ଅଣ୍ଡା ମାଡ଼କୁ ନେଇ ଗୋଟିଏ ମଂଚରେ ମତ ରଖିଲେ ସୌମ୍ୟ ଓ ପ୍ରଦୀପ

0 138

ଭୁବନେଶ୍ୱର: ମମିତା ମେହେର ପ୍ରସଙ୍ଗରେ ବିରୋଧୀ ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କୁ ନିର୍ଘାତ ଅଣ଼୍ଡାମାଡ କରୁଛନ୍ତି। ଯଦିଓ ଶାସକ ଦଳ ବିଜେଡି ବିରୋଧୀଙ୍କ ଏପରି ପ୍ରକ୍ରିୟାକୁ ବିରୋଧ କରୁଛି କିନ୍ତୁ ପୂର୍ବରୁ ବିଜେଡି ମଧ୍ୟ ଅଣ୍ଡା ମାଡ କରିବାରେ ସାମିଲ ରହିଥିଲା। ତେବେ ଏହି ସବୁ ପ୍ରସଙ୍ଗ ଭିତରେ ଏକ ବହି ଉନ୍ମୋଚନ ଅବସରରେ ଏକାଠି ହୋଇଥିଲେ ବିଜେଡି ଏବଂ ବିଜେପି ନେତା । ଆଉ ଅଣ୍ଡାମାଡ ହେବା ଦରକାର କି ନାହିଁ ସେ ନେଇ ମତ ରଖିଛନ୍ତି। ଯାହାକୁ ପାଖରେ ଉପସ୍ଥିତ ଥିବା ଶ୍ରୋତା ମଧ୍ୟ ମଜା ନେଇଛନ୍ତି।

ସ୍ୱର୍ଗତ ହଟକିଶୋର ପାଣିଗ୍ରାହୀଙ୍କର ୩ଟି ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ତିନୋଟି ପୁସ୍ତକ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ରହିଛି। ଏହି ଅବସରରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର , ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପି ନେତା ପ୍ରଦୀପ ପୂରୋହିତ ଓ ବିଶିଷ୍ଟ ସ୍ତମ୍ଭକାର ଶ୍ରୀଯୁକ୍ତ ଅଧ୍ୟାପକ ବିଶ୍ୱରଞ୍ଜନ ଉପସ୍ଥିତ ଥିଲେ।

ଅଣ୍ଡା ମାଡ ପ୍ରସଙ୍ଗରେ ଖଣ୍ଡାପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଅଣ୍ଡା ଗୁଡିକୁ ନଷ୍ଟ ନ କରି ଗରିବ ଲୋକଙ୍କୁ ବାଣ୍ଟି ହେବା ଠିକ ହେବ । ଯେଉଁ ପ୍ରସଙ୍ଗକୁ ନେଇ ଏତେ ହୋ ହାଲ୍ଲା ଚାଲିଛି ସେହି ପ୍ରସଙ୍ଗରେ କିଭଳି ନ୍ୟାୟ ମିଳିବ ଚିନ୍ତା କରିବା ଦରକାର।  ତେବେ ସୋମ୍ୟଙ୍କ ଏପରି ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେପି ନେତା ତଥା ପଦ୍ନପୁରର ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ସେ କହିଛନ୍ତି ସରକାର କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସରକାରଙ୍କୁ ଉଠେଇବା ପାଇଁ ଏପରି କରାଯାଉଛି । ଯଦି ସରକାର ନଉଠିବେ ତାହେଲେ ସମୟ ଆସିବ ଲୋକେ ଢେଲା ଓ ପଥର ମାଡ କରିବେ ବୋଲି ପ୍ରଦୀପ କହିଛନ୍ତି।

ସୂଚନାଯୋଗ୍ୟ, ସୌମ୍ୟ ପଟ୍ଟନାୟକ ଜଣେ ବିଜେଡି ନେତା ହେଲେ ମଧ୍ୟ ସମ୍ପାଦର ସମ୍ପାଦକ ମଧ୍ୟ। ବିରୋଧୀ ଯେଉଁ ପ୍ରସଙ୍ଗରେ ଶାସକ ଦଳ ତଥା ସରକାରର ଶଙ୍କି ମୋଡିବାକୁ ଚେଷ୍ଟା କରୁଛନ୍ତି ସୌମ୍ୟ ମଧ୍ୟ ନିଜର ଆଲେଖ୍ୟ ଜରିଆରେ ନିଜ ଦଳକୁ ଅକଳରେ ପକାଇଛନ୍ତି। ଯାହାକୁ ନେଇ ନିକଟରେ ସେ ଏକ ଆଲେଖ୍ୟ ଲେଥିଲେ। ଯାହାର ନାମ ଥିଲା ବୃତ୍ତି, ପାର୍ଟି ଓ ମାଟି ।

Leave A Reply

Your email address will not be published.