ସୌରବ ଗାଙ୍ଗୁଲିଙ୍କୁ ମିଳିଲା ଗୁରୁ ଦାୟିତ୍ୱ

4 35

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନିଯୁକ୍ତି ଦିଆଯାଇଛି। ବୁଧବାର ଆଇସିସି ଏହି ସୂଚନା ଦେଇଛି। ଗାଙ୍ଗୁଲିଙ୍କ ପୂର୍ବରୁ ଅନିଲ କୁମ୍ବଲେ ଏହି ସ୍ଥାନରେ ଥିଲେ। ଯିଏକି ତିନି ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। କ୍ରିକେଟ ଖେଳିବା ବେଳର ସ୍ଥିତି ଏବଂ ଖେଳ ସହିତ ଜଡିତ ନିୟମାବଳୀ ପ୍ରସ୍ତୁତ କରିବାର କ୍ରିକେଟ୍ କମିଟି ଅଧ୍ୟକ୍ଷ ନିଷ୍ପତ୍ତି ନେବେ। କୁମ୍ବଲେ ଏହି ପଦରେ ଥିବାବେଳେ ଡିଆରଏସ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଥିଲା । ସେହିପରି କରୋନା ପରେ ଖେଳ ସମ୍ବନ୍ଧୀୟ ନିୟମ କ୍ରିକେଟ୍ କମିଟି ପ୍ରସ୍ତୁତ କରିଥିଲା।

ଆଇସିସି ସଭାପତି ଗ୍ରେଗ ବାର୍କଲି ଏକ ବିବୃତ୍ତିରେ କହିଛନ୍ତି ଯେ ସୌରଭଙ୍କୁ ଆଇସିସି ପୁରୁଷ କ୍ରିକେଟ୍ କମିଟିର ଚେୟାରମ୍ୟାନ୍ ଭାବରେ ସ୍ୱାଗତ କରି ମୁଁ ଆନନ୍ଦିତ। ଦୁନିଆର ସର୍ବୋତ୍ତମ ଖେଳାଳି ଭାବରେ ଏବଂ ତା’ପରେ ଜଣେ ପ୍ରଶାସକ ଭାବରେ ତାଙ୍କର ଅଭିଜ୍ଞତା ଭବିଷ୍ୟତରେ କ୍ରିକେଟ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଦୀର୍ଘ ଦିନ ଧରି ଏହି ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଅନୀଲ କୁମ୍ବଲେଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ‘ମୁଁ ମଧ୍ୟ ଅନୀଲଙ୍କୁ ଗତ ନଅ ବର୍ଷ ମଧ୍ୟରେ ନେତୃତ୍ୱ ନେବାର ଅଦ୍ଭୁତ ଦକ୍ଷତା ପାଇଁ ଧନ୍ୟବାଦ ଦେବାକୁ ଚାହେଁ। ନିୟମିତ ଏବଂ କ୍ରମାଗତ ଭାବରେ ଡିଆରଏସ ବ୍ୟବହାର କରି ଏବଂ ସନ୍ଦେହଜନକ ବୋଲିଂ କ୍ରିୟାଗୁଡ଼ିକର ମୁକାବିଲା ପାଇଁ ଦୃଢ଼ନିୟମ ତିଆରି କରିବାରେ ତାଙ୍କର ଅବଦାନ ରହିଛି।

4 Comments
  1. Teresat says

    This was such an interesting read! I chuckled a few times. For more laughs and insights, visit: DISCOVER HERE. Anyone else have thoughts on this?

  2. escape roomy lista says

    You actually make it seem really easy together with your presentation however I to find this topic to
    be really one thing that I feel I might never understand.

    It sort of feels too complex and extremely large for me. I am
    taking a look ahead in your subsequent post, I’ll try to get the hang of it!

    Escape roomy lista

  3. EveF says

    Very superb info can be found on blog.?

  4. Kissimmee says

    When I originally commented I seem to have clicked on the -Notify me when new comments are added- checkbox and now each time a comment is added I recieve 4 emails with the exact same comment. There has to be a way you are able to remove me from that service? Kudos.

Leave A Reply

Your email address will not be published.