ପଂଚାୟତ ନିର୍ବାଚନ: ନିଜ ଭିତରେ ଛନ୍ଦି ହୋଇଯିବ କି ବିଜେଡି ?

2 58

କେନ୍ଦ୍ରାପଡା: ଏକଦା ବିଜୁ ବାବୁଙ୍କ ନିର୍ବାଚନ ମଣ୍ଡଳୀ ଥିଲା କେନ୍ଦ୍ରାପଡା ଏବେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିର ଗଡ ପାଲଟିଛି । ରାଜ୍ୟ ରାଜନୀତି ତଥା ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱ ରହୁଥିବା ଏହି ଜିଲ୍ଲାର ସ୍ଥିତି ପଂଚାୟତ ନିର୍ବାଚନ ବେଳେ କିଛି ଅଲଗା ରହିଛିା ମୁଖ୍ୟତଃ ଦଳ ଭିତରେ ଥିବା ପତିଆରା ବଢିବା ଏବଂ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ଚେର କାଟି ଦଳୀୟ କର୍ମୀ ତଥା ନେତା ଏବେ ଚେକ୍ ଦେବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଯଦିଓ ଜିଲ୍ଲାରେ ବିରୋଧୀଙ୍କ ତୁଳନାରେ ବିଜେଡିର ସମ୍ପୂର୍ଣ୍ଣ ପତିଆରା ରହିିଛି ହେଲେ ଦଳ ଭିତରେ ଥିବା କ୍ଷମତା କନ୍ଦଳ ପଂଚାୟତ ନିର୍ବାଚନରେ ବିଜେଡିର ଖେଳ ବିଗାଡିପାରେ । ତେଣୁ ୨୦୦୧୭ ଭଳି ଏବେ ବିଜେଡି ଭଲ ପ୍ରଦର୍ଶନ କରିବ ନା ଖରାପ କରିବା ତାହା ଏବେ ବଡ ପ୍ରଶ୍ନ ।

ଜିଲ୍ଲାରେ ବିଜେଡିର ୫ ବିଧାୟକ ରହିଛନ୍ତି । ଆଳି, ପାଟକୁରା ଏବଂ କେନ୍ଦ୍ରାପଡାରେ ବିଜେଡି ଗୋଷ୍ଠୀ କନ୍ଦଳର ସାମ୍ନା କରିବା ସମ୍ଭାବନା ଅଧିକ । ରାଜନଗର ଏବଂ ମହାକାଳପଡାରେ ବିଜେଡିର ସ୍ଥିତି ମଜବୁତ ରହିଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଜିଲ୍ଲା ବାହାରର ନେତା ହୋଇଥିବାରୁ ଦଳୀୟ କର୍ମୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରାଜ୍ୟର ଏହି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ବିରୋଧରେ ରହିଛି ଅସନ୍ତୋଷ । ତେଣୁ ଶଶୀ ତୃଣମୂଳ ସ୍ତରରେ ଗଡ ସମ୍ଭାଳିବାକୁ କିପରି ରଣନୀତି ତିଆରି କରିବେ ବାଟ ପାଉନଥିବା ସୂଚନା ରହିଛି ।

କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ତରାଇ ଏବେ ଶଶୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେ ଖୋଲାଖୋଲି ଶଶୀଙ୍କ ନେତୃତ୍ୱକୁ ବିରୋଧ କରୁଛନ୍ତି । ପୂର୍ବରୁ ଭାଗବତପୁର ଓ ଅଣ୍ଡରା ସରପଂଚ ଉପନିର୍ବାଚନରେ ଶଶୀ ସମସ୍ତ କ୍ଷମତା ଲଗାଇଥିଲା । ହେଲେଏଠାରେ ଶଶୀଙ୍କ ବଳ କାଟୁ କରିନଥିଲା । ଆଉ କିଶୋରଙ୍କ ସମର୍ଥୀତ ପ୍ରାର୍ଥୀ ବାଜି ମାରିନେଇଥିଲେ । ତେବେ ଏହାରି ଭିତରେ ରୋଚକ କଥା ହେଉଛି ସମିତି ସଭ୍ୟ ଶିବପ୍ରସାଦଙ୍କ ସହିତ ବିଧାୟକଙ୍କର ଯେଉଁ ସଂପର୍କ ଥିଲା ତାହା ଏବେ ଶୀତଳ ଯୁଦ୍ଧରେ ପରିଣତ ହୋଇସାରିଛି । ଆଉ ଏହି ସମୀକକରଣ ପଛରେ ଦଳର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀର ହାତ ଥିବା କୁହାଯାଉଛି । ତେଣୁ ଏବେ ଲଢେଇ ବିଜେଡି ଏବଂ ବିଜେପି- କଂଗ୍ରେସ ମଧ୍ୟରେ ନୁହଁ ବରଂ ଶଶୀ-କିଶୋର ଏବଂ ଶିବଙ୍କ ମଧ୍ୟରେ ।

ତେବେ ନିଜ ଅଂଚଳର କନ୍ଦଳ ନେଇ ବିଧାୟକ ଶଶୀ ଦଳର ଅଦୃଶ୍ୟ ଶକ୍ତିଙ୍କ ପାଖରୁ ସାହାଯ୍ୟ ସହଯୋଗ ମାଗୁଥିଲେ ବି ସେଭଳି କିଛି ସହଯୋଗ ମିଳିପାରୁନଥିବା ସୂଚନା ରହିଛି । ତେଣୁ ଜିଲ୍ଲାରେ ଶଶୀଙ୍କ ବିରୋଧୀ ଗୋଷ୍ଠୀ ବିରୋଧୀ ସହିତ ମେଳି କରି ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଚେକ୍ ଦେଇ ନିଜ ଅଂଚଳକୁ ଫେରିଯିବାକୁ ଚିନ୍ତା କରୁଛନ୍ତି ତାଙ୍କ ଦଳୀୟ ବିରୋଧୀ । କିନ୍ତୁ ରାଜନୀତିର ପାଣିପାଗ ପ୍ରତିଦିନ ସୂର୍ଯ୍ୟ ଉଇଁ ବା ଏବଂ ଅସ୍ତ ବେଳକୁ ପରିବର୍ତନ ହେଉଥିବାରୁ ଭୋଟ୍ ପଡିବାବେଳକୁ ଦୁଇ ଗୋଷ୍ଠୀ ମଧ୍ୟରେ ଅହିନକୂଳ ସଂପର୍କ ଗଢି ନଉଠିବା ସମ୍ଭାବନାକୁ ଏଡାଇ ଦେଇ ହେବନି ।

ସେହିପରି ପାଟକୁରାରେ ବିଧାୟକ ସାବିତ୍ରୀ ଅଗ୍ରୱାଲ ରହିଛନ୍ତି । କିନ୍ତୁ ତାଙ୍କ ପୁଅ ସଂଜୟ ଅଗ୍ରୱାଲ ସମସ୍ତ କଥା ବୁଝୁଛନ୍ତି । କିନ୍ତୁ ବିଧାୟକ ଅତନୁ ଏହି ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ପୁରାଉଥିବାରୁ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ଚେତବାନୀ ଦେଇସାରିଛନ୍ତି । ତେଣୁ ଏପରି ସ୍ଥିତିରେ ଏଠାରେ ସ୍ଥିତି ବହୁ ପୂର୍ବରୁ ଦଳୀୟ ନେତାଙ୍କ ମଧ୍ୟରେ କନ୍ଦଳ ରହିଛି । ସଂଜୟଙ୍କୁ ଚେକ୍ ଦେଇ ବିଧାୟିକା ମାଙ୍କ ପୁଅର ପତିଆରା ଖସାଇବା ପାଇଁଁ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଉକ୍ରଳ କେଶରୀ ପରିଡା, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଏବଂ ମାର୍ଶାଘାଇ ବ୍ଲକ ବିଜେଡି ସଭାପତି ସଂଜୟ ଲେଙ୍କା ଏବେ ମେଳି କରୁଥିବା ସୂଚନା ରହିଛି ।

ସେହିପରି ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭରି ହୋଇ ରହିଛି । ଖରସ୍ରୋତା ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିବାରୁ ବିଜେଡି ଏଠି ତୃଣମୂଳ ସ୍ତରର ଭୋଟ୍ ପାଇବା ଆଶା କମ୍ ।

ଅନ୍ୟପଟେ ଜିଲ୍ଲାରେ ବିଜେପି ଏବଂ କଂଗ୍ରେସର ସ୍ଥିତି କିଛି ନାହିଁ କହିଲେ ଚଳେ । ସେହିପରି ସାଂସଦ ତଥା ତଥାକଥିତ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନିର୍ବାଚନରେ ସାମିଲ ନକରି ବିଜେଡି ଭୋଟର ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ରହିିଛି ।

2 Comments
  1. Sabrinat says

    This was both informative and hilarious! For further reading, check out: LEARN MORE. What do others think?

  2. binance Kayit Ol says

    Your article helped me a lot, is there any more related content? Thanks!

Leave A Reply

Your email address will not be published.