୩ କୃଷି କାନୁନ୍‌ ଫେରାଇ ନେଲେ ପ୍ରଧାନମନ୍ତ୍ରୀ

farmers bill repel

0 1

ନୂଆଦିଲ୍ଲୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକ ଜୟନ୍ତୀ ପ୍ରକାଶ ପର୍ବ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାରେ ଘୋଷଣା କରିଛନ୍ତି। ଏହା ସହିତ ଦେଶବାସୀଙ୍କୁ କ୍ଷମା ମାଗି କୃଷକମାନଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି। ଆସନ୍ତା ସଂସଦ ଅଧିବେଶନରେ ନୂଆ କରି ଅାଇନ୍‌ ଆଣାଯିବ। ଏଥିପାଇଁ ଏକ କମିଟି ଗଠନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।  ଦୀର୍ଘ ଗୋଟିଏ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଲୋକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

ଶେଷରେ ମୋଦି ଆଜି ଏହାକୁ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛନ୍ତି। ଏଥିସହ କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି।

Leave A Reply

Your email address will not be published.