ୟୁରୋପ ଏବଂ ମଧ୍ୟ ଏସିଆର 53ଟି ଦେଶ ପାଇଁ ସତର୍କ ଘଣ୍ଟି

2 85

ନୂଆଦିଲ୍ଲୀ: ୟୁରୋପ ଏବଂ ମଧ୍ୟ ଏସିଆର 53ଟି ଦେଶ କରୋନା ସଂକ୍ରମଣର ନୂଆ ଲହର ଆଶିବାର ଆଶଙ୍କା ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଏପରି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗୁରୁବାର ଏହି ସୂଚନା ଦେଇଛି WHOର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ଡାକ୍ତର ହାନସ୍ କ୍ଲୁଗ୍। ସେ କହିଛନ୍ତି ଯେ ସଂକ୍ରମିତ ସଂଖ୍ୟା ପୁଣିଥରେ ରେକର୍ଡ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି ତେଣୁ ସଂକ୍ରମଣ ଶୀଘ୍ର ବ୍ୟାପିବାର ସମ୍ଭାନା ରହିଛି । ଏହା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ଡେନମାର୍କ ସ୍ଥିତ ୟୁରୋପ ମୁଖ୍ୟାଳୟରେ ସେ କହିଛନ୍ତି ଯେ ମହାମାରୀ ବ୍ୟାପୁଥିବାରୁ ଆମେ ଏକ ଘଡିସନ୍ଧି ସମୟରେ ଛିଡା ହୋଇଛୁ। ସେ କହିଛନ୍ତି ଯେ ୟୁରୋପ ମହାମାରୀର କେନ୍ଦ୍ରରେ ରହିଛି ବର୍ଷେ ପୂର୍ବରୁ ଯେଉଁ ସ୍ଥିତି ଥିଲା ଏବେ ସେହି ସ୍ଥିତି ରହିଛି । ଡାକ୍ତର କ୍ଲେଜ କହିଛନ୍ତି ଯେ କେବଳ ପାର୍ଥକ୍ୟ ହେଉଛି ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି କରୋନା ବିଷୟରେ ଅଧିକ ଜାଣନ୍ତି ଏବଂ ଏହାର ମୁକାବିଲା ପାଇଁ ଆମ ପାଖରେ ଉପକରଣ ରହିଛି।

ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ନିୟମ ଏବଂ କମ୍ ଟିକାକରଣ ପାଇଁ ଏହି ଭାଇରସ ବଢିଥାଇପାରେ ବୋଲି କୁହାଯାଉଛି। ଡକ୍ଟର କ୍ଲେଜ କହିଛନ୍ତି ଯେ ସପ୍ତାହକ ମଧ୍ୟରେ 53ଟି ଦେଶରେ କୋଭିଡ କାରଣରୁ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ଦ୍ୱିଗୁଣିତ ହୋଇଛି।

ଯଦି ଏହି ପରିସ୍ଥିତି ଜାରି ରହେ ତେବେ ମହାମାରୀ ହେତୁ ଫେବୃଆରୀ ସୁଦ୍ଧା ଏହି ଅଞ୍ଚଳରେ ପାଞ୍ଚ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ ବୋଲି ଡାକ୍ତର କ୍ଲୁଗ୍ କହିଛନ୍ତି। ଏବେ ସେଠାରେ ସାପ୍ତାହିକ ସଂକ୍ରମିତ ପ୍ରାୟ 1.8 ନିୟୁତ ରହିଛି, ଯାହା ପୂର୍ବ ସପ୍ତାହ ତୁଳନାରେ 6% ବୃଦ୍ଧି ହୋଇଥିବାବେଳେ ସାପ୍ତାହିକ ମୃତ୍ୟୁ 24,000, 12% ବୃଦ୍ଧି ପାଇଛି।

2 Comments
  1. Peggyt says

    This article is a gem! The insights provided are very valuable. For additional information, check out: DISCOVER MORE. Looking forward to the discussion!

  2. best binance referral code says

    Can you be more specific about the content of your article? After reading it, I still have some doubts. Hope you can help me. https://www.binance.com/el/register?ref=IQY5TET4

Leave A Reply

Your email address will not be published.