ଏକାଥରେ ୭ କଂଗ୍ରେସ ନେତା ଦେଲେ ଇସ୍ତଫା

0 17

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସମର୍ଥକମାନେ ରାଜ୍ୟ କଂଗ୍ରେସ କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରିବା ପରେ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ଆଜାଦଙ୍କ ସମର୍ଥକଙ୍କ ଇସ୍ତଫା ଦେବା ପରେ ଜମ୍ମୁ କଶ୍ମୀର କଂଗ୍ରେସରେ ବିଭାଜନ ଦେଖାଦେଇଛି । ଦଳରେ ଏହାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।

ଏହି ନେତା ମାନେ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ରାଜ୍ୟ ଦାୟିତ୍ୱରେ ଥିବା ରଜନୀ ପାଟିଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ମିଲିଥିବା ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀର ପ୍ରଦେଶ କଂଗ୍ରେସ କମିଟି (ଜେକେପିସିସି) ସଭାପତି ଗୁଲାମ ଅହମ୍ମଦ ମୀରଙ୍କୁ ବଦଳାଇବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଲୋକସଭା ଏବଂ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ​​ହାରିଯିବା ସତ୍ତ୍ବେ ମୀରଙ୍କ କାର୍ଯ୍ୟ ଶୈଳୀ ଏବଂ ତାଙ୍କ  ପୁଅର ଏହି ପଦବୀରେ ଅବ୍ୟାହତ ରହିଥିବାରୁ ରାଜ୍ୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.