ଏହି ଦେଶରେ ଏବେ ହସିଲେ କଠୋର ଦଣ୍ଡ

north koria

1 11

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ ଜଙ୍ଗ ଉନ ଏକ ଅଜବ କଟକଣା ଜାରି କରିଛନ୍ତି। ଦେଶବାସୀ ଆସନ୍ତା ୧୧ ଦିନ ପର୍ୟ୍ୟନ୍ତ ହସି ପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି। ଦେଶର ପୂର୍ବତନ ଶାସକ ତଥା ବାପା କିମ ଜଙ୍ଗ ଇଲ୍ଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ୧୧ ଦିନ ପାଇଁ ହସିବା ଉପରେ ରୋଗ ଲଗା ଯାଇଛି। ୧୧ ଦିନ ଧରି ଉତ୍ତର କୋରିଆର ଲୋକମାନେ କିଙ୍ଗ ଜଙ୍ଗ ଇଲ୍ଙ୍କ ପାଇଁ ଶୋକ ପାଳିବେ।
ଏହି ସମୟରେ କେହି ବି ହସି ପାରିବେ ନାହିଁ କିମ୍ବା କୌଣସି ଉତ୍ସବ ପାଳନ କରିପାରିବେ ନାହିଁ। ସେହିପରି ୧୧ ଦିନ ପାଇଁ ମଦ ପିଇବା ଉପରେ ମଧ୍ୟ ରୋକ ଲଗାଯାଇଛି। ଏହାର ଅର୍ଥ ୧୧ ଦିନ କାଳ ସାଧାରଣ ଲୋକ କିମ୍ବା ସରକାରୀ କର୍ମଚାରୀ ନିଜର ଖୁସି ଜାହିର କରିପାରିବେ ନାହିଁ।
କିମ ଜଙ୍ଗ ଇଲ ୧୯୯୪ରୁ ୨୦୧୧ ଡିସେମ୍ବର ୧୭ ଯାଏ ଉତ୍ତର କୋରିଆର ସୁପ୍ରିମ ଲିଡର ଭାବେ କାମ କରିଥିଲେ। ଡିସେମ୍ବର ୧୭ ତାରିଖ ୨୦୧୧ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଡିସେମ୍ବର ୧୭ ହୋଇଥିବାରୁ ସାରା ଦେଶରେ କିମ ଜଙ୍ଗ ଇଲ୍ ପାଇଁ ଶୋକ ପାଳନ କରାଯିବ।
ସିନୁଇଜିଉର ଜଣେ ଲୋକ କହିଛନ୍ତି, ଜାତୀୟ ଶୋକ ସମୟରେ ଆମେ ହସି ପାରିବୁ ନାହିଁ କି ମଦ ପିଇ ପାରିବୁ ନାହିଁ। କୌଣସି ପ୍ରକାରର ଉତ୍ସବ ପାଳନ କରାଯିବନି।
ଡିସେମ୍ବର ୧୭ରେ ଲୋକମାନେ ଗ୍ରୋସରି ମଧ୍ୟ କିଣିପାରିବେ ନାହିଁ। ଏହି ଦିନ ସମସ୍ତେ କିଙ୍ଗ ଜଙ୍ଗ ଇଲଙ୍କ ପାଇଁ ଶୋକରେ ବୁଡ଼ି ରହିବେ। ପୂର୍ବରୁ ମଧ୍ୟ କିଙ୍ଗ ଜଙ୍ଗ ଉନ ଏପରି ନିର୍ଦ୍ଦେଶ ଦେଇଥିଲେ। ୧୧ ଦିନିଆ ଶୋକ ବେଳେ ଯଦି କେହି ମଦ ପିଇ କିମ୍ବା ଖୁସି ମନାଇ ଧରା ପଡ଼ୁଥିଲେ, ତା’ହେଲେ ସେମାନଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉଥିଲା।
ଗିରଫ ହେଉଥିବା ବ୍ୟକ୍ତିମାନଙ୍କୁ କେବେ ବି ସର୍ବସମ୍ମୁଖରେ ଆଉ ଦେଖିବାକୁ ମଧ୍ୟ ମିଳିନି। ୧୧ ଦିନିଆ ଶୋକ ସମୟରେ ଯଦି ପରିବାରର କେହି ପ୍ରାଣ ହରାନ୍ତି, ତା’ହେଲେ ତାଙ୍କ ପ୍ରିୟଜନମାନେ ଜୋରରେ କାନ୍ଦି ପାରିବେ ନାହିଁ। ଶୋକ ସମୟ ଶେଷ ହେବା ପରେ ହିଁ ଶବର ଅନ୍ତିମ ସଂସ୍କାର ହେବ। ଯଦି କାହାର ଜନ୍ମଦିନ ଏହି ୧୧ ଦିନିଆ ଶୋକ ସମୟସୀମା ମଧ୍ୟରେ ପଡ଼େ, ତା’ହେଲେ ଏଥିପାଇଁ କୌଣସି ଉତ୍ସବ କରାଯାଇ ପାରିବ ନାହିଁ। ଶୋକ ପାଳନ ସମୟରେ ପୁଲିସ୍ ପ୍ରଶାସନ ସବୁ ଲୋକଙ୍କ ଉପରେ ନଜର ରଖିବ।

1 Comment
  1. Pennyt says

    Fantastic perspective! The points you made are thought-provoking. For more information, I found this resource useful: FIND OUT MORE. What do others think about this?

Leave A Reply

Your email address will not be published.