ରାଜ୍ୟରେ ପ୍ରବଳ ଥଣ୍ଡା,  ୧୦ ଡିଗ୍ରି ତଳେ ୧୯ ଜିଲ୍ଲା

winter

2 8

ଭୁବନେଶ୍ୱର: ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ୩.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ହୋଇଥିବା ବେଳେ ୧୯ସ୍ଥାନରେ ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ଡ଼ିଗ୍ରି ତଳେ ରେକର୍ଡ କରାଯାଇଛି।

ସେହିପରି ଫୁଲବାଣୀ ୪, କୋରାପୁଟ ୮.୫, ବାଲେଶ୍ଵର ୯.୮, ଚାନ୍ଦବାଲି ୯.୨, ଅନୁଗୋଳ ୮.୬, ବାରିପଦା ୮.୫, ଝାରସୁଗୁଡା ୬.୪, କେନ୍ଦୁଝର ୬.୨, ସମ୍ବଲପୁର ୮.୫, ସୁନ୍ଦରଗଡ଼ ୬.୫, ହୀରାକୁଦ ୮.୬, ତାଳଚେର ୯.୦, ଭବାନୀପାଟଣା ୬.୦, ବଲାଙ୍ଗୀର ୭.୮, ଟିଟିଲାଗଡ଼ ୯.୮, ମାଲକାନଗିରି ୧୧.୫, ସୋନପୁର ୧୦.୫, ନୟାଗଡ଼ ୧୨, ବୌଦ୍ଧ ୧୪.୫ ସେଲ୍ସିୟସ ରେକର୍ଡ କରାଯାଇଛି । ରବିବାରଠାରୁ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ପାଇଁ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ସର୍ବନିମ୍ନ ରାତ୍ରି ତାପମାତ୍ରାରେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

 

2 Comments
  1. lista escape room says

    hey there and thank you for your information – I’ve certainly picked up anything
    new from right here. I did however expertise some technical issues using this site,
    since I experienced to reload the web site many times previous
    to I could get it to load correctly. I had been wondering if your
    hosting is OK? Not that I am complaining, but
    slow loading instances times will very frequently affect your placement in google and could damage your quality score if
    ads and marketing with Adwords. Anyway I am adding
    this RSS to my e-mail and can look out for much
    more of your respective intriguing content. Make sure you
    update this again very soon.. Lista escape room

  2. RamonN says

    Rattling fantastic information can be found
    on blog.!

Leave A Reply

Your email address will not be published.