କ୍ରକେଟ୍‌ରେ ରାହୁଲ୍‌-ରୋହିତଙ୍କ ଯୁଗ ଆରମ୍ଭ

Rahul David as new coach of Indian cricket

0 15

ନୂଆଦିଲ୍ଲୀ : ବିରାଟ କୋହଲି ଅଧିନୟକ ଦାୟିତ୍ବରୁ ସ୍ବଇଚ୍ଛାରେ ଓହରି ଯିବା ପରେ ରୋହିତ୍‌ ଶର୍ମାଙ୍କୁ ନୂଆ ଆଧିନାୟକ ଭାବେ ବଛାଯାଇଛି। ସେହିପରି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ନୂଆ ପ୍ରଶିକ୍ଷକ ରାହୁଲ୍‌ ଦ୍ରାବିଡ୍‌ ନିଯୁକ୍ତ ହେବା ପରେ ରାହୁଲ୍‌ ଓ ରୋହିତ ଯୁଗ ଆରମ୍ଭ ହୋଇଛି। ଟ-୨୦ ବିଶ୍ବ କପ୍‌ରେ ଭାରତର ନିରାଶାଜନକ ପ୍ରଦର୍ଶନ ପରେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ସମୟରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ବିପକ୍ଷରେ ଘରୋଇ ଟ୍ବେଣ୍ଟି୨୦ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବିରାଟ କୋହଲି ଟ୍ବେଣ୍ଟି୨୦ ଦଳର ନେତୃତ୍ବରୁ ଓହରି ଯାଇଥିବାରୁ ଆଶା ଅନୁସାରେ ରୋହିତ ଶର୍ମା ଏହି ସିରିଜ୍ ଲାଗି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ରୋହିତଙ୍କ ଓପ୍‌ନିଂ ଯୋଡ଼ିଦାର କେ.ଏଲ୍‌. ରାହୁଲ ଦଳର ଉପଅଧିନାୟକ ଘୋଷିତ ହୋଇଛନ୍ତି। ଦଳରେ ୪ ଜଣ ଟ୍ବେଣ୍ଟି୨୦ କ୍ରିକେଟ୍‌ର ପ୍ରଥମ ପସନ୍ଦର ଖେଳାଳି ନାହାନ୍ତି। ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରୁ ନିରନ୍ତର କ୍ରିକେଟ୍‌ ଖେଳୁଥିବାରୁ ବିରାଟ କୋହଲିଙ୍କ ସହ ଦୁଇ ପ୍ରମୁଖ ଫା‌ଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଏବଂ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜାଙ୍କୁ ଏହି ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ସ୍ଥାନରେ ଗତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ୩ ଜଣ ଖେଳାଳିଙ୍କୁ ନୂଆ ମୁହଁ ଭାବେ ଦଳରେ ସାମିଲ କରାଯାଇଛି।
ନ୍ୟୁଜିଲାଣ୍ଡ ବିପକ୍ଷ ଏହି ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ ନଭେମ୍ବର ୧୭ରେ ଜୟପୁର, ୧୯ରେ ରାଞ୍ଚି ଓ ୨୧ରେ କଲକାତାରେ ଖେଳାଯିବ। ଏହାପରେ ଉଭୟ ଦଳଙ୍କ ମଧ୍ୟରେ ନଭେମ୍ବର ୨୫ରୁ ୨୯ କାନପୁରେ ଏବଂ ଡିସେମ୍ବର ୩ରୁ ୭ ମୁମ୍ବଇରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ଭାରତୀୟ ଟ୍ବେଣ୍ଟି୨୦ ଦଳର ନିୟମିତ ଖେଳାଳି ଭାବେ ରୋହିତ, ରାହୁଲ, ସୁର୍ୟ୍ୟକୁମାର ଯାଦବ, ଈଶାନ୍ କିଷନ, ଆର୍. ଅଶ୍ବିନ ପ୍ରମୁଖ ରହିଛନ୍ତି। ଭୁବନେଶ୍ବର କୁମାର ଦଳରେ ସ୍ଥାନ ବଜାୟ ରଖିଥିବା ବେଳେ ୟୁଜବେନ୍ଦ୍ର ଚହଲ ଦଳକୁ ଫେରିଛନ୍ତି। ଚହଲଙ୍କ ସ୍ଥାନରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିଥିବା ଲେଗ୍‌ସ୍ପିନର ରାହୁଲ ଚହର ବାଦ୍‌ ପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଲା ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ଏବଂ ନିୟମିତ ବୋଲିଂ କରୁନଥିବାରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ତାଙ୍କ ସହ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ୩ଟି ମ୍ୟାଚ୍‌ ଖେଳି ୱିକେଟ ପାଇନଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ଭଲ ବୋଲିଂ କରିନଥିବା ପେସ୍ ବୋଲର ସାର୍ଦୁଳ ଠାକୁର ମଧ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି। ଦଳରେ ୩ ଜଣ ନୂଆ ମୁହଁ ଆଇପିଏଲ୍‌ ପ୍ରଦର୍ଶନ ଭିତ୍ତିରେ ସ୍ଥାନ ପାଇଛନ୍ତି। ସେମାନ ହେଲେ ଆଇପିଏଲ୍‌ରେ ୧୦ଟି ମ୍ୟାଚ୍‌ରୁ ୪ଟି ଅର୍ଦ୍ଧଶତକ ସହ ୩୭୦ ରନ୍‌ କରିଥିବା ମଧ୍ୟପ୍ରଦେଶର ଭେଙ୍କଟେଶ ଆୟର ମଧ୍ୟ ଦଳରେ ରହିଛନ୍ତି। ଗତ ଆଇପିଏଲ୍‌ରେ ୧୫ ମ୍ୟାଚ୍‌ ଖେଳି ୩୨ଟି ୱିକେଟ ନେଇଥିବା ହରିୟାଣାର ପେସ୍ ବୋଲର ହର୍ଷଲ ପଟେଲ ଏବଂ ୧୬ଟି ମ୍ୟାଚ୍‌ରୁ ୨ୟ ସର୍ବାଧିକ ୨୪ଟି ୱିକେଟ ନେଇଥିବା ମଧ୍ୟପ୍ରଦେଶର ଆଭେସ୍ ଖାଁ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶ୍ରେୟାସ ଆୟର, ପେସ୍‌ ବୋଲର ଦୀପକ ଚହର, ଆଇପିଏଲ୍‌ରେ ସର୍ବାଧିକ ୬୩୫ରନ କରିଥିବା ଋତୁରାଜ ଗାଏକ୍ବାଡ ଓ ମହମ୍ମଦ ସିରାଜ୍‌ ଏବଂ ବାମହାତି ସ୍ପିନର ଅକ୍ଷର ପଟେଲ ଦଳକୁ ଫେରିଛନ୍ତି।

Leave A Reply

Your email address will not be published.