ପଇସା ପାଇଁ ବଞ୍ଚିଥିବା ଲୋକଙ୍କୁ ଖାତା କଲମରେ ମାରି ଦେଲେ

0 31

ପୁରୀ: ସରକାରୀ ଟଙ୍କା ହାତେଇବାକୁ ଯାଇ ଦୁର୍ନୀତିଖୋର ଶେଷରେ ସମସ୍ତ ସୀମା ଲଙ୍ଗିଥିବା ଜଣାପଡିଛି । ବଂଚିଥିବା ଲୋକଙ୍କୁ ମୃତ ବୋଲି ଦର୍ଶାଇ ସେହି ନାଁରେ ହରିଶ୍ଚଚନ୍ଦ୍ର ଯୋଜନା ନାଁରେ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଆମ୍ବପଡା ପଂଚାୟତର ନଟବର ବେହେରାଙ୍କୁ ମୃତ ବୋଲି ଦର୍ଶାଇ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଉଠାଯାଇଥିବା ଜଣାପଡିଛି। ସେହିଭଳି ଅନ୍ୟତମ ବ୍ୟକ୍ତି ଦୁର୍ଗା ଚରଣ ଜେନାଙ୍କୁ ମଧ୍ୟ ମୃତ ବୋଲି ଦର୍ଶାଇ ତାଙ୍କ ନାଁରେ ଟଂକା ଉଠାଯାଇଛି ବୋଲି ଆରଟିଆଇ ତଥ୍ୟ ଜରିଆରେ ସୂଚନା ମିଳିଛି । ଆମ୍ବପଡା ଅଂଚଳର ଏପରି ୨୦ ଜଣଙ୍କୁ ମୃତ ଦର୍ଶାଇ ୪୦ ହଜାର ଟଙ୍କା ଆତ୍ମସାତ ହୋଇଥିବା ଆରଟିଆଇ ଜରିଆରେ ସୂଚନା ମିଳିଛି।

ଏ ନେଇ ନଟବର ପ୍ରଧାନ କହିଛନ୍ତି ତାଙ୍କୁ କାଗଜ କଲମରେ ମୃତ ବୋଲି ଦର୍ଶାଯାଇଥିବା କଥା ସେ ଜାଣନ୍ତି ନାହିଁ । ଏହାକୁ ନେଇ ସେ ଥାନାରେ ଏତଲା ଦେବା ବୋଲି କହିଛନ୍ତି। ସେହିପରି ଦୁର୍ଗାଚରଣ ଜେନା କହିଛନ୍ତି ମୋ ନାଁରେ ଏପରି ହୋଇଛି ବୋଲି ଏବେ ଜାଣିଲି । ଆଉ କଣ ଅଭିଯୋଗ କରିବି । ଏଥିପାଇଁ ପ୍ରଶାସନ ଦାୟୀ ।

ସେହିପରି ଆଇନଜୀବୀ ରମାଶଙ୍କର ପାତ୍ର କହିଛନ୍ତି, ଦୋଷୀକୁ ଚିହ୍ନଟ କରାଯାଇ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଏ ନେଇ କହିଛନ୍ତି ଘଟଣା ବାବଦରେ ସେ ଅବଗତ ଅଛନ୍ତି। ଯେଉଁଠି ଏପରି ହୋଇଥିବା ଅଭିଯୋଗ ରହିଛି ସେହି ସ୍ଥାନରେ ତଦନ୍ତ କରି ରିପୋର୍ଟ ଦେହାକୁ ସେ କହିଥିବା କହିଛନ୍ତି।

ଯଦିଓ ଜଣେ ମଣିଷର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ସେହି ବ୍ୟକ୍ତି ବଞ୍ଚିଥାଉ ଥାଉ ତାକୁ ମୃତ ବୋଲି କାଗଜ କଲମରେ ଦର୍ଶାଇବା କେତେ ଯୁକ୍ତିଯୁକ୍ତ ଏବେ ପ୍ରଶ୍ନ ଉଠିଛି । ଏଥିସହ ଆମ ବ୍ୟବସ୍ଥା କେତେ ହୁଗୁଳା ତାର ପ୍ରମାଣ ମଧ୍ୟ ବାରି ହୋଇ ପଡୁଛି।

Leave A Reply

Your email address will not be published.