ଗଛ ଛାଇ ତଳେ ସାମ୍ବାଦିକ, କେବେ ଖୋଲିବ ଲୋକସେବା ଭବନ?

0 32

ଭୁବନେଶ୍ୱର: ଲୋକସେବା ଭବନ ଭିତରକୁ ରିପୋର୍ଟିଂ ପାଇଁ କେବେ ଯିବେ ସାମ୍ବାଦିକ? ଖରା, ବର୍ଷା, ଶୀତ କାକରରେ କେତେ ଦିନ ଗଛ ଛାଇରେ ଛିଡା ହୋଇ ରହିବେ ସଚିବ ଏବଂ ବିଧାୟକଙ୍କ ମତାମତାକୁ? ଯଦି ବାହାର ଅଧିକାରୀ ଏବଂ ନିଜ ଲୋକ ଲୋକସେବା ଭବନକୁ ଲୁଚି ଛପି ଯାଇପାରୁଛନ୍ତି ତାହାଲେ ସାମ୍ବାଦିକଙ୍କୁ ପୂରାଇପାରେ ଅସୁବିଧା କେଉଁଠି?

ଅଧିକାଂଶ ମିଡିଆ ହାଉସ ଶାସକ ଦଳ ସହିତ ଭଲ ଲିଙ୍କରେ ଥିବାରୁ ସରକାର ବିରୋଧରେ ପ୍ରାୟତଃ ସମସ୍ତଙ୍କ ସ୍ୱର ଏବେ ନରମି ଯାଇଛି। ଯାହାର ଫାଇଦା ନେଇ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଲୋକସେବା ଭବନ ଭିତରେ ପୁରାଇ ଦିଆଯାଉଛି ଆଉ ବାକି ସାମ୍ବାଦିକଙ୍କୁ ବାହାରେ ଛିଡା କରାଇ ସରକାର କି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି?

ଲୋକଙ୍କ ସରକାର କହି ଅନେକ ଯୋଜନା କରୁଛନ୍ତି ହେଲେ ଏହାର ବାସ୍ତବ ଚିତ୍ର ଆଉ କିଛି ରହିଛି । ଯାହାକୁ ସରକାର ମଧ୍ୟ ହୃଦବୋଧ କରିଛନ୍ତି। ଆଗକୁ ପୌର ଏବଂ ପଂଚାୟତ ନିର୍ବାଚନ ରହିଛି। ଏପରି ସ୍ଥିତିରେ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଘାଇଲା ହେବା ଅପେକ୍ଷା ଲୋକସେବା ଭବନରେ ଶାନ୍ତିରେ ବସିବାକୁ ଚେଷ୍ଟା କରୁଛନ୍ତି କି ବାବୁ ଏବଂ ମନ୍ତ୍ରୀ?

କରୋନା ଟିକାକରଣ ଏବଂ ଟେଷ୍ଟିଂ ଆଦି କ୍ଷେତ୍ରରେ ରାଜ୍ୟ ସରକାର ଆଗରେ ଅଛନ୍ତି ବୋଲି କହୁଛନ୍ତି। ଏହି ଖବର ଯେତେବେଳେ ଜାତୀୟ ଏବଂ ଅନ୍ତର୍ଜାତୀୟ ମିଡିଆରେ ପ୍ରକାଶ ପାଉଛି ସେତେବେଳେ ସରକାର ଏବଂ ଶାସକ ଦଳ ବେଶ୍ ଖୁସି ପ୍ରକଟ କରୁଛି। ଏପରି ସ୍ଥିତିରେ ଲୋକସେବା ଭବନକୁ କେଉଁ କାରଣ ପାଇଁ ସାମ୍ବାଦିକଙ୍କୁ ପୂରାଇ ଦିଆଯାଉ ନାହିଁ? କିଏ ରଖିବେ ତାର ଉତ୍ତର?

ପ୍ରେସ ଦିବସ ଅବସରରେ ଯୋଗ ଦେଇ ଶାସକ ଦଳର ନେତା ମନ୍ତ୍ରୀ ଅନେକ କିଛି ଆହ୍ୱାନ କରିଛନ୍ତି ମିଡିଆକୁ । ଆଉ ଚତୁର୍ଥ ସ୍ତମ୍ଭ ଏବଂ ବାକ୍ ସ୍ୱାଧୀନତାର ଅଧିକାର ଉପରେ ଅନେକ କିଛି ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ମିଡ଼ିଆ କିଭଳି ଖବର ଅତିରଞ୍ଜିତ କରୁଛି ସେ ନେଇ ମଧ୍ୟ ମତ ରଖିଛନ୍ତି ମନ୍ତ୍ରୀ ଏବଂ ବିଧାୟକ । ଏପରି ଆହ୍ୱାନ କରି କରତାଳି ଖାଇଥିବା ନେତା ଏବଂ ମନ୍ତ୍ରୀ ଲୋକସେବା ଭବନ ଖୋଲିବା ପାଇଁ ଚେଷ୍ଟା କରିବେ କି?

Leave A Reply

Your email address will not be published.