ଆପଣଙ୍କ ସାର୍ଟର ବଟନ୍ କେଉଁପଟେ…?

ମହିଳା ଓ ପୁରୁଷଙ୍କ ପାଇଁ ବଟନ୍ ଭିନ୍ନ ଦିଗରେ କାହିଁକି..?

0 27

ସର୍ଟ ପିନ୍ଧିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ସର୍ଟ ପିନ୍ଧିବା ଯେମିତି କମ୍ଫଟେବୁଲ୍‌, ଲୁକ୍ ମଧ୍ୟ ସେମିତି ଆଟ୍ରାକ୍‌ଟିଭ୍‌। ତେଣୁ ଅନ୍ୟ ପୋଷାକ ତୁଳନାରେ ସର୍ଟକୁ ବେଶି ଯୁବପୀଢି ପସନ୍ଦ କରିଥାନ୍ତି। ହେଲେ କେବେ ଲକ୍ଷ୍ୟ କରିଛନ୍ତି, ଆପଣଙ୍କ ସର୍ଟର ବଟମ କେଉଁପଟେ ? ଭଲକରି ନଜର ପକାନ୍ତୁ । ଯଦି ମହିଳା ହୋଇଥାନ୍ତି ତେବେ ବଟମ ନିଶ୍ଚୟ ବାମ ପଟେ ଥିବ ଏବଂ ଯଦି ପୁରୁଷ ହୋଇଥାନ୍ତି ତେବେ ବଟମ ଡାହାଣ ପଟେ ଥିବ। ତେବେ କାହିଁକି ଏମିତି ହୋଇଥାଏ ? ଜାଣନ୍ତି, ଏହା ପଛର କାରଣ କ’ଣ ? ଏହାକୁ ନେଇ ଅନେକ ମଜାଦାର କଥା ଚର୍ଚ୍ଚାରେ ରହିଛି। ସର୍ଟର ବଟମ ସାଇଡ ହିଁ କହିଦିଏ ଏହା ପୁରୁଷଙ୍କର ନା ମହିଳାଙ୍କର ! ଏହା ପଛରେ କାରଣକୁ ନେଇ ଯଦିଓ ଏତେ ଚର୍ଚ୍ଚା ହେଉଛି ତେବେ ଏହାର କୌଣସି ତଥ୍ୟ ପ୍ରମାଣ ନାହିଁ । ତଥାପି କାହିଁ କେଉଁ ଯୁଗରୁ ଏହି କାରଣ ଶୁଣିବାକୁ ମିଳୁଛି ଏବଂ ଲୋକ ବି ଏହାକୁ ସତ ବୋଲି ମାନି ନେଇଛନ୍ତି। ଏଥର ଆସନ୍ତୁ, ଏହି କାରଣ ବିଷୟରେ ଜାଣିବା ।
ପୂର୍ବ କାଳରେ ଯେଉଁସବୁ ନୂଆ ନୂଆ ପ୍ରକାର ପୋଷାକ ତିଆରି ହେଉଥିଲା, ସେଥିମଧ୍ୟରୁ ମହିଳାଙ୍କ ପୋଷାକ ବେଶ ଜଟିଳ ଥିଲା। ଏପରିକି ଏହି ପୋଷାକକୁ ପିନ୍ଧିବା କଷ୍ଟକର ବି ଥିଲା। ତେଣୁ ମିହଳାମାନେ ପୋଷାକ ପିନ୍ଧିବା ବେଳେ ଅନ୍ୟର ସହାୟତା ନେଉଥିଲେ। ହେଲେ ପୁରୁଷଙ୍କ କ୍ଷେତ୍ରରେ ଏହାର ଓଲଟା ଥିଲା। ସେମାନେ ନିଜ ପୋଷାକ ନିଜେ ନିଜେ ପିନ୍ଧି ପାରୁଥିଲେ। ଡାହାଣ ପଟେ ବଟନ ରହିଲେ ଦେବାକୁ ସହଜ। ହେଲେ ମହିଳାଙ୍କର ବାଁ ପଟେ ବଟନ୍‌ ଲଗେଇବାର କାରଣ ହେଲା, ବଟନକୁ ଚାକରାଣୀଙ୍କ କିମ୍ବା ଅନ୍ୟ କାହାରି ସହାୟତାରେ ବନ୍ଦ କରିବାକୁ ପଡ଼ିଥାଏ। ତେଣୁ ଓଲଟା ପଟେ ବଟନ ରହିଲେ ସେମାନେ ସହଜରେ ଏହାକୁ ବନ୍ଦ କରି ପାରିବେ। ଏହା ବ୍ୟତୀତ ଆଉ ଏକ କଥା ଶୁଣିବାକୁ ମିଳିଥାଏ। ଯେତେବେଳେ ମହିଳାଙ୍କ ସର୍ଟ ତିଆରି ହେଲା, ପୁରୁଷଙ୍କ ସର୍ଟଠାରୁ ଅଲଗା କରିବା ପାଇଁ ବଟନକୁ ବାଁ ପଟେ ଲଗାଯାଇଥିଲା। ଆଉ ସେଇ ପରମ୍ପରା ଏଯାଏ ଚାଲି ଆସୁଛି। ତେବେ ପୁରୁଷଙ୍କ ସର୍ଟ ବଟନ ଡାହାଣ ପଟେ ହେବାର ମୁଖ୍ୟ କାରଣ ହେଲା ପୂର୍ବ କାଳରେ ଯେତେବେଳେ ପୁରୁଷମାନେ ଯୁଦ୍ଧ କରିବାକୁ ଯାଉଥିଲେ ସେତେବେଳେ ଖଣ୍ଡା ବାଁ ପଟେ ଝୁଲି ରୁହେ। ଡାହାଣ ହାତ ସାହାଯ୍ୟରେ ସେମାନେ ଖଣ୍ଡା କାଢିଥାନ୍ତି। ବାମପଟେ ବଟନ ଲଗାଇବା ଦ୍ୱାରା ଆବଶ୍ୟକ ପଡ଼ିଲେ ସେମାନେ ସହଜରେ ଏହାକୁ ଲଗାଇ ପାରିବେ ଆଉ ବନ୍ଦ କରିପାରିବେ। ତା ଛଡା ଖଣ୍ଡା କାଢିବା ସମୟରେ ଏହା ଯେମିତି କଟି ନ ଯିବ ତାହାକୁ ଦୃଷ୍ଟିରେ ରଖି ମଧ୍ୟ ଏହାକୁ ଡାହାଟ ପଟେ ଲଗାଯାଇଥାଏ।

Leave A Reply

Your email address will not be published.