ପାକିସ୍ତାନରେ ବରଫ ବର୍ଷା, କାର୍‌ ଭିତରେ ଗଲା ୨୨ ଜୀବନ

ice rain

2 61

ନୂଆଦିଲ୍ଲୀ: ପାକିସ୍ତାନର ରାୱଲପିଣ୍ଡିସ୍ଥିତ ମୁରି ସହରରେ ପ୍ରବଳ ତୁଷାରପାତ ହେଉଛି। ଏହି ସମୟରେ ସେଠାରେ ପର୍ଯ୍ୟଟକଙ୍କ ଯାତାୟାତ ଜାରି ରହିଛି। ତୁଷାରପାତର ମଜା ନେବାକୁ ପର୍ଯ୍ୟଟକମାନେ ମୁରି ସହରକୁ ଯାଉଛନ୍ତି। ତେବେ ଏହି ତୁଷାରପାତ ଏବେ ପର୍ଯ୍ୟଟକଙ୍କ ପାଇଁ କାଳ ହୋଇଛି। ଏତେ ଜୋରରେ ତୁଷାରପାତ ହୋଇଥିଲା ଯେ କାରଗୁଡିକ ବରଫରେ ପୋତି ‌ହୋଇଯାଇଥିଲା। ଆଗକୁ ଗଡ଼ି ପାରି ନଥିଲା। ଫଳରେ କାରରେ ଥିବା ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଥିଲା। ପ୍ରାୟ ୨୨ ପର୍ଯ୍ୟଟକଙ୍କ କାର୍‌ ଭିତରେ ହିଁ ଶ୍ବାସରୁଦ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।  ତୁରନ୍ତ ଉଦ୍ଧାର ଅଭାବରୁ ଥଣ୍ଡା ଏବଂ ଶ୍ୱାସରୁଦ୍ଧ ହୋଇ କାର ଭିତରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ଏହି ଘଟଣାର ଅନେକ ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଛି।

ମୁରିରେ ହଜାର ହଜାର ଗାଡି ରାସ୍ତାରେ ଅଟକି ରହିଥିଲା ଆଉ ତା’ଉପରେ ବରଫର ମୋଟା ଆସ୍ତରଣ ଜମି ଥିଲା। କାରଗୁଡିକ ଘଣ୍ଟା ଘଣ୍ଟା ଧରି ବରଫରେ ପୋତି ରହିଥିଲା ଏବଂ ଲୋକମାନେ ଭିତରେ ବନ୍ଦ ହୋଇ ରହିଥିଲେ। ପ୍ରବଳ ଥଣ୍ଡା ଯୋଗୁଁ କାରରେ ବସିଥିବା ଲୋକମାନେ ସେଠାରେ ଅଟକି ଯାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ପ୍ରାୟ ୧୧୦୦ ଲୋକଙ୍କୁ ବରଫ ଭିତରୁ ଉଦ୍ଧାର କରାଯାଇଛି।

ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଦେଖିବାକୁ ମିଳିଛି ଯେ, ରାସ୍ତା ଉପରେ କାର୍‌ଗୁଡିକ ଲମ୍ବା ଲାଇନ୍‌ରେ ଠିଆ ହୋଇ ବରଫ ଭିତରେ ପୋତି ରହିଛି। ଅନେକ ସ୍ଥାନରେ କାର୍‌ ଉପରେ ଗଛ ମଧ୍ୟ ଉପୁଡି ପଡିଛି, ଫଳରେ ଗାଡିଗୁଡିକ ଆଗକୁ ବଢ଼ିବା କଷ୍ଟକର ହୋଇପଡିଥିଲା। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

ଏବେବି ମୁରିରେ ବରଫ ବର୍ଷା ଜାରି ରହିଛି। ଲୋକେ ରାସ୍ତାରେ ଗାଡି ରଖି ଚାଲି ଚାଲି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି। ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌ ରଶିଦ କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପର୍ଯ୍ୟଟକ ମୁରି ସହରକୁ ଯାଇଥିଲେ। କିନ୍ତୁ ଏତେ ବଡ ବିପର୍ଯ୍ୟୟ ବିଷୟରେ କାହାରି ଧାରଣା ନଥିଲା। ଏହି କାରଣରୁ ମୁରି ଆଡକୁ ଯାଉଥିବା ଟ୍ରାଫିକକୁ ବନ୍ଦ କରିବାକୁ ପଡିଥିଲା। ପ୍ରାୟ ଏକ ହଜାର ଗାଡି ସେଠାରେ ଅଟକି ରହିଛି, ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଉଦ୍ଧାର କାର୍ଯ୍ୟାରେ ପାକିସ୍ତାନର ୫ ହଜାର ସେନା ନିୟୋଜିତ ଅଛନ୍ତି। ଆଗାମୀ ୨୪ ଘଣ୍ଟା ପାଇଁ ଏହି ରାସ୍ତାକୁ ବନ୍ଦ କରାଯାଇଛି। ଚାଲି ଚାଲି ଯାଉଥିବା ଲୋକଙ୍କ ମନା କରାଯାଇଛି ବୋଲି ପାକିସ୍ତାନ ଗୃହମନ୍ତ୍ରୀ କହିଛନ୍ତି।

2 Comments
  1. Joant says

    Wonderful analysis! Your insights are very enlightening. For those interested in further details, here’s a link: DISCOVER MORE. Keen to hear your views!

  2. To mt tài khon binance says

    Your point of view caught my eye and was very interesting. Thanks. I have a question for you.

Leave A Reply

Your email address will not be published.