ଓମିକ୍ରନ୍ ଭୟ, ମୁମ୍ବାଇକୁ ଫେରିଲା କଟକଣା

omicron

0 11

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ବର ଚିନ୍ତା ବଢ଼ାଇ ଦେଇଛି। ଏହି ଭାରିଆଣ୍ଟ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଓମିକ୍ରମନ୍‌କୁ ନେଇ ପୁଣି କଟକଣା ଆରମ୍ଭ ହୋଇଛି। ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି । ମୁମ୍ବାଇରେ କୌଣସି ପ୍ରକାର ଭିଡ, ବିକ୍ଷୋଭ ଓ ସମାବେଶ ହୋଇପାରିବ ନାହିଁ ।
ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଡେପୁଟି ପୋଲିସ କମିଶନର ୪୮ଘଣ୍ଟା ପାଇଁ ଏପରି କଟକଣା ଲଗାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ୧୪୪ଧାରା ଜାରି କରାଯାଇଥିବା ସ୍ଥାନରେ ପୋଲିସ୍ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ଲୋକଙ୍କୁ ମାଇକ୍ ଯୋଗେ ମଧ୍ୟ ସତର୍କ କରାଯାଉଛି ।

ଗତକାଲି କେବଳ ମହାରାଷ୍ଟ୍ରରେ ୭ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଗୁଜୁରାଟରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁ ସଂକ୍ରମଣ ମାମଲାକୁ ମିଶାଇ ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି ।
ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୭ଟି ଓମିକ୍ରନ ମାମଲା ମଧ୍ୟରୁ ୩ଟି ମୁମ୍ବାଇରୁ ଚିହ୍ନଟ ହୋଇଥିବାବେଳେ ୪ଟି ପୁଣେରୁ ଚିହ୍ଟଟ ହୋଇଛନ୍ତି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ କରୋନା ଟିକା ନେଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏପର୍ୟ୍ୟନ୍ତ ୧୭ଟି ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି । ତେବେ ପୁଣେରୁ ଜଣେ ୩ ବର୍ଷୀୟ ଶିଶୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । କାରଣ କରୋନା ପ୍ରକୋପରୁ ଏପର୍ୟ୍ୟନ୍ତ ଶିଶୁମାନେ ରକ୍ଷା ପାଇ ଆସିଛନ୍ତି । କିନ୍ତୁ ଓମିକ୍ରନ ଶିଶୁମାନଙ୍କୁ କେତେ ଆକ୍ରାନ୍ତ କରିବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।

Leave A Reply

Your email address will not be published.