୨୦ ବର୍ଷରେ ଦେଶରେ ୧୮୮୮ ହାଜତ ମୃତ୍ୟୁ

death in police custody

0 2

ନୂଆଦିଲ୍ଲୀ: ହାଜତ ମୃତ୍ୟୁକୁ ନେଇ ଗତ କିଛିଦିନ ହେଲା ଓଡ଼ିଶାର ବରଗଡ଼ରେ ହେହଲ୍ଲା ଚାଲିଛି। ତେବେ ଦେଶରେ ଗତ ୨୦ ବର୍ଷରେ ୧,୮୮୮ ହାଜତ ମୃତୁ୍ୟ ହୋଇଥିବା ରେକର୍ଡ ହୋଇଛି। ଏଥିରେ  ୮୯୩ ପୁଲିସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ୩୫୮ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । କିନ୍ତୁ ଏହି ସମୟ ମଧ୍ୟରେ ହାଜତ ମୃତୁ୍ୟ ମାମଲାରେ ମାତ୍ର ୨୬ ଜଣ ପୁଲିସ କର୍ମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୧ରୁ ୨୦୨୦ ମସିହା ମଧ୍ୟରେ ଏନସିଆରବିର ବାର୍ଷିକ ଅପରାଧ ରିପୋର୍ଟରୁ ଏହା ଜଣାପଡ଼ିଛି । ନିକଟରେ ଉତ୍ତରପ୍ରଦେଶ କସଗଂଜ ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକ ଅଲତଫଙ୍କ ମୃତୁ୍ୟ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏନସିଆରବି ତଥ୍ୟ ଅନୁଯାୟୀ ୨୦୦୬ରେ ସର୍ବାଧିକ ୧୧ ଜଣ ପୁଲିସ ହାଜତ ମୃତୁ୍ୟ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ଉତ୍ତରପ୍ରଦେଶର ଏବଂ ୪ ଜଣ ମଧ୍ୟପ୍ରଦେଶର ।
୨୦୨୦ରେ ୭୬ ହାଜତ ମୃତୁ୍ୟ ହୋଇଥିବା ବେଳେ ଗୁଜରାଟରେ ସର୍ବାଧିକ ୧୫ ହାଜତ ମୃତୁ୍ୟ ହୋଇଥିଲା । ହାଜତ ମୃତୁ୍ୟ ମାମଲାରେ ଗତବର୍ଷ କେହି ଜଣେ ହେଲେ ଦୋଷୀସାବ୍ୟସ୍ତ ହୋଇନାହାନ୍ତି । ୨୦୧୭ ମସିହାର ଏନସିଆରବି ହାଜତ ମୃତୁ୍ୟ ମାମଲାରେ ଗିରଫ ହୋଇଥିବା ପୁଲିସଙ୍କ ବାବଦରେ ତଥ୍ୟ ପ୍ରଦାନ କରିଛି । ଗତ ୪ ବର୍ଷ ମଧ୍ୟରେ ୯୬ ପୁଲିସ ଗିରଫ ହେଲେଣି । ଏନସିଆରବି ହାଜତ ମୃତୁ୍ୟକୁ ୨ ଭାଗରେ ବିଭକ୍ତ କରିଛି । ଏନସିଆରବି ତଥ୍ୟ ଅନୁଯାୟୀ ରିମାଣ୍ଡରେ ଥାଇ ୧୧୮୫ ଜଣଙ୍କ ହାଜତ ମୃତୁ୍ୟ ହୋଇଥିବା ବେଳେ ଅନ୍ୟପକ୍ଷରେ ବିନା ରିମାଣ୍ଡରେ ୭୦୩ ଜଣଙ୍କ ହାଜତ ମୃତୁ୍ୟ ହୋଇଛି ।

Leave A Reply

Your email address will not be published.