ମୋଦୀଙ୍କ ରାଲି ବେଳେ ବ୍ଲାକ ଆଉଟ୍ ଘଟଣା, କାହାର ଥିଲା ଭୁଲ ?

1 32

ଓ଼ଡିଶା ଡେଲି ଡେସ୍କ: କଥାରେ କଛି କହିଦେଉଥାଏ ପରକୁ, ବୁଦ୍ଧି ନଦିଶଇ ପରକୁ । ଏପରି ଏକ ଲୋକକଥା ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ପରିିଲିକ୍ଷିତ ହୋଇଥିବା ତ୍ରୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ  ଏପରି ଲୋକକଥାକୁ ମନେ ପକାଇ ଦେଇଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତତ୍ୱରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ସାରା ଦେଶରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନବୀନଙ୍କ ଟ୍ୱିଟ୍ ସ୍ୱାଗତଯୋଗ୍ୟ ।

କିନ୍ତୁ ପ୍ରଶ୍ନ ଉଠେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ପାଇଁ ଭୁବନେଶ୍ୱର ଆସିଥିବା ବେଳେ ରାସ୍ତାରୁ ଲାଇନ୍ ପଳାଇଯିବା ଏବଂ ଅନ୍ଧାର ହୋଇଯିବା । ୧୬ ଏପ୍ରିଲ ୨୦୧୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ଜନସଭାକୁ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ଏହାର କିଛିଦିନ ପୂର୍ବରୁ ମୋଦିଙ୍କ ଜିବନପ୍ରତି ବିପଦ ଅଛି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ୧୬ ତାରିଖ ଦିନ ଯେତେବେଳେ ମୋଦୀ ଭୁବନେଶ୍ୱରରେ ପହଞ୍ଚିଲେ ସେତେବେଳକୁ ବିମାନ ବନ୍ଦର ରୁ ସଭାସ୍ଥଳ ଯାଏ ପ୍ରଧାନମନ୍ତ୍ରୀଙ୍କୁ ରୋଡ ସୋରେ ଯିବାର କାର୍ଯ୍ୟକ୍ରମ ଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଜନ ସମାଗମ ରହିଥିଲା । କିନ୍ତୁ ଷ୍ଟ୍ରିଟ୍ ଲାଇଟ୍ କେଉଁ କାରଣ ପାଇଁ ଅନ୍ଧାର ହୋଇଥିଲା ତାହା କେବଳ କ୍ଷମତାରେ ଥିବା ନେତା ଓ ଅଧକାରୀ ଜାଣିଥିବେ ।

ମୋଦୀ ରାସ୍ତାରେ ଯିବା ବେଳେ ଘନ ଅନ୍ଧକାର ରହିଥିଲା । ଏପରି ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ଅନ୍ଧାରରେ କେହି ବି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିପାରିଥାନ୍ତେ ।

କେବଳ ଏତିିକି ନୁହେଁ ୨୦୧୬ରେ ବରଗଡ଼ ଠାରେ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଗାଡ଼ି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିଲେ। ନିଜ ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ହୋଇଥିବା ଏପରି ଆକ୍ରମଣ ପାଇଁ ମୁଖ୍ୟମନ୍ତ୍ରୀ କେବେ କାହିଁ ଦୁଃଖ ପ୍ରକାଶ କି କିଛି ମତ ରଖି ନାହାନ୍ତି ।

1 Comment
  1. Camillat says

    Fantastic article! Your perspective on this topic is truly insightful. For those looking to explore this further, I found an excellent resource that complements your points: READ MORE. I’m eager to hear what others think about this!

Leave A Reply

Your email address will not be published.