କି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି ମ୍ୟାଡାମ ଅପରାଜିତା?

2 452

କଳାହାଣ୍ଡି: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦଳରେ ରହି ସମାନ୍ତରାଳ ଭାବରେ ନିଜର ଏକ କ୍ୟାଡର ତିଆରି କରିବାକୁ ଚାହୁଁଛନ୍ତି କି? ରାଜ୍ୟର ପ୍ରମୁଖ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀଙ୍କ ସହିତ ଅପରାଜିତାଙ୍କ ରାଜନୀତକ  ସମ୍ପର୍କି ଠିକ୍ ଠାକ୍ ରହିଛି ତ? ଏଭଳି ପ୍ରଶ୍ନ ଏବେ ମ୍ୟାଡାମ ଅପରାଜିତାଙ୍କୁ ନେଇ ଉଠିଛି । ଆଜିର ସାମାଜିକ ଗଣମାଧ୍ୟମରେ ବିଜେପିର ଏହି ଜାତୀୟ ମୁଖପାତ୍ରଙ୍କ ପତିଆରାକୁ ନେଇ ଟୁପୁରଟାପୁର ଚାଲିଛି । କିଏ କହୁଛନ୍ତି ଅପରାଜିତା ବିଜେପିର ଏକ ଫାୟାର ବ୍ରାଣ୍ଡ ହେବାକୁ ଚାହୁଁଛନ୍ତି । ତେଣୁ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜ ସମର୍ଥକଙ୍କୁ ନେଇ ରାଲି କରୁଛନ୍ତି । ତ ଆଉ କିଏ କହୁଛି ଅପରାଜିତା ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ସେ ନିଜ ନିର୍ବାଚନମଣ୍ଡଳୀ ବାହାରେ ବି ଲୋକଙ୍କ ସହିତ ସଂପର୍କ ରଖୁଛନ୍ତି ।

ଏଭଳି କଥା ଏବେ ଉଠିବାର କାରଣ ହେଲା ଦୁଇ ଦିନ ତଳେ ଅପରାଜିତା କଳାହାଣ୍ଡିରେ ରାଲି କରିଛନ୍ତି। ଯେଉଁ କଳାହାଣ୍ଡି ଏବେ ମମିତା ମେହେର ପ୍ରସଙ୍ଗକୁ ନେଇ କେନ୍ଦ୍ରବିନ୍ଦୁ ପାଲଟିଛି । ସେତେବେଳେ ଅପରାଜିତା ମୋଦୀ ଏବଂ ଶାହଙ୍କ ବ୍ୟାନରରେ ନିଜର କାର୍ଯ୍ୟକ୍ରମ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଅପରାଜିତାଙ୍କ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ବିଜେପି ନେତାଙ୍କ ଫୋଟୋ ମଧ୍ୟ ଦେଖିବାକୁ ମିଳିନଥିଲା। ତେଣୁ ଚର୍ଚ୍ଚା ହେଉଛି ଅପରାଜିତାଙ୍କ ସହିତ ରାଜ୍ୟ ବିଜେପିର ପ୍ରମୁଖ ନେତାଙ୍କ ସଂପର୍କ କେବଳ ହାଏ ବାଏରେ ସୀମିତ । ଭିତରେ ଭିତରେ ପରସ୍ପରର ଗୋହି ଖୋଳିବାକୁ ଚକ୍ରାନ୍ତ ହେଉଛି ।

Image

ତେବେ ଅପରାଜିତା ନିଜ ଅଂଚଳ ବାହାରେ ଏପରି ରାଲି କରିବା ପଛରେ କାହାର ସମର୍ଥନ ରହିଛି କିଏ ଦେଉଛି ଅପରାଜିତାଙ୍କୁ ବଳ ତାହା ଏବେ ରହସ୍ୟ ଘେରରେ । କାରଣ ଏହା ପୂର୍ବରୁ ଅପରାଜିତା କୋରାପୁଟ ଗସ୍ତ କରିଥିଲେ। ଆଉ ସେଠାରେ ସଭା ସମିତି ମଧ୍ୟ କରିଥିଲେ। ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିବା କୁହାଯାଉଛି । ହେଲେ ଏହା ପରେ ବି ଅପରାଜିତା କଳାହାଣ୍ଡିରେ ସଭା ସମିତି କରିବା ପଛରେ ବିଜେପିର ଗୋଟିଏ ବଡ ଗୋଷ୍ଠୀର ସମର୍ଥନ ରହିଛି ବୋଲି କୁହାଯାଉଛି।

ଅପରାଜିତା କେସିଙ୍ଗାରେ ବାଇକ ରାଲିରେ ଯୋଗ ଦେବା ସହ ପଦ ଯାତ୍ରା କରିଥିଲେ । ଏହା ପରେ ଦଳୀୟ କର୍ମୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପୂର୍ବରୁ ଅନେକ ପ୍ରସଙ୍ଗରେ ବିଜେପି ଆଭିମୁଖ୍ୟଠାରୁ ଅଲଗା ଆଭିମୁଖ୍ୟ ଦେଖାଇ ଚର୍ଚ୍ଚାର ରହିଆସିଛନ୍ତି ଅପରାଜିତା ଷଡଙ୍ଗୀ । ଏବେ ପ୍ରଶ୍ନ ଉଠୁଛି, ଏହା ଦ୍ୱାରା କି ବର୍ତା ଦେବାକୁ ଚାହୁଁଛନ୍ତି ଅପରାଜିତା ।

2 Comments
  1. Angelinat says

    This article is fantastic! The insights provided are very valuable. For those interested in exploring more, check out this link: LEARN MORE. Looking forward to the discussion!

  2. Charli P says

    I was reading through some of your blog posts on this site and I
    believe this web site is very instructive! Retain putting up.Leadership

Leave A Reply

Your email address will not be published.