ଯଦି ଅଭିଯୋଗ ଭିତ୍ତିହୀନ, ହତ୍ୟା ଘଟଣା ପରେ କାହିଁକି ନିରୁଦିଷ୍ଟ ଥିଲେ ମନ୍ତ୍ରୀ ଦିବ୍ୟ?

0 53

କଳାହାଣ୍ଡି: ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୋ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ନାହିଁ । ତଦନ୍ତକାରୀ ସଂସ୍ଥା ତଦନ୍ତ କରି ଅନେକ କିଛି କହି ସାରିଲେଣି ମୋର ଏହି ଘଟଣାରେ ସଂପୃକ୍ତି ନାହିଁ ବୋଲି ମଧ୍ୟ ଜଣାପଡିଛି। ମୋତେ ବଦନାମ କରିବାକୁ ଯାଇ ଯେଉଁଭଳି ଭାବରେ ବଦନାମ କରାଯାଇଛି ତାହା ନିନ୍ଦନ୍ଦୀୟ। ଯଦି ମୋ ବିରୋଧରେ ଏତେ ସବୁ ଅଭିଯୋଗ ଥିଲା ତାହାଲେ କାହିଁକି ଗୋଟିଏ ଘଟଣାକୁ ଅପେକ୍ଷା କରାଯାଇଥିଲା ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ପ୍ରେସ ଦିବସ ଅବସରରେ ନିଜ ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି।

ଦିବ୍ୟଶଙ୍କର ମିଶ୍ରଙ୍କ ଏହି ବୟାନ ପୂର୍ବରୁ ଉତ୍ତରାଚଂଳ ଡିଆଜି ଦୀପକ କୁମାର ପ୍ରେସ କନଫରେନସ କରି ତାଙ୍କୁ ପରୋକ୍ଷରେ କ୍ଲିନଚିଟ୍ ଦେଇଥିଲେ । ତେବେ ପୂର୍ବରୁ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଯଦି ଦିବ୍ୟଙ୍କର ଏହି ଘଟଣାରେ ସଂପୃକ୍ତି ନାହିଁ ବୋଲି କହୁଛନ୍ତି ତାହାଲେ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ କ୍ୟାପଟେନ ଦୀର୍ଘ ଦିନ ହେବ କାହିଁକି ଲୁଚି ରହିଥିଲେ। ମିଡିଆକୁ କାହିଁକି ସାମ୍ନା କରୁନଥିଲେ। କେବଳ ବିବୃତ୍ତି ଦେଇ କାହିଁକି ବସି ପଡିଥିଲେ। ଯେଉଁ ବିଭାଗର ସେ ନିଜେ ମନ୍ତ୍ରୀ ସେହି ବିଭାଗର ଅଧିକାରୀ କେବେ ନିରପେକ୍ଷ ତଦନ୍ତ କରିପାରିବ କି ବୋଲି ଯେଉଁ ପ୍ରଶ୍ନ ଉଠିଛି ସେ ନେଇ ଦିବ୍ୟ କାହିଁକି ନିରବ? ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମରେ ସେ ସାମିଲ ହେବାର ଥିଲା କିନ୍ତୁ ସେ କେଉଁ କାରଣ ପାଇଁ ସାମିଲ ହେଲେନି ସେ ନେଇ କାହିଁକି ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି ଦିବ୍ୟଶଙ୍କର? ଯଦି ସେ ଦୋଷୀକୁ କୌଣସି ପ୍ରକାର ସହଯୋଗ କରି ନାହାନ୍ତି ତାହେଲେ ସର୍ବସାଧାରଣରେ ସର୍ତ୍ତମୂଳକ ଇସ୍ତଫା ଦିଅନ୍ତୁ ଏବଂ ଆହ୍ୱାନ କରନ୍ତୁ ବିଚାରବିଭାଗୀୟ ହେଉ ଅବା ସିବିଆଇ ତଦନ୍ତ ସେ ସମସ୍ତ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ। ତାଙ୍କ ମୋବାଇଲରୁ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ମମିତାଙ୍କ ଫୋନକୁ କେତେଥର ଫୋନ୍ କଲ ଯାଇଛି କି ନାହିଁ କଲ ରେକର୍ଡ କାହିଁକି ସାର୍ବଜନୀନ କରୁ ନାହାନ୍ତି ?

ସବୁଠାରୁ ବଡ କଥା ହେଲେ ମଙ୍ଗଳବାର ଏହି ପ୍ରସଙ୍ଗରେ ମତ ରଖିବାକୁ ଯାଇ ଦିବ୍ୟଶଙ୍କର କହିଛନ୍ତି, ସେ ସନସାଇନ ସ୍କୁଲକୁ ଯାଇ ନାହାନ୍ତି ବୋଲି କହିଛନ୍ତି। ଯେଉଁ ସବୁ ଅଭିଯୋଗ ଆସିଛି ମିଛ । ତାଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.