ଯବାନଙ୍କୁ ଗୁଳିରେ ୪ ଯବାନ ମୃତ

0 28

ସୁକୁମା: ଛତିଶଗଡ ସୁକୁମାରୁ ଆସିଛି ଦୁଃଖଦ ଖବର । ଜିଲ୍ଲାର ମରାଇଗୁଡାର ଲିଙ୍ଗନାପାଲ୍ଲୀ କ୍ୟାମ୍ପରେ ଜଣେ ସିଆରପିଏଫ ଯବାନ ନିଜ ସହଯୋଗୀ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ୪ ଜଣ ଯବାନ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ୩ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମରାଇଗୁଡାର ଲିଙ୍ଗନାପାଲ୍ଲୀ କ୍ୟାମ୍ପରେ ସିଆରପିଏଫର ୫୦ ତମ ବାଟାଲିୟନର ଯବାନଙ୍କ ମଧ୍ୟରେ ବିବାଦ ଥିଲା। ଏହି ବିବାଦ ଏତେ ବଢ଼ିଥିଲା ଯେ ଜଣେ ଯବାନ ରାଗି ଯାଇ ନିଜ ସହଯୋଗୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହି ଘଟଣାରେ ଅନେକ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ବରିଷ୍ଠ ଅଧିକାରୀଙ୍କ କୈଣସି ମତାମତ ଆସି ନାହିଁ। କିନ୍ତୁ ଯେଉଁ ଯବାନ ଜଣଙ୍କ ଗୁଳି ଚଳାଇଲେ ତାଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.