ପୁଣି ଥରେ କେବିସିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା

1 16

ମୁମ୍ବାଇ: ପୁଣିଥରେ ‘କୌନ ବନେଗା କରୋଡ ପତି’ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ହୋଇଛି । ଏହା ପୂର୍ବରୁ ଅକ୍ଟୋବର ଆରମ୍ଭରେ କେବିସିରେ ଏକ ଏପିଶୋଡରେ ଧର୍ମେନ୍ଦ୍ର ଦେଶରେ କେଉଁ ନାଁରେ ପରିଚିତ ସେ ନେଇ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଏହି ଓଡିଆ ପୁଅ ଚର୍ଚ୍ଚାରେ ଥିଲେ।

ଚଳିତ ଥର କେବିସିର ହଟ ଶିଟରେ ବସିଥିବା ଜଣେ ପୁଅକୁ ଅମିତାଭ ପ୍ରଶ୍ନ କରିଥିଲେ ଗତ ଜୁଲାଇରେ କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିଥିଲେ। ଏହି ସମୟରେ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ କିଏ ପାଇଛନ୍ତି। ଏଥିସହ ଉତ୍ତର ଦାତାଙ୍କୁ ରମେଶ ପୋଖରିଆଲ, ସ୍ମୃତି ଇରାନୀ, ପ୍ରହ୍ଲାଦ ଜୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟରୁ କିଏ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି ବୋଲି ପଚାରିଥିଲେ। ଯାହାର ଉତ୍ତର ଡି ଅର୍ଥାତ ଧର୍ମେନ୍ଦ୍ର ପ୍ରଧାନ ବୋଲି ଉତ୍ତର ଦାତା କହିଥିଲେ। ସଠିକ ଉତ୍ତର ଦେଇଥିବାରୁ ଉତ୍ତରଦାତା ଜଣଙ୍କ ଏକ ଲକ୍ଷ ୬୦ ହଜାର ବିଜୟୀ ହୋଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କୌନ ବନେଗା କରୋଡ ପତି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ନେଇ ଚର୍ଚ୍ଚା ହୋଇଥିଲା। କେବିସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରତିଯୋଗୀଙ୍କୁ କରାଯାଇଥିଲା ପ୍ରଶ୍ନ । ବିଗ୍ ବି ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ଧର୍ମେନ୍ଦ୍ରଙ୍କର ଫଟୋ ଦେଖାଇ ପ୍ରଶ୍ନ କରିଥିଲେ ଯେ, କେଉଁ ନାଁରେ ସେ ଦେଶରେ ପରିଚିତ । ପ୍ରଶ୍ନର ଉତ୍ତରରେ ଅପ୍ସନ ରଖାଯାଇଥିଲା । ସ୍ୱଚ୍ଛ ଭାରତ ମ୍ୟାନ, ଉଜ୍ଜଳା ମ୍ୟାନ, ଜନଧନ ମ୍ୟାନ । ତେବେ ହଟ୍ ସିଟରେ ବସିଥିବା ବ୍ୟକ୍ତି ଅଶ୍ୱିନୀ କୁମାର ସିହ୍ନା ଏହାର ଉତ୍ତର କହିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜଳା ମ୍ୟାନ ଭାବେ ପରିଚିତ । ଏହାର ଉତ୍ତର ଅମିତାଭ ବଚ୍ଚନ କହିବା ପରେ ଉପସ୍ଥିତ ଦର୍ଶକ ତାଳି ମାରିଥିଲେ। ଏହାପରେ ଅମିତାଭ କହିଥିଲେ ଯେ, ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହିସାବରେ ଉଜ୍ଜଳା ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ।

1 Comment
  1. Jamaal H says

    Very interesting info!Perfect just what I was looking for!Leadership

Leave A Reply

Your email address will not be published.