ବିଜେପି ଛାଡ଼ିଲେ ଅଭିନେତ୍ରୀ ଶ୍ରବନ୍ତୀ ଚାଟାର୍ଜୀ

1 12

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ପୁଣି ଏକ ଝଟ୍‌କା। ଦଳ ଛାଡ଼ିଛନ୍ତି ବଙ୍ଗୀୟ ଅଭିନେତ୍ରୀ ଶ୍ରବନ୍ତୀ ଚାଟାର୍ଜୀ। ସେ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ଦଳ ଛାଡିବା ନେଇ ଟ୍ୱିଟରରେ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗକୁ ଆଗକୁ ବଢ଼ାଇବା ପାଇଁ ବିଜେପିର ଆନ୍ତରିକତା ଅଭବା ରହିଥିବା ସେ ଅଭିଯୋଗ ଆଣିଛନ୍ତି।

ବିଧାନସଭା ନିର୍ବାଚନ ସମୟରେ ଶ୍ରବନ୍ତୀ ଚାଟାର୍ଜୀ ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ଦଳ ତାଙ୍କୁ ବେହାଲା ବିଧାନସଭା ଆସନରୁ ଟିକେଟ ଦେଇଥିଲା। ତେବେ ସେ ,ହି ଆସନରୁ ପରାଜୟ ହୋଇଥିଲେ। ପ୍ରାୟ ୮ମାସ ଧରି ବିଜେପିରେ ରହିବା ପରେ ସେ ଆଜି ଦଳରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି।

ଶ୍ରବନ୍ତୀ ଟ୍ୱିଟ୍‌ କରି କହିଛନ୍ତି, ‘ମୁଁ ବିଜେପି ସହ ମୋର ସମ୍ପର୍କ ଛିନ୍ନ କରିଦେଇଛି। ବିଜେପିରେ ସାମିଲ ହୋଇ ମୁଁ ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ଲଢ଼ିଛି କିନ୍ତୁ ଏବେ ମୁଁ ଏହି ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ବିଜେପିର ଉତ୍ସାହ ଏବଂ ଆନ୍ତରିକତାର ଅଭାବ ରହିଛି। ଏଭଳି ପରିସ୍ଥିତିରେ ମୁଁ ଭାରତୀୟ ଜନତା ପାର୍ଟି ଛାଡିଦେବାକୁ ଉଚିତ ମନେ କରୁଛି ବୋଲି ସେ କହିଛନ୍ତି।’

ଶ୍ରବନ୍ତୀ ଚାଟାର୍ଜୀ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ୩୪ବର୍ଷୀୟ ଶ୍ରବନ୍ତୀ ୧୯୯୭ ମସିହାରେ ବଙ୍ଗଳା ଫିଲ୍ମ’ମାୟାର ବନ୍ଧୋନ’ରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ।  ଏହା ପରେ ସେ ଏକରୁ ଅଧିକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଶ୍ରବନ୍ତୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଲକଡାଉନ୍’ରେ ଦେଖିବାକୁ ମିଳିଥିଲା।

ଏହି ଅଭିନେତ୍ରୀ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ହିନ୍ଦୀ ସିରିଏଲ୍ – ଲଭ୍ ଷ୍ଟୋରୀ, ୱାକ୍ଟ ଏବଂ ଲେଡିଜ୍ ସ୍ପେସାଲ୍‌ରେ କାମ କରିଛନ୍ତି। ଫିଲ୍ମ ‘ଲେ ଚାକ୍କା’ ପାଇଁ ସେ ୨୦୧୦ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆନନ୍ଦଲୋକ ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୬ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଳାକାର ପୁରସ୍କାର ମଧ୍ୟ ପାଇଛନ୍ତି।

1 Comment
  1. lista escape roomów says

    hello there and thank you for your information – I’ve certainly picked up anything
    new from right here. I did however expertise a few technical issues using this web site, as I
    experienced to reload the website many times previous to I could get it to load correctly.

    I had been wondering if your web host is OK? Not that I’m
    complaining, but slow loading instances times will very frequently affect your
    placement in google and could damage your high-quality
    score if advertising and marketing with Adwords.
    Anyway I am adding this RSS to my email and could look out for a lot more of
    your respective intriguing content. Make sure you update this again soon..
    Escape roomy lista

Leave A Reply

Your email address will not be published.