ନୱାଜଙ୍କୁ ଫେରାଇବା ଲକ୍ଷ୍ୟରେ ପାକ୍‌ ସେନା

Nawaz serif

0 10

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପୁଣି ଗାଦିକୁ ଫେରାଇବାକୁ ଯୋଜନା କରୁଛି ପାକିସ୍ତାନ ସେନା।ଏବେ ଅନ୍ତର୍ଜାତୀୟସ୍ତରରେ ଏମିତି ଚର୍ଚ୍ଚା ହେଉଛି। ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଯାଇ ପାରେ ବୋଲି ମଧ୍ୟ ଆଲୋଚନା ଚାଲିଛି।  ଏ ନେଇ ଜୋରଦାର କଳ୍ପନାଜଳ୍ପନା ଚାଲିଛି । ପ୍ରଧାନମନ୍ତ୍ରୀ ପଦରେ ଇମ୍ରାନ ଖାଁ ବିଫଳ ହୋଇଥିବା ଦର୍ଶାଇ ଖୋଦ ସେନା ହିଁ ସରିଫଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି । ଗତ କିଛି କାଳ ଧରି ସେନା ଓ ଇମ୍ରାନଙ୍କ ମଧ୍ୟରେ କ୍ଷମତା ଲଢେ଼ଇ ତୀବ୍ର ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି ।
ଇମ୍ରାନଙ୍କ ଉତ୍ତରାଧିକାରୀ ଭାବେ ସରିଫଙ୍କୁ ସେନା ଅଧିକ ଉପଯୁକ୍ତ ମନେ କରୁଥିବା ଜଣାପଡ଼ିଛି । ସରିଫ ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କାରାଗାରରେ ରହିବା ପରେ ଚିକିତ୍ସା ପାଇଁ ୨୦୧୯ ଡିସେମ୍ବରରେ ବିଦେଶ ଆସିଥିଲେ ଏବଂ ସେବେଠାରୁ ସେ ଲଣ୍ଡନରେ ହିଁ ବାସ କରୁଛନ୍ତି । ଦୁଇଟି ମାମଲାରେ ତାଙ୍କୁ ଯଥାକ୍ରମେ ୧୦ ଓ ୭ ବର୍ଷ କାରାଦଣ୍ଡାଦେଶ ହୋଇଛି । ଅପରପକ୍ଷେ ସରିଫ ଓ ତାଙ୍କ ଝିଅ ମାରିଆମଙ୍କୁ ସରିଫ ଫେରିଲା ମାତ୍ରେ ଇମ୍ରାନଙ୍କ ସଂକଟ ବଢ଼ିଯିବ ଏବଂ ସେ ଇସ୍ତଫା ଦେବାକୁ ବାଧ୍ୟ ହେବେ ବୋଲି ପାକିସ୍ତାନର ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

 

Leave A Reply

Your email address will not be published.