ଚଣ୍ଡିଖୋଲରେ ତୈଳ ସଂରକ୍ଷଣ ପ୍ରକଳ୍ପକୁ ଭୁଲି ଗଲା କି କେନ୍ଦ୍ର ସରକାର?

2 93

ଯାଜପୁର: ଗାଁ ମୁହାଁ ଏବେ ରାଜ୍ୟ ରାଜନୀତି । ଆଗକୁ ପଂଚାୟତ ନିର୍ବାଚନ ରହିଛି । ତେଣୁ ରାଜଧାନୀ ଛାଡି ନେତା ଏବେ ଗାଁରେ ବିକାଶର ବାର୍ତ୍ତା ବାଣ୍ଟୁଛନ୍ତି । ଏହାରି ଭିତରେ ବିଜେପିର ପ୍ରମୁଖ ବିରୋଧୀ ବିଜେଡି ଏବଂ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ତଥା ସ୍ୱର୍ଗତ ଅରୁଣ ଜେଟଲୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଡ଼ଙ୍କାରୀରେ ତୈଳ ସଂରକ୍ଷଣ କେନ୍ଦ୍ର ହେବ  ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ସେତେବେଳେ ସାରା ରାଜ୍ୟ ଖୁସି ହୋଇଥିଲା। କାରଣ ଏହି ପ୍ରକଳ୍ପ ତିଆରି ହେଲେ ପାଖାପାଖି ଚାରି ହଜାର ନିଯୁକ୍ତି ସୃଷ୍ଟି ହେବ।

ତେବେ ୨୦୧୭ରେ ଏହି ପ୍ରକଳ୍ପର ଘୋଷଣା ନେଇ ଯେଉଁଭଳି ଉତ୍ସାହ ଦେଖାଦେଇଥିଲା। ଏବେ ସେହିଭଳି ଉତ୍ସାହ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୋଦୀ ସରକାର ପୂର୍ବାଂଚଳର ବିକାଶ ଚାହୁଁଛନ୍ତି କହି ଏହି ପ୍ରକଳ୍ପ ବାବଦରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଖାଲି ଚଣ୍ଡିଖୋଲ ନୁହେଁ ସମାନ ପ୍ରକଳ୍ପ କର୍ଣ୍ଣାଟକର ପାଦୁରରେ ହେବ ବୋଲି ଘୋଷଣା ହୋଇଥିଲା। ଏବେ ଘୋଷଣାକୁ ଚାରି ବର୍ଷରୁ ଅଧିକ ପୂରଣ ହୋଇଛି । କର୍ଣ୍ଣାଟକରେ ଏହି ପ୍ରକଳ୍ପ ଆଗେଇ ଥିବା ବେଳେ ଚଣ୍ଡିଖୋଲରେ ଏହି ପ୍ରକଳ୍ପ ସତରେ ହେବ ତ ବୋଲି ପ୍ରଶ୍ନ ଉଠିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ପାଖରୁ ଆରମ୍ଭ କରି ରାଜନୀତିକ ଦଳ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

କେନ୍ଦ୍ର ସରକାରଙ୍କ ଘୋଷଣା କରିଥିଲେ, କର୍ଣ୍ଣାଟକ ପାଦୁରରେ ୨.୫ ମିଲିୟନ ଏବଂ ଓଡ଼ିଶାର ଚଣ୍ଡିଖୋଲରେ ୬.୫ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର ହେବ । ୧୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କରି ୪ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏହି ପ୍ରସ୍ତାବିତ ତୈଳ ସଂରକ୍ଷଣ କେନ୍ଦ୍ର ଦେଶର ଚତୁର୍ଥ ସର୍ବବୃହତ ସଂରକ୍ଷଣ କେନ୍ଦ୍ର ହେବ । ଏଥିପାଇଁ ପ୍ରାଥମିକ ସର୍ଭେ କରାଯାଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା, କେନ୍ଦ୍ର ପେଟ୍ରୋଲିୟମ ସଚିବ ଡ଼ଙ୍କାରୀ ଗସ୍ତ କରି ସ୍ଥିତି ମଧ୍ୟ ଅନୁଧ୍ୟାନ କଲେ । କିନ୍ତୁ ସେତିକିରେ ଅଟକି ଯାଇଛି ପ୍ରକଳ୍ପ, ଆଉ ଆଗେଇ ପାରିନି କାର୍ଯ୍ୟ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ ନେତା ।

ଏବେର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଏହି ପ୍ରକଳ୍ପର ଘୋଷଣା ହୋଇଥିଲା। ରାଜ୍ୟରେ ଧର୍ମେନ୍ଦ୍ରଙ୍କର ଏକ ସ୍ୱତନ୍ତ୍ର ପତିଆରା ଏବେ ପୂର୍ବପରି ନାହିଁ। ତେଣୁ ଏହି ପ୍ରକଳ୍ପ ପ୍ରତି ମଧ୍ୟ କେନ୍ଦ୍ର ସରକାରଙ୍କର ସେମିତି କିଛି ଉତ୍ସାହ ନାହିଁ କି ବୋଲି ପ୍ରଶ୍ନ ଉଠିଛି। କର୍ଣ୍ଣାଟକରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଥିବା ବେଳେ ଓଡିଶାକୁ କାହିଁକି ଅଣଦେଖା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

2 Comments
  1. You must first install Shortcuts on your iPhone or iPad
    before you can install the Shortcut that downloads videos.

  2. Monicat says

    Fantastic insights! Your perspective is very refreshing. For more details on this topic, visit: EXPLORE FURTHER. What do others think?

Leave A Reply

Your email address will not be published.