ବଡ ଦିନରେ ପ୍ରଧାନମନ୍ତ୍ରୀ ଦେଲେ ତିନି ବଡ ଅପଡେଟ୍

1 14

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (ଡିସେମ୍ବର 25) ଦେଶକୁ ସମ୍ବୋଧିତ କରିଥିଲେ। ଏଥିସହ କରୋନା ଭାଇରସ ସଂକ୍ରମଣ ଏବଂ ଏହାର ଓମିକ୍ରନର ଭୟବହତା ମଧ୍ୟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ 15-18 ବର୍ଷ ବୟସର କିଶୋରମାନଙ୍କ ଟିକାକରଣ ଜାନୁୟାରୀ 3ରୁ ଆରମ୍ଭ ହେବ । ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସତର୍କତାମୂଳକ ଔଷଧ ଦିଆଯିବ। ଏହି ଡୋଜ 60 ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଦିଆଯିବ । ଯେଉଁମାନେ ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ଥିଲେ ଏବଂ ଏହି କାରଣରୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥିଲା।

ଏହି ଅବସରରେ ସେ ସଚେତନ ହେବାକୁ ନିବେଦନ କରିଛନ୍ତି । ଏଥିସହ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି । କୋଭିଡରୁ ସୁରକ୍ଷା ପାଇଁ ସେ ଦେଶବାସୀଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ଧୋଇବା, ପରିମଳ ବ୍ୟବସ୍ଥା ଆଦି ବ୍ୟବହାର କରିବା ପାଇଁ ନିବେଦନ କରିଥିଲେ।

ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଯାଇନାହିଁ। ଦେଶକୁ ସୁରକ୍ଷିତ ରଖିବା ପାଇଁ ଆମେ ନିରନ୍ତର କାମ କରୁଛୁ। ବୈଜ୍ଞାନିକଙ୍କ ପରାମର୍ଶ ଆଧାରରେ ଟିକାକରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି । କାହାକୁ ପ୍ରଥମ ଡୋଜ ଦିଆଯିବା ଉଚିତ ଏବଂ ଦ୍ୱିତୀୟ ଡୋଜରେ କେତେ ପାର୍ଥକ୍ୟ ରଖିବା ଉଚିତ୍ ସମସ୍ତ ନିଷ୍ପତି ବୈଜ୍ଞାନିକ ଆଧାରରେ ନିଆଯାଇଛି ।

ବର୍ତ୍ତମାନ ଓମିକ୍ରନ୍ ଉପରେ ବିଭିନ୍ନ ଆଲୋଚନା ହେଉଛି ଏବଂ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ଭାରତର ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ କାମ କରୁଛନ୍ତି। ଟିକାକରଣ ଆରମ୍ଭ ହେବାକୁ 11 ମାସ ବିତିଗଲାଣି।

1 Comment
  1. Priscillat says

    Excellent content! The way you explained the topic is impressive. For further details, I recommend this link: EXPLORE FURTHER. What do you all think?

Leave A Reply

Your email address will not be published.