୨୨ରୁ ଶ୍ରୀମନ୍ଦିର ହେରିଟେଜ୍‌ କରିଡର ଭୂମିପୂଜନ !

2 50

ପୁରୀ: ନଭେମ୍ବର ୨୨ରୁ ଆରମ୍ଭ ହେବ ଶ୍ରୀମନ୍ଦିର ହେରିଟେଜ କରିଡର ଭୂମିପୂଜନ । ‌ତିନି ଦିନ ଧରି ମହାଯଜ୍ଞର ଆୟୋଜନ କରାଯିବ। ନଭେମ୍ବର ୨୪ରେ ଦିଆଯିବ ପୂର୍ଣ୍ଣାହୂତି। ମୁଖ୍ୟମନ୍ତ୍ରୀ ଏହାର ପୂର୍ଣ୍ଣାହୂତି ଦେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ନେଇ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ।

ନିକଟରେ ଏହା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ସମ୍ଭାବ୍ୟ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ସମ୍ଭାବ୍ୟ ତାରିଖ ନଭେମ୍ବର ୨୨, ୨୩ ଓ ୨୪ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗଦେବା ସଂପର୍କରେ ଅନୁମତି ମଗାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହମତି ପରେ ସମ୍ଭାବ୍ୟ ତାରିଖ ଅନୁଯାୟୀ ଭୂମିପୂଜନ ଆରମ୍ଭ ହେବ। ଅନ୍ୟପଟେ ଶଙ୍କରାଚାର୍ଯ୍ୟଙ୍କ ଅନୁମତିକୁ ମଧ୍ୟ ଅପେକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏକପ୍ରକାର ଚୂଡାନ୍ତ ହୋଇଥିବାବେଳେ ଗୁରୁଜୀଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ଗୁରୁଜୀ ଗୋଟାଏ ମଞ୍ଚରେ ରହିବେ ବୋଲି ଶୁଣିବାକୁ ମିଳୁଛି।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଥିବା ବେଳେ ଏନେଇ ସହରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର ଯଜ୍ଞ ଓ ପୂଜା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବା ସହ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବେ। ତେବେ ଏହାକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

ଆଜି ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ମଣ୍ଡପ ନେଇ ଭୂମି ପୂଜନ ହୋଇଛି। ତେବେ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୨୨ରେ ଅଙ୍କୁରାରୋପଣ, ୨୩ ରେ ଯଜ୍ଞ ଓ ୨୪ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ। ତେବେ ଏଥିପାଇଁ ଉତ୍ତର ପାର୍ଶ୍ୱ ମଠ ପାଖରେ ଯଜ୍ଞ ମଣ୍ଡପ ନିର୍ମାଣ ଚାଲିଥିବା ବେଳେ ଶ୍ରୋତ୍ରୀୟ ବ୍ରାହ୍ମଣ ଓ ଦେଉଳ ପୁରୋହିତଙ୍କ ଦ୍ଵାରା ଏହା ପୂର୍ବରୁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଯାତ୍ରୀପରିକ୍ରମା ମାର୍ଗ ପରିକଳ୍ପନା ଯୋଜନାର ଶୁଭ ଦେବେ। ଯାତ୍ରୀ ପରିକ୍ରମା ଯୋଜନାରେ କାକୁଡିଖାଇ ମନ୍ଦିର ସାମନା ମେଘନାଦ ପାଚେରୀ ସବୁଜ ବଳୟକୁ ଛାଡି ବ୍ୟାରିକେଡ ହେବ। ଦର୍ଶନାର୍ଥୀମାନେ ବର୍ତମାନର ପାଦଧୁଆ କେନ୍ଦ୍ର ଦେଇ ସିଂହଦ୍ୱାରରେ ପ୍ରବେଶ କରିବେ।କାକୁଡିଖାଇ ମନ୍ଦିର ପାଖରେ ଭୂତଳ ପାର୍କିଂ ଓ ଜିନିଷ ଘର ରହିବ।ଶ୍ରୀମନ୍ଦିର ଚୌହଦିର ଚାରି କୋଣରେ ଚାରୋଟି ସୁରକ୍ଷା ୱାଚ ଟାୱାର ନିର୍ମାଣ ହେବ। ପରିକ୍ରମା ପରିକଳ୍ପନାରେ ସାତୋଟି ଲେନ ରହିବ। ଗୋଟିଏ ଲେନରେ ମେଘନାଦ ପାଚେରୀ କଡ଼କୁ ଲାଗି ଉଦ୍ୟାନ ରହିବ।ଏହି ଉଦ୍ୟାନକୁ ଲାଗି ଭକ୍ତଙ୍କ ପରିକ୍ରମା ପଥ ନିର୍ମାଣ ହେବ।ଏହି ଦୁଇ ଲେନକୁ ଲାଗି ଠାକୁରଙ୍କ ପରିକ୍ରମା ପଥ ରହିବ।

ପୂର୍ବରୁ ଅକ୍ଟୋବର ୧୮ରେ ଶ୍ରୀମନ୍ଦିର ହେରିଟେଜ କରିଡରର ଭୂମିପୂଜନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ୧୬, ୧୭ ଓ ୧୮ ତାରିଖ ତିନି ଧରି ମହାଯଜ୍ଞର ଆୟୋଜନ କରାଯାଇଥିଲା। ଦୋଳବେଦି କୋଣରେ ଯଜ୍ଞମଣ୍ଡପ ତିଆରି ହେବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ଲଘୁଚାପଜନିତ ବର୍ଷା, ବାତ୍ୟାର ଆଶଙ୍କା ରହିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି କାର୍ଯ୍ୟକ୍ରମ ବାତିଲ୍‌ କରିବାକୁ କୁହାଯାଇଥିଲା। ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ପ୍ରଶାସନ ବାତିଲ୍ କରିଥିଲା।

2 Comments
  1. escape roomy lista says

    You actually make it appear so easy together with your presentation but I in finding this matter to be really
    something which I think I might never understand.
    It sort of feels too complicated and extremely broad for
    me. I am taking a look forward to your next put
    up, I will attempt to get the cling of it! Lista escape room

  2. Ervin-V says

    Very good information can be found on weblog..

Leave A Reply

Your email address will not be published.