ହସ୍ପିଟାଲରେ ଅଗ୍ନିକାଣ୍ଡ, ଚାଲିଗଲା ଚାରି ଶିଶୁଙ୍କ ଜୀବନ

3 17

ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ହମିଡିଆ ହସ୍ପିଟାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଠାରେ କମଲା ନେହେରୁ ବିଲ୍ଡିଂର ଚତୁର୍ଥ ମହଲାରେ ଥିବା ଶିଶୁ ୱାର୍ଡରେ ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ 4 ଜଣ ଶିଶୁ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ କହିଛନ୍ତି ଯେ ସୋମବାର ରାତିରେ ଶିଶୁ ୱାର୍ଡରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ 4 ଜଣ ଶିଶୁ ପ୍ରାଣ ହରାଇଥିବାବେଳେ 36 ଜଣ ଶିଶୁଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ମନ୍ତ୍ରୀ ସାରଙ୍ଗ କହିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତ୍ୟେକଙ୍କୁ ଚାରି ଲକ୍ଷ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, “ଡାକ୍ତରଖାନାର ଶିଶୁ ୱାର୍ଡରେ ନିଆଁ ଲାଗିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ।”

ଭୋପାଳର କମଲା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏସିଏସ ଜନସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ମହମ୍ମଦ ସୁଲେମାନ ଏହାର ତଦନ୍ତ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଶିଶୁ ୱାର୍ଡରେ ନିଆଁ ଲାଗିବା ମାତ୍ରେ ପ୍ରାଣ ବିକଳରେ ସମସ୍ତେ ବାହାରକୁ ବାହାରିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ଠେଲାପେଲାରେ ଅନେକ ଆହତ ହୋଇଥିବା ସୂଚନା ରହିଛି । ସ୍ଥିତି ଦଳଚକଟା ଭଳି ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ୱାର୍ଡରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ମୀମାନେ କୈଣସି ପ୍ରକାରେ ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ |

3 Comments
  1. Amandat says

    Very well-written and funny! For more information, visit: DISCOVER HERE. Looking forward to everyone’s opinions!

  2. escape rooms says

    Hi there, just became aware of your blog through Google, and found that it’s
    really informative. I am gonna watch out for brussels. I’ll appreciate if you continue this in future.
    A lot of people will be benefited from your writing.
    Cheers! Lista escape room

  3. FrederickaU says

    Very interesting information!Perfect just what I was searching for!.

Leave A Reply

Your email address will not be published.