ଦେଶରେ ୩୩ ଲକ୍ଷରୁ ଅଧିକ ଶିଶୁ ପୃଷ୍ଟିହୀନତାର ଶିକାର

ବାଦ ପଡିଲାନି ଦେଶରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଜ୍ୟ

0 40

ନୂଆଦିଲ୍ଲୀ: ଦେଶରେ ୩୩ ଲକ୍ଷରୁ ଅଧିକ ପିଲା ପୃଷ୍ଟିହୀନତାର ଶିକାର । ଏଥିରୁ ଅଧାରୁ ଅଧିକ ଶିଶୁ ଗୁରୁତର ବର୍ଗରେ ରହିଛନ୍ତି। ଆରଟିଆଇ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦେଇଥିବା ତଥ୍ୟରୁ ଏହି ସୂଚନା ମିଳିଛି। ଯେଉଁ ଦେଶର ଲୋକ ମଙ୍ଗଳରେ ଘର କରିବାକୁ ଯୋଜନା କରୁଛି ସେହି ଦେଶରେ ପୃଷ୍ଟିହୀନତାକୁ ନେଇ ଦେଶ ଏବଂ ରାଜ୍ୟର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି । ସବୁଠୁ ବଡ଼କଥା ହେଲା ଦେଶରେ ମୋଦୀ ସରକାର ଆସିବା ପରେ କୁପୁଷୋଣ ମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ଆରଟିଆଇ ଜରିଆରେ ମିଳିଥିବା ଏହି ରିପୋର୍ଟ ତାଜୁବ କରିଛି।

ପୁଷ୍ଟିହୀନତା ଶିଶୁଙ୍କ କ୍ଷେତ୍ରରେ ମହାରାଷ୍ଟ୍ର, ବିହାର ଏବଂ ଗୁଜୁରାଟ ଶୀର୍ଷରେ ରହିଛି ବୋଲି କୁହାଯାଇଛି। କୋଭିଡ ମହାମାରୀ ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସଙ୍କଟକୁ ଆହୁରି ବଢ଼ାଇଥାଇପାରେ ବୋଲି ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି।

ଅକ୍ଟୋବର ୧୪, ୨୦୨୧ ସୁଦ୍ଧା ମନ୍ତ୍ରାଳୟ କହିଛି ଯେ ଦେଶରେ ମୋଟ୍ ପୃଷ୍ଟିହୀନତାରୁ ୧୭,୭୬,୯୦୨ ଜଣ ଗୁରୁତର ଶିଶୁ ରହିଥିବା ବେଳେ ୧୫,୪୬,୪୨୦ ଜଣ ମଧ୍ୟମ ଧରଣର ରହିଛନ୍ତି। ଆରଟିଆଇ ପ୍ରଶ୍ନର ଉତ୍ତରରେ ମନ୍ତ୍ରାଳୟ କହିଛି ଯେ ଏହି ସଂଖ୍ୟା ଦେଶର ୩୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ସଂଗ୍ରହ କରି ଦିଆଯାଇଛି। ଗତ ବର୍ଷ ନଭେମ୍ବର ମାସ ତୁଳନାରେ ଏହି ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି ।

ନଭେମ୍ବର ୨୦୨୦ ରୁ ୧୪ ଅକ୍ଟୋବର ୨୦୨୧ ମଧ୍ୟରେ, ଏପରି ପିଲାଙ୍କ ସଂଖ୍ୟା ୯୧ ପ୍ରତିଶତ ବୃଦ୍ଧି ପାଇଛି ଯାହା ବର୍ତ୍ତମାନ ୯,୨୭,୬୦୬ରୁ ୧୭.୭୬ ଲକ୍ଷକୁ ବୃଦ୍ଧି ପାଇଛି ଜ୍ଝ ତେବେ ଉଭୟ ବର୍ଷ ପାଇଁ ଏହି ଆକଳନ ବିଭିନ୍ନ ଉପାୟରେ ପ୍ରସ୍ତୁତ ହୋଇଛି। ପୁଷ୍ଟିକର ଟ୍ରାକର ମାଧ୍ୟମରେ ନୂଆ ତଥ୍ୟ ସୃଷ୍ଟି କରାଯାଇଛି ଯେଉଁଠାରେ ସଂଖ୍ୟାଗୁଡ଼ିକ ସିଧାସଳଖ ଅଙ୍ଗନୱାଡି ଦ୍ୱାରା ଲେଖାହୋଇଥିଲା ଏବଂ କେନ୍ଦ୍ର ଦ୍ୱାରା ଲେଖା ହୋଇଥିଲା। ଏହା ପିଲାମାନଙ୍କର ବୟସ ଶ୍ରେଣୀ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ ନାହିଁ।

ଶିଶୁର ସ୍ୱାସ୍ଥ୍ୟ ଉପରେ ଉଭୟ ମଧ୍ୟମ ଏବଂ ସ୍ପଳ୍ପ ଧରଣର ପୃଷ୍ଟିହୀନତା ଗୁରୁତର ପ୍ରଭାବ ପକାଇଥାଏ । ସ୍ୱଳ୍ପ ଧରଣର ପିଲାମାନେ ସେମାନଙ୍କର ଉଚ୍ଚତା ପାଇଁ ବହୁତ କମ୍ ଓଜନ ରହିଥାନ୍ତି, ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ପାଇଁ ମୃତ୍ୟୁ ହେବାର ସମ୍ଭାବନା ନଅ ଗୁଣ ଅଧିକ ରହିଛି। ସେହିପରି ମଧ୍ୟମ ଧରଣର ପୃଷ୍ଟିହୀନତା ଥିବା ବ୍ୟକ୍ତିଙ୍କର ପିଲାଦିନର ଅସୁସ୍ଥତା ଏବଂ ମୃତ୍ୟୁହାର ହେବାର ଆଶଙ୍କା ଅଧିକ।

ଆରଟିଆଇ ଜରିଆରେ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ଅପପୁଷ୍ଟିକର ଶିଶୁ ୬,୧୬,୭୭୨ ରହିଥିବା ବେଳେ ବିହାର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୧,୫୫,୧୦୧ ଜଣ ପୃଷ୍ଟିହୀନତାର ଶିକାର ହୋଇଥିବା ବେଳେ ଗୁଜୁରାଟ ତୃତୀୟ ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଗୁଜରାଟରେ ଏହି ସଂଖ୍ୟା ୩,୨୦,୪୬୫  ରହିଛି ।

ସେହିପରି ଅନ୍ୟାନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨,୬୭,୨୨୮, କର୍ଣ୍ଣାଟକରେ ୨,୪୯,୪୬୩, ଉତ୍ତରପ୍ରଦେଶରେ ୧.୮୬ ଲକ୍ଷ, ତାମିଲନାଡୁରେ ୧.୭୮ ଲକ୍ଷ, ଆସାମରେ ୧.୭୬ ଲକ୍ଷ ଏବଂ ତେଲେଙ୍ଗାନାରେ ୧,୫୨,୫୨୪ ଲକ୍ଷ, ଦିଲ୍ଲୀରେ ୧.୧୭ ଲକ୍ଷ ପିଲା ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ୪୬ କୋଟିରୁ ଅଧିକ ପିଲା ରହିଛନ୍ତି।

ଅନ୍ୟପଟେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୧୦୧ ତମ ସ୍ଥାନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଏହା ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ପଛରେ ରହିଛି। ଗତ ବର୍ଷ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୯୪ ତମ ସ୍ଥାନରେ ରହିଥିଲା।

Leave A Reply

Your email address will not be published.