ସ୍କୁଟି ନମ୍ବର ଦେଖି ଝିଅକୁ ପଡ଼ିଶା ଘରର ଆଣ୍ଟି କହିଲେ ‘ବେଶରମ’

2 629

ନୂଆଦିଲ୍ଲୀ: ଗୋଟିଏ ଗାଡି ବା ସ୍କୁଟିକୁ ଯଦି କେହି ଅନାଇବ ତାହେଲେ ପ୍ରଥମେ ସ୍କୁଟିର ରଙ୍ଗ ପରେ ନମ୍ବର ନିଶ୍ଚିତ ନୋଟିସକୁ ଆସିବ। ଯଦି ନମ୍ବର ଭଲ ଥିବା ତାହେଲେ ଅଧିକ ନଜରକୁ ଆସିବ । ଏହା ନିର୍ଭର କରେ କିଭଳି ସଂଯୋଗ ରହିଛି ନମ୍ବରର । କିନ୍ତୁ ନମ୍ବରରେ ବ୍ୟବହାର ହେଉଥିବା ଶବ୍ଦ ଯେତେବେଳ୍ କୌଣସି ଅଭଦ୍ର ଭାଷାକୁ ଇଙ୍ଗିତ କରିବ ତାହେଲେ ସଂପୃକ୍ତ ସ୍କୁଟି ଚାଳକ ଟାହି ଟାପରାର ଶିକାର ହେବା ସିନୁଶ୍ଚିତ । ଯାହାର ଶିକାର ହୋଇଛନ୍ତି ଦିଲ୍ଲୀର ଜଣେ ଝିଅ । ସେ ଦୀପାବଳିରେ ସ୍କୁଟି କିଣିଛନ୍ତି । କିନ୍ତୁ ସ୍କୁଟିର ନମ୍ବର ତାଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହୋଇଛି । ଯେଉଁଥିପାଇଁ ସେ ଏବେ ତିନି ସପ୍ତାହ ହେବ ଘରେ ତାଙ୍କର ନୂଆ ସ୍କୁଟିକୁ ରଖି ଦେଇଛନ୍ତି।

ମାନସୀ (ଛଦ୍ମ ନାମ) ଜଣେ ଫ୍ୟାଶନ୍ ଡିଜାଇନର ଛାତ୍ରୀ। ସେ ଦିଲ୍ଲୀର ଜାନକପୁରୀରୁ ନୋଏଡା ଦିଲ୍ଲୀ ମେଟ୍ରୋରେ ଯାତ୍ରା କରନ୍ତି। କିନ୍ତୁ ଦୀର୍ଘ ସମୟ ଯାତ୍ରା ଏବଂ ଦିଲ୍ଲୀ ମେଟ୍ରୋର ଭିଡ କାରଣରୁ ସେ ତାଙ୍କ ବାପାଙ୍କୁ ସ୍କୁଟି କିଣିବାକୁ ଅନୁରୋଧ କରିଥିଲେ। ତାଙ୍କୁ ଅନୁରୋଧ କରିବାର ପ୍ରାୟ ବର୍ଷେ ପରେ ସେ ଦିପାବଳୀରେ ତାଙ୍କ ଝିଅକୁ ଉପହାର ଦେଇଥିଲେ।

କିନ୍ତୁ ଏହି ଖୁସିରେ ନିଆଁ ଲଗାଇଛି ସ୍କୁଟି ନମ୍ବର ପ୍ଲେଟ୍। ନିୟମ ଅନୁଯାୟୀ ଆରଟିଓ ତାଙ୍କୁ ଏକ ନମ୍ବର ପ୍ଲେଟ୍ ଦେଇଛି ଯେଉଁଥିରେ S-E-X ଶବ୍ଦ ରହିଛି। ତେଣୁ ତାଙ୍କର ଗାଡି ପଞ୍ଜୀକରଣ ନମ୍ବର DL 3 SEX **** ରହିଛି। ସେ ଏପରି ଗାଡି ନମ୍ବର ପାଇବା ମାତ୍ରେ ତାଙ୍କ ଆଖପାଖର ଲୋକମାନେ ତାଙ୍କୁ ପରିହାସ କରିଛନ୍ତି।

ମାନସୀ ମିଡିଆକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି “ମୋର ପଡ଼ୋଶୀ ମାଉସୀମାନେ ତାଙ୍କୁ ଏହି କାରଣ ପାଇଁ ବେଶରମ ବୋଲି କହୁଛନ୍ତି। ମୋ ଚାରିପାଖରେ ସମସ୍ତେ ମୋତେ ନେଇ ଗାଳି ଦେଉଛନ୍ତି। କେବଳ ମାନସୀ ନୁହଁନ୍ତି, ତାଙ୍କ ବାପାଙ୍କୁ ମଧ୍ୟ ଏହାର ପରିଣାମ ସହିବାକୁ ପଡୁଛି”।

ମାନସୀଙ୍କ ବାପା ଗାଡି ସୋରୁମକୁ ଯାଇ ନମ୍ବର ବଦଳାଇବାକୁ ଅନୁରୋଧ କରିଥିଲେ। ବିକ୍ରେତା ଜଣଙ୍କ କିନ୍ତୁ ସାହାଯ୍ୟ କରିବା ପରିବର୍ତ୍ତେ ଉତ୍ତର ଦେଇଥିଲେ, ଅନେକ ଲୋକ କାର ଏବଂ ସ୍କୁଟି ନେଇଛନ୍ତି। ଯେଇଁମାନେ ଏପରି ନମ୍ବର ପାଇଛନ୍ତି। ସେ କୌଣସି ପ୍ରକାର ସାହାଯ୍ୟ କରିପାରିବେ ନାହିଁ।

ମାନସୀଙ୍କ ବାପା ମଧ୍ୟ ଗାଡି ସୋରୁମ ମାଲିକଙ୍କ ସହ କଥା ହେବା ପରେ ମାନସୀ ମଧ୍ୟ ତାଙ୍କୁ ନମ୍ବର ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ। ସେ ତାଙ୍କୁ କହିଥିଲେ ଯେ ସାରାଇକାଲେ ଖାନ୍ ଆରଟିଓ ଦ୍ୱାରା ଅନଲାଇନରେ ମିଳିଖିବା ଏହି ନମ୍ବରକୁ ପରିବର୍ତ୍ତନ କରିପାରିବେ ନାହିଁ।

ପାାଖାପାଖି ବର୍ଷେ ପରେ ମାନସୀ ଶେଷରେ ତାଙ୍କ କଲେଜକୁ ଯିବା ପାଇଁ ଏକ ଗାଡି ପାଇଲେ। କିନ୍ତୁ ତାଙ୍କ ସ୍କୁଟି ତାଙ୍କ ଘର ଭିତରେ ପଡିଛି। ପଡୋଶୀମାନଙ୍କ ଠାରୁ ଖରାପ ମନ୍ତବ୍ୟ ଶୁଣିବା ପରେ, ସେ ବର୍ତ୍ତମାନ ସହପାଠୀ ଏବଂ ରାସ୍ତାରେ ଯାଉଥିବା ଲୋକମାନେ କିପରି ପ୍ରତିକ୍ରିୟା କରିବେ ସେ ନେଇ ଭୟଭୀତ ଅଛନ୍ତି।

ଦିଲ୍ଲୀ ପରିବହନ କମିଶନର କେ କେ ଡାହିଆ କହିଛନ୍ତି ଯେ ନମ୍ବର ପରିବର୍ତ୍ତନ ହୋଇପାରିବ ନାହିଁ। “ଗୋଟିଏ ଗାଡିରେ ଆବଣ୍ଟିତ ସଂଖ୍ୟାକୁ ପରିବର୍ତ୍ତନ କରିବାର କୌଣସି ବ୍ୟବସ୍ଥା ନାହିଁ। ଗୋଟିଏ ପ୍ୟାଟନ ଅଛି ଯାହା ଏକ ନମ୍ବର ପଞ୍ଜୀକୃତ ସଂଖ୍ୟା ସୃଷ୍ଟି ପ୍ରକ୍ରିୟା ସମୟରେ ଅନୁସରଣ କରାଯାଏ।”

2 Comments
  1. Rutht says

    Excellent insights! Your breakdown of the topic is clear and concise. For further exploration, I recommend visiting: READ MORE. Keen to hear everyone’s opinions!

  2. GradyT says

    I like this weblog very much, Its a rattling nice position to read and incur info.Leadership

Leave A Reply

Your email address will not be published.