ନବୀନ ସ୍କୁଲ ଯାଉଛନ୍ତି କିନ୍ତୁ ବିଧାନସଭା ଆସୁନାହାନ୍ତି !

1 30

ଭୁବନେଶ୍ୱର: କରୋନା ରାଜ୍ୟରେ ମାଡିବା ଆରମ୍ଭ ହେବା ପାଖରୁ ବିଧାନସଭା ଆସିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦିଓ ସାରା ରାଜ୍ୟରେ ବୁଲି ବୁଲି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରୁଛନ୍ତି ହେଲେ ସେ କାହିଁକି ବିଧାନସଭା ଆସୁନାହାନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠାଇଛନ୍ତି । ଏମିତିକି ରବିବାର ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ଯାଇଥିଲେ। ସେଠାରେ ସେ ଏକ ସ୍ମାର୍ଟ ସ୍କୁଲକୁ ଯାଇଥିଲେ ଏବଂ ସ୍କୁଲର କ୍ସାସରୁମରେ ଯାଇ ବସିଥିଲେ।

ଏହାକୁ ପ୍ରତିବାଦ କରି ବାରବାଟୀ-କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ସୋମବାର ଗାନ୍ଧୀ ମୂର୍ତ୍ତି ତଳେ ପ୍ରତୀକାତ୍ମକ ଧାରଣା ଦେଇଛନ୍ତି। ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହୋଇଗଲା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବାରୁ ସେ ଏପରି ବିରୋଧ କରିଛନ୍ତି ବୋଲି କହିଛନ୍ତି। ଗତ ଶୁକ୍ରବାର ହଠାତ୍ ଶୀତ ଅଧିବେଶନର ଅବଶିଷ୍ଟ 17ଟି କାର୍ଯ୍ୟଦିବସକୁ ବାଚସ୍ପତି ବନ୍ଦ କରିଦେଇଥିଲେ।

“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନ ପାଇଁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନାହାଁନ୍ତି। ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଚନା ପାଇଁ ହୋଇଥିଲା, କିନ୍ତୁ ଅଧିବେଶନ ହଠାତ୍ ସ୍ଥଗିତ ରଖାଗଲା। ତେବେ ଗୃହକୁ ସ୍ୱାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀ କୌଣସି ପ୍ରୟାସ କରିନାହାନ୍ତି” ବୋଲି ମୋକିମ୍ କହିଛନ୍ତି।

“ଜନଚାଙ୍କର ପ୍ରତିନିଧି ହେବା ସତ୍ତ୍ୱେ ସେ ଗୃହକୁ ଅସମ୍ମାନ କରିଥିଲେ। ତେଣୁ ମୁଁ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ଧାରଣା ଦେଇଛି। ମୁଁ ଆଶା କରୁଛି ଗାନ୍ଧୀଜୀ ଗୃହକୁ କିଛି ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତା ଦେଖାଇବେ ଏବଂ ବର୍ତ୍ତମାନଠାରୁ ଅଧିବେଶନରେ ଯୋଗଦେବେ ଏବଂ ଜନସାଧାରଣଙ୍କ ବିଷୟରେ ଆଲୋଚନା କରିବେ”।

ଏହାର ଜବାବରେ ବିଜେଡି ସାଂସଦ ସୁବାଷ ସିଂ କହିଛନ୍ତି, “କଟକ ବର୍ତ୍ତମାନ ଅଭିବୃଦ୍ଧି ପଥରେ ଅଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକାଶମୂଳକ ପ୍ରକଳ୍ପ ଉପରେ ଧ୍ୟାନ ଦିଆଯିବା ଉଚିତ୍। ଉଭୟ ବିଜେପି ଏବଂ କଂଗ୍ରେସ ଦଳ ନିଜର ରାଜନୀତିକ ଅସ୍ତିତ୍ୱ ହରାଇଛନ୍ତି ଏବଂ ତେଣୁ ଏଭଳି ରାଜନୀତିକ ପ୍ରଶ୍ନ ଆଣିଛନ୍ତି। ”

ସୂଚନାଯୋଗ୍ୟ, ନବୀନ ଆଜି କଟକସ୍ଥିତ ବାଲିଯାତ୍ରା ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ 200ରୁ ଅଧିକ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିଥିଲେ। ସେ 1500 କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଥିଲେ। ଏସସିବି ମେଡିକାଲ କଲେଜ ଏବଂ କଟକ ହସପିଟାଲକୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାରେ ଏହା ଏକ ମାଇଲଖୁଣ୍ଟରେ ପରିଣତ ହେବ ବୋଲି ନବୀନ କହିଛନ୍ତି।

1 Comment
  1. binance sign up bonus says

    Your article helped me a lot, is there any more related content? Thanks!

Leave A Reply

Your email address will not be published.