ଗାନ୍ଧୀଜୀଙ୍କୁ ଟାର୍ଗେଟ୍‌ କରି ଏମିତି କହିଲେ କଙ୍ଗନା

Kananga ranawat

1 78

ମୁମ୍ବାଇ: ସର୍ବଦା ବିବାଦରେ ରହୁଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ଆଉ ଏକ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି। କିଛିଦନ ତଳେ ଦେଶ ସ୍ବାଧୀନତାକୁ ନେଇ ଦେଇଥିବା ବୟାନର ବିବାଦ ନ ଥମୁଣୁ ସିଧା ସ୍ବାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା। ଗାନ୍ଧୀଜୀ ନେତାଜୀଙ୍କୁ ସମର୍ଥନ କରି ନଥିଲେ ବୋଲି ସେ କହିଛନ୍ତି। କଙ୍ଗନା କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଗାନ୍ଧିଜୀ ଆଦୌ ସମର୍ଥନ କରୁ ନଥିଲେ। ଗାନ୍ଧିଜୀ ମଧ୍ୟ ଭଗତ ସିଂହଙ୍କ ଫାଶୀ ଚାହୁଁଥିଲେ। ଗୋଟିଏ ଗାଲକୁ ମାରିଲେ ଯେଉଁମାନେ ଆଉ ଏକ ଗାଲ ଦେଖାଇବାକୁ କହନ୍ତି ସେମାନେ ଦେଇଥିବା ସ୍ବାଧୀନତା ଭିକ ନୁହେଁ ତ ଆଉ କଣ ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା। ତେବେ କଙ୍ଗନା ଅଭିନୟ କ୍ଷେତ୍ରରେ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ଏକ ଟେଲିଭିଜନ କାର୍ୟ୍ୟକ୍ରମରେ ସାକ୍ଷାତ ସମୟରେ ୨୦୧୪ରେ ଅର୍ଥାତ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ହିଁ ଆମକୁ ପ୍ରକୃତ ସ୍ବାଧୀନତା ମିଳିଛି, ଏହାପୂର୍ବରୁ ମିଳିଥିବା ସ୍ବାଧୀନତା ଭିକ ବୋଲି କହିଥିଲେ । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପଦ୍ମଶ୍ରୀ ପ୍ରତ୍ୟାବର୍ତ୍ତନ ପାଇଁ ମଧ୍ୟ ଦାବି ହୋଇଥିଲା। ଭୁଲ୍ ପ୍ରମାଣିତ କଲେ ପଦ୍ମଶ୍ରୀ ଫେରାଇ ଦେବି କହିବା ପରେ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଖବରକାଗଜର କଟିଂକୁ ସେୟାର କରି ୨ ପୃଷ୍ଠାରେ ନିଜସ୍ବ ମନ୍ତବ୍ୟ ରଖିଛନ୍ତି କଙ୍ଗନା । ପ୍ରଥମ ପୋଷ୍ଟରେ କଙ୍ଗନା କହିଛନ୍ତି ଯେ, ଯେଉଁମାନେ ସ୍ବାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ କ୍ଷମତାଲୋଭୀ ଓ ଚାଲାକ ଲୋକମାନେ ନିଜର ମାଲିକଙ୍କୁ ହସ୍ତାନ୍ତର କରିଦେଇଥିଲେ । ଏମାନେ ସେହି ଲୋକ ଥିଲେ, ଯେଉଁମାନଙ୍କର ଶୋଷଣ କରୁଥିବା ଲୋକଙ୍କ ସହିତ ଲଢିବା କିମ୍ବା ନିଜର ଗରମ ରକ୍ତକୁ ଆହୁତି ଦେବାର ସାହସ ନ ଥିଲା ।ଏମାନେ ସେହି ଲୋକ ଥିଲେ, ଯେଉଁମାନେ କି ଗୋଟିଏ ଗାଲକୁ ମାରିଲେ ଆଉ ଏକ ଗାଲ ଦେଖାଇଦେବାକୁ ଶିଖାଉଥିଲେ । ଏଭଳି ଭାବେ କେବେ କଣ କାହାକୁ ସ୍ବାଧୀନତା ମିଳେ  ଏଭଳି କେବଳ ଭିକ ମିଳିଥାଏ । ସେଥିପାଇଁ ବୁଦ୍ଧିର ସହ ନିଜର ନାୟକଙ୍କୁ ବାଛନ୍ତୁ ବୋଲି କଙ୍ଗନା କହିଛନ୍ତି । ଦ୍ବିତୀୟ ପୋଷ୍ଟରେ କଙ୍ଗନା ଲେଖିଛନ୍ତି ଯେ, ଗାନ୍ଧିଜୀ କେବେ ବି ନେତାଜୀ ଓ ଭଗତ ସିଂହଙ୍କୁ ସମର୍ଥନ କରିନଥିଲେ । ଏପରି କିଛି ପ୍ରମାଣ ରହିଛି ସେଥିରୁ ଜଣାପଡୁଛି ଯେ, ଗାନ୍ଧିଜୀ ଭଗତ ସିଂହଙ୍କ ଫାଶୀ ଚାହୁଁଥିଲେ ।
କେବଳ ଇତିହାସକୁ ଜାଣି ସେସବୁକୁ ଗୋଟିଏ ବାକ୍ସରେ ରଖି ମହାପୁରୁଷଙ୍କ ଜୟନ୍ତୀରେ ଶୁଭକାମନା ଜଣାଇଦେଲେ ହେବନି । ଏହି ନିରବତା ଦାୟିତ୍ବହୀନତାକୁ ସୂଚାଏ । ତେଣୁ ଇତିହାସକୁ ଜାଣନ୍ତୁ ଏବଂ ଆପଣଙ୍କ ହିରୋକୁ ନିଜେ ଚୟନ କରନ୍ତୁ ବୋଲି କଙ୍ଗନା କହିଛନ୍ତି ।

1 Comment
  1. Annt says

    Excellent article! The depth of analysis is impressive. For those wanting more information, I recommend this link: FIND OUT MORE. Keen to see what others think!

Leave A Reply

Your email address will not be published.