ନବୀନଙ୍କୁ ଭେଟିବେ ଜଗନ, କୋଟିଆ ବିବାଦରେ ହେବ ସମାଧାନ !

0 34

ଭୁବନେଶ୍ୱର: ଆସନ୍ତା 9 ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ରହିଛି। ଓଡ଼ିଶୀ ସାମାକୁ ନେଇ ଦୁଇ ରାଜ୍ୟରେ ମଧ୍ୟରେ ବିବାଦ ରହିଛି। ଆନ୍ଧ୍ର ପ୍ରଦେଶ କୋଟିଆରେ ପଂଚାୟତ ନିର୍ବାଚନ କରୁଥିବା ବେଳେ ଏହାକୁ ବିରୋଧ କରିଛି ଓଡିଶା । ଅନ୍ୟପଟେ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ପହିଂଚିଛି।

ଅନେକ ସମୟରେ ଓଡିଶା ସୀମାରେ ଆନ୍ଧ୍ର ଅଧିକାରୀ ପ୍ରବେଶ କରି ଓଡିଆ ଲୋକଙ୍କୁ ସେମାନଙ୍କ ସରକାରର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ସୀମାରେ ଥିବା ଓଡିଶା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ମଧ୍ୟ ହୋଇଛି । ସ୍ଥିତି ଦିନକୁ ଦିନ ବଢୁଥିବା ବେଳେ ଆସନ୍ତା ଫେବୃଆରୀରେ ପଂଚାୟତ ନିର୍ବାଚନ ମଧ୍ୟ ରହିଛି । ଯାହାକୁ ନକରାଇ ଦେବାକୁ ଛକିଛି ଆନ୍ଧ୍ର ପ୍ରଦେଶ । ଏପରି  ସ୍ଥିତିରେ କୋରାପୁଟ କୋଟିଆ ଏବଂ ଗଜପତି ଜିଲ୍ଲାରେ ଥିବା ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୋଟିଏ ସକାରାତ୍ମକ ଆଲୋଚନା ହେବାକୁ ଯାଉଛି।

ଦେଶରେ ବିଜେଡି ଏବଂ ଜଗନଙ୍କ ଓ୍ୱାଇଏସଆର କଂଗ୍ରେସ ବିଜେପି ବିରୋଧୀ ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସହିତ ଦୁଇ ନେତାଙ୍କ ରାଜନୀତିକ ସମ୍ପର୍କ ଭଲ ରହିଛି। ତେଣୁ ଦୁଇ ରାଜ୍ୟ ଯଦି ଏକାଠି ହୋଇ ସମସ୍ୟାର ସମାଧାନ ବାହାର କରିବେ ତାହେଲେ କେନ୍ଦ୍ର ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଜଣାପଡିଛି। ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଉଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ରହିଛନ୍ତି। ତେଣୁ ଓଡିଶା ସହିତ ଲାଗି ରହିଥିବା ବିବାଦର ସମାଧାନ କରିବାକୁ ଆନ୍ଧ୍ର ସରକାର ସକାରାତ୍ମକ ମନୋଭାବ ଦେଖାଇବେ ବୋଲି ଆଶା ରହିଛି।

Leave A Reply

Your email address will not be published.