ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ତେଜିଲା ରାଜନୀତି, କିଏ କହୁଛି ଠିକ୍, କିଏ କହୁଛି ଭୁଲ୍?

0 10

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ବିରୋଧୀ ମମିତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିଧାନସଭା ଗେଟ୍ ବାହାରୁ ପ୍ରତିବାଦ କରିଥିବା ବେଳେ ଶାସକ ବିଜେଡି ମଧ୍ୟ କାଉଣ୍ଟର ଆଟାକ କରିଛି। କିନ୍ତୁ କାଉଣ୍ଟର ଆଟାକର ଯୁକ୍ତି କେତେ ସତ ଏବଂ ବିରୋଧୀ ଏହାକୁ ନେଇ ରଖିଥିବା ଯୁକ୍ତି କେତେ ଠିକ୍ ତାହା ଅନେକ କିଛି କଥାକୁ ଇଙ୍ଗିତ କରିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି କହି ବିଜେଡି ଆଜି ଗଣ ଧାରଣା ଦେବା ସହିତ ବିକ୍ଷୋଭ  କରିଛି। ରାଜଭବନ ଆଗରେ ଦଳ ତରଫରୁ ପ୍ରତିବାଦ କରାଯାଇଛି। କେନ୍ଦ୍ର ସରକାର ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ପାତର ଅନ୍ତର କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ୧୩ ଲକ୍ଷ ଘର ଆବଶ୍ୟକତା ଥିବାବେଳେ କେନ୍ଦ୍ର ଦେଇଛି ମାତ୍ର ୫ ଲକ୍ଷ । ବାକି ଆଠ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଥିଲେ ବି କେନ୍ଦ୍ର ସରକାର ଶୁଣୁ ନାହାନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି।  ବିଜେପି ଶାସିତ ରାଜ୍ୟକୁ ଅଧିକ ଘର ମିଳୁଛି। ଓଡ଼ିଶାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟକ ମୁତାବକ ଘର ମିଳୁନି୍। ଏପରିକି ଫୋନି ସହାୟତା ଘର ମିଳିନାହିଁ। ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ। ଭୁବନେଶ୍ୱର ଜିଲ୍ଲା ବିଜେଡି ତରଫରୁ ଏହି ଆନ୍ଦୋଳନ ହୋଇଥିବା ବେଳେ ଆଗାମୀ ଦିନରେ ସାରା ରାଜ୍ୟରେ ଏହି ଆନ୍ଦୋଳନ ହେବ ବୋଲି ଦଳ ଚେତାବନୀ ଦେଇଛି। ବିଜେଡି ପକ୍ଷରୁ ହୋଇଥିବା ଏହି ପ୍ରତିବାଦରେ ବିଜେଡିର ହେବିଓ୍ନେଟ ବିଧାୟକ ମାନେ ଥିଲେ।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶାରେ ବିରୋଧୀ ଦଳ ତଥା କେନ୍ଦ୍ରର ଶାସକ ଦଳ ବିଜେପି ନେତା । ଆବାସ ଯୋଜନାରେ ଓଡିଶାକୁ କେନ୍ଦ୍ର ସରକାର ସବୁଠୁ ଅଧିକ ଦେଇଛନ୍ତି। ୮ ଲକ୍ଷ ୧୭ ହଜାର ଗୃହ ଓଡିଶାକୁ ଦେଇଛନ୍ତି କେନ୍ଦ୍ର ସରକାର । ଘର ବଣ୍ଟନରେ ରାଜ୍ୟ ସରକାର ପାତର ଅନ୍ତର କରୁଛନ୍ତି। ବିଜେଡି ଲୋକଙ୍କୁ ଘର ଦିଆଯାଉଛି। ଯୋଗ୍ୟ ଲୋକଙ୍କୁ ଘର ମିଳୁନି। ପଶ୍ଚିମ ଓଡିଶାର ୧୧ ଜିଲ୍ଲାର ହିତାଧିକାରୀଙ୍କୁ ଦିଆଯାଉନି। ରାଜ୍ୟ ସରକାର ସବୁ ତାଲିକା ଦେଇ ପାରୁ ନାହାଁନ୍ତି। ମମିତା ମେହେର କେସରୁ ନଜର ହଟାଇବାକୁ ଏପରି କରୁଛି ବିଜେଡି। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏପରି କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଓଡିଶା ସରକାର କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭୁବନେଶ୍ୱରରେ ଠିକ୍ ଭାବରେ କାର୍ଯ୍ୟକାରୀ କରିପାରିନଥିବା ଉଲ୍ଲେଖ ରହିଥିଲା। ଏହାପରେ ବିରୋଧୀ ଶାସକ ବିଜେଡିକୁ କଡା ସମାଲୋଚନା କରିଛନ୍ତି। ଅନ୍ୟପଟେ ପ୍ରତିଦିନ ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ରାଜନୀତି ଯେତିକି ଜୋର ଧରିଛି। ଗ୍ରାଉଣ୍ଡ ଜିରୋରୁ ବାଟବଣା ଯୋଜନାର ଆଖିତରାଟିଲା ଭଳି, ସେତିକି ନୂଆ ନୂଆ ଚିତ୍ର ବି ସାମ୍ନାକୁ ଆସିଛି। କେଉଁଠି ଯୋଗ୍ୟ ହିତାଧିକାରୀ ଘର ନପାଇ ଗୁହାଳ ଘରେ ରହୁଛନ୍ତି ତ କେଉଁଠି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବି ଅଧାପନ୍ତରିଆ ଘର ପାଇଁ ଦହଗଞ୍ଜ ହେଉଛନ୍ତି। ଆଉ ଆଉ ଏଭଳି ସ୍ଥିତିରେ ଯୋଜନାରୁ ବାଦ୍ ଯୋଗ୍ୟ ହିତାଧିକାରୀଙ୍କ ରୋଷ ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ିରେ। ଭଦ୍ରକ ସମେତ ସୁନ୍ଦରଗଜ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଘର ଗୁଡିକରେ ବିଜୁ ପକ୍କା ଘର ଯୋଜନା ବୋଲି ସରକାର ଉଲ୍ଲେଖ କରୁଥିଲେ କିନ୍ତୁ କେନ୍ଦ୍ରର ତାଗିଦ ପରେ ସରକାର ତାଙ୍କ ଅଭ୍ୟାସରେ ପରିବର୍ତ୍ତନ କରିଥିଲେ।

Leave A Reply

Your email address will not be published.