୪ ସକାଳୁ ୧୦୦ ଉପରେ ପବନ

ଉପୁଡ଼ିପାରେ ବଡ଼ବଡ଼ ଗଛ, ମୋବାଇଲ୍ ଟାୱାର, ବିଦ୍ୟୁତ ଖୁଂଟ ଉପୁଡିବା ଆଶଙ୍କା, ଅତି ଅଶାନ୍ତ ରହିବ ସମୁଦ୍ର

0 263

ଭୁବନେଶ୍ୱର: ଉତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ରୁପାନ୍ତରୀତ ହେବାକୁ ଯାଉଛି । ଏହାର ପ୍ରଭାବରେ ୨ ତାରିଖ ମଧ୍ୟ ରାତ୍ରରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିବ । ୩ ମଧ୍ୟ ରାତ୍ରରୁ ବର୍ଷା ସହ ପବନ ମଧ୍ୟ ମିଶିବ । ପବନର ମାତ୍ରା ଏହି ସମୟରେ ଘଂଟାପ୍ରତି ପାଖାପାଖି ୭୫ରୁ ୮୦ କିମି ମଧ୍ୟରେ ରହିବ । ତେବେ ଏହି ସମୟରେ ଏହା ସାମୁଦ୍ରିକ ଝଡରେ ରୂପାନ୍ତରୀତ ହୋଇ ଉତର ପଶ୍ଚିମ ଦିଗରେ ସ୍ଥଳଭାଗ ଆଡକୁ ମାଡି ଆସିବ । ୪ ତାରିଖ ସକାଳୁ ଏହି ସାମୁଦ୍ରିକ ଝଡ଼ ଉତର ଆଂନ୍ଧ୍ର ପ୍ରଦେଶ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଉପକୂଳ ଅତିକ୍ରମ କରିବ, ଯେତେବେଳେ କି ଏହାର ଘଂଟାପ୍ରତି ବେଗ ୧୦୦ରୁ ୧୧୦ ବା ତାଠାରୁ ଅଧିକ ରହିବ । ଏକଥା ଅନୁମାନ ଲଗାଇଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ମୂଶଳ ଧାରାରେ ବର୍ଷା ହେବା ସହ ସମୁଦ୍ର ମଧ୍ୟ ଅତ୍ୟନ୍ତ ଅଶାନ୍ତ ରହୁଥିବାରୁ ବଡବଡ ଲହରୀ ଉପକୂଳ ଛୁଇଁବାର ଆଶଙ୍କା ରହିଛି । ତେବେ ଏହି ସାମୁଦ୍ରିକ ଝଡ ସଠିକ୍ ଭାବେ କାେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ, ତାହା ଆଗାମୀ ୩୬ ଘଂଟା ମଧ୍ୟରେ ନିରୂପିତ ହୋଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.