ଶ୍ରୀମନ୍ଦିର ଐତିହ୍ୟ କରିଡର ଭୂମିପୂଜା ମହାଯଜ୍ଞ

Srimandir heritage Corider

0 2

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ସୋମବାରଠାରୁ ଭୂମିପୂଜନ ଓ ମହାଯଜ୍ଞ ଆରମ୍ଭ ହୋଇଛି। ବ୍ରାହ୍ମଣବରଣ ପରେ ତିନିଦିନିଆ ମହାଯଜ୍ଞ ଆରମ୍ଭ ହୋଇଛି। ବ୍ରାହ୍ମଣମାନେ ବେଦପାଠ ସହ ଯଜ୍ଞକୁଣ୍ଡରେ ଆହୁତି ଦେଇଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ବଡ଼ ବଡ଼ ଦୀପ ଲଗାଇ ସୁସଜ୍ଜିତ କରାଯିବା ସହ ଶ୍ରୀମନ୍ଦିର ଓ ଯଜ୍ଞ ବେଦିଙ୍କୁ ଫୁଲରେ ସଜାଯାଇଛି । ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ଯୋଗଦେବେ । ଶ୍ରୀମନ୍ଦିର ଐତିହ୍ୟ କରିଡରର ଶିଳାନ୍ୟାସ ସହ ଭୂମିପୂଜନ ମହାଯଜ୍ଞର ପୂର୍ଣ୍ଣାହୂତି ଦେବେ । ୧୪୭ ବିଧାୟକ ବି ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହା ପୂର୍ବରୁ ସୋମବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ ମହାଯଜ୍ଞସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଅନ୍ୟ ଅଧିକାରୀଙ୍କ ସହ ଆୟୋଜନ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବଡ଼ଦାଣ୍ଡରେ ବାରିକେଡ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ, ସକାଳ ସାଢେ଼ ୯ଟାରୁ ସାଢେ଼ ଗୋଟାଏ ଭିତରେ ପଞ୍ଚକର୍ମ, ବ୍ରାହ୍ମଣବରଣ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା, ଶାଲ ପ୍ରବେଶ, ଶାଲ ଦେବତା ପୂଜା କାର୍ୟ୍ୟ ସଂପନ୍ନ ହୋଇଥିଲା । ମହାଯଜ୍ଞ ସ୍ଥଳରେ ସ୍ଥାନୀତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତି ନିକଟରେ ମନ୍ତ୍ରପାଠ କରାଯାଇଥିଲା ।

Leave A Reply

Your email address will not be published.