟ କରିବାକୁ ଇଛା ପ୍ରକାଶ କରିଛି । କିନ୍ତୁ ଏବେ କଂଗ୍ରେସ ଦିଦିଙ୍କ ପାର୍ଟି ସହିତ ମେଂଟ କରିବ କି ନାହିଁ ପ୍ରସ୍ତାବରେ ଉତ୍ତର ଦେଇନି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ ଉଭୟ ମମତା ଏବଂ ତାଙ୍କ ଦଳର ନିର୍ବାଚନ ରଣନୀତିଜ୍ଞ କଂଗ୍ରେସର ହାଇକମାଣ୍ଡଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିିଥିଲେ । ଏମିତିକି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବ୍ୟକ୍ତିଗତ ଆକ୍ଷେପ କରିଥିଲେ ।

କାହିଁକି ଦିଦି ମାଗିଲେ ହାତର ସହଯୋଗ ?

  • ରାଜ୍ୟର ନୂଆ ରାଜନୈତିକ ଦଳ ଟିଏମସି
  • ବିଭିନ୍ନ ରାଜନୈତିକ ଦଳ ସହ ମିଶି ଟିଏମସି ମେଂଟ କରିଛି
  • ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଟିଏମସି ପାଖରେ ନେତା ନାହାନ୍ତି
  • କଂଗ୍ରେସ ପାଇଁ ୧୬-୧୮ ଆସନ ଦେବାକୁ ଟିଏମସି ରାଜି
  • ଏମଜେପିକୁ ୯ଟି ଆସନ ଦେବାକୁ ରାଜି
  • ଏମଜେପିର ଗୋଟିଏ ସିଟକୁ କଂଗ୍ରେସ ଚାହୁଁଛି, ମେଂଟ ଦୃଷ୍ଟିରୁ ସେହି ସିଟକୁ ଦେବାକୁ ପ୍ରସ୍ତୁତ କହିଲା ଟିଏମସି
  • ଟିଏମସ କହିଲା ଗୋଆରେ ଟିଏମସି-କଂଗ୍ରେସ ସମାନ ସିଟରେ ନିର୍ବାଚନ ଲଢିପାରନ୍ତି
  • ଉଭୟ ଦଳ ଏକାଠି ହେଲେ ଶାସକ ବିଜେପିକୁ ଚେକ୍ ଦେଇ ହେବ କହିଲା ଟିଏମସି

କାହିଁକି ଜବାବ ଦେଉନି କଂଗ୍ରେସ ?

ଜଣେ କଂଗ୍ରେସ ନେତା କହିଛନ୍ତି, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ । ଗୋଟିଏ ନୂଆ ଦଳ ଭାବେ ଟିଏମସିକୁ ଦେବା ପାଇଁ କଂଗ୍ରେସ ପାଖରେ କିଛି ନାହିଁ । ରାଜ୍ୟରେ ଅନ୍ୟତମ ନୂଆ ରାଜନୈତିକ ଦଳ ଆପ୍ ସହିତ ଟିଏମସିର ମେଂଟ ନେଇ କଂଗ୍ରେସ ଆଶ୍ୱସ୍ତ ନୁହେଁ ।ସେ ଆହୁରି କହିଛନ୍ତି, ଟିଏମସିର ବୟାନବାଜିକୁ ନେଇ କଂଗ୍ରେସ ହାଇକମାଣ୍ଡ ବହୁତ ଦୁଃଖିତ । ଗୋଆରେ ଆମ ବିଧାୟକଙ୍କୁ ନେଇ ଟିଏମସି ନିଜର ମୂଳଦୁଆ ପକାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଆମ ଦଳକୁ ଭାଙ୍ଗିବା ପରେ ଆମ ସହିତ ମେଂଟ ଚାହୁଁଛି ଟିଏମସିା

2 Comments
  1. Evelynt says

    Very well written! The points discussed are highly relevant. For further exploration, I recommend visiting: LEARN MORE. Keen to hear everyone’s opinions!

  2. Shasta-R says

    Very interesting topic, regards for putting up.Money from blog

Leave A Reply

Your email address will not be published.