ଶେଷ ସମ୍ମାନରେ ବି ପାତର ଅନ୍ତର !

0 28

ଭୁବନେଶ୍ୱର: ଚେସ ବୋର୍ଡୋରେ ଯିଏ ଠିକ୍ ଭାବରେ ଗୋଟି ଚଳାଇବ ସେ ହେବ ବାଜିଗର । ଟିକିଏ ଏପଟ ସେପଟ ହେଲେ ବାଜି ପଲଟିଯିବ । ଏବେ ରାଜନୀତିର ପଶାପାଲି ମଧ୍ୟ ସମାନ ଧରଣର । ନିର୍ବାଚନ ବେଳେ ଆପଣା ହୁଅନ୍ତୁ ଅବା ପର ସମସ୍ତଙ୍କୁ ଏକାଠି କରି ଭୋଟ୍ ହାତେଇ ପାରେ ଯିଏ ସେ ହେଉଛି ଅସଲ ରାଜନୀତି କରୁଛି। ପଂଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟର ଶାସକ ଦଳ ବିଜେଡି ଏପରି ପ୍ରସ୍ତୁତି ଜୋରଦାର କରିଛି ।

୨୦୧୭ରେ ବିଜେପିକୁ ହାଲୁକା ଭାବେ ନେବାର ପରିଣାମର ପୁନାରବୃତି ଯେମିତି ନହୁଏ ସେଥିପାଇଁ ଦଳର କୋର ଟିମ୍ ଜୋରଦାର ପ୍ରସ୍ତୁତି କରିଛି । ପଛୁଆ ବର୍ଗ ଏବଂ ଆଦିବାସୀ ଆସନ ସଂରକ୍ଷଣକୁ ନେଇ ସରକାର ବିରୋଧରେ ଅସନ୍ତୋଷ ଜାହିର କରୁଥିବା ବେଳେ ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ବଢାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଏହା ପୂର୍ବରୁ କିନ୍ତୁ ଶିକ୍ଷକ ନିଯୁକ୍ତ ଦେଇ ଗୋଟିଏ ବଡ ଭୋଟ୍ ବ୍ୟାଙ୍କ ହାତେଇବାକୁ ପ୍ରୟାସ କରିଛି ଶାସକ ଦଳ ବିଜେଡି । ଏହା ଥିଲା ଖବରର ମୂଳ ଅଂଶ ଏବେ ଆସିବା ମୂଳ ଖବରକୁ ।

ଗତକାଲି ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟର ବରିଷ୍ଠ ନେତା ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ ଖବର ଆସିଥିଲା । ଏହି ଖବର ଶୁଣି ଅନେକ ଶୋକ ପ୍ରକାଶ କରିଥିଲେ । ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ତାଙ୍କର ବିୟୋଗ ହୋଇଥିଲା । ମୃତ୍ୟୁ ବେଳକୁ ଏହି ଟାଣୁଆ ଆଦିବାସୀ ନେତାଙ୍କୁ ୮୪ ହୋଇଥିଲା । ଯେଉଁଥିରେ ମୁଖାମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରି ଲେଖିଥିଲେ ନିଜ ଅଂଚଳର ତଥା ଆଦିବାସୀଙ୍କ ବିକାଶରେ ଅନେକ ଅବଦାନ ରଖିଥିବା ଏହି ନେତାଙ୍କର ବିୟୋଗ ହୋଇଛି … । ଏହାବାଦ ବିଜେଡି ପାର୍ଟି ଅଫିସକୁ ମାଝୀଙ୍କ ମର ଶରୀରକୁ ନିଆଯାଇଥିଲା।

ମାଝୀ ନୂଆପଡା ଜିଲ୍ଲାର ଜଣେ ଟାଣୁଆ ନେତା ଥିଲେ । ୧୯୯୦, ୧୯୯୫ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଜନତା ଦଳ ଟିକେଟରେ । ପରେ ୨୦୦୦ ଏବଂ ୨୦୦୪ରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୪ରେ ମାଝୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଏଥିସହ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲା । ଯାହାକି ବିଜେଡିକୁ ଝଟକା ଦେଇଥିଲା । ଅର୍ଥାତ୍ ସେ ଏବେ ବିଜେପିରେ ଥିଲେ ।

କିନ୍ତୁ ପରିତାପର ବିଷୟ ହେଲା କେନ୍ଦ୍ରମନ୍ତ୍ରୀ କିମ୍ବା ରାଜ୍ୟ ବିଜେପି ଜଣେ ଦଳୀୟ ନେତାଙ୍କୁ ହରାଇବା ପରେ ଯେପରି ବାର୍ତା ଛାଡନ୍ତି ସେପରି କରିବା ଦେଖିବାକୁ ମିଳିନଥିଲା । ଆଉ ଏହାର ଫାଇଦା ନେବକୁ ଚେଷ୍ଟା କରିଛି ବିଜେଡି । ନୂଆପଡା ଖଡିଆଳରୁ ବିଧାନସଭାରେ ଥିବା ଆଦିବାସୀ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖି ବିଜେଡି ନେତାମାନେ ଦୁର୍ଯ୍ୟୋଧନ ମାଝୀଙ୍କ ମର ଶରୀରକୁ ସମ୍ମାନ ଦେବା ସହିତ ଅନ୍ତ୍ୟେଷ୍ଟିରେ ଜିଲ୍ଲା ନେତାଙ୍କୁ ଉପସ୍ଥିତ ରହିବାକୁ ରାଜଧାନୀରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି ।

ଏପରି କରି ଶାସକ ଦଳ ଭୋଟ୍ ବ୍ୟାଙ୍କ ରାଜନୀତି ନୁହେଁ ବରଂ ସମ୍ମାନ ଜଣାଉଛି ବୋଲି କହିପାରେ । କିନ୍ତୁ ଅସଲ କଥା ହେଲା ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗ ବେଳକୁ ଏପରି ସମ୍ମାନ କୁଆଡେ ଯାଇଥିଲା । ସେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇ ବାଚସ୍ପତି ହୋଇଥିଲେ । ପରେ ସେ ମନାନ୍ତର ପାଇଁ ବିଜେଡିକୁ ବାଏ ବାଏ କହି କଂଗ୍ରେସରେ ସାମିଲ ହୋଇଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ବେଳକୁ ସରକାରଙ୍କ ତରଫରୁ କୌଣସି ସମ୍ମାନ ଦିଆଯାଇନଥିଲା । ମୁଖ୍ୟମନ୍ତ୍ରୀ କେବଳ ଧାଡିକିଆ ଶୋକ ପ୍ରକଶ ଟ୍ୱିଟ୍ କରି କାମ ସାରି ଦେଇଥିଲେ । ଯେହେତୁ ଶରତ ବାଚସ୍ପତି ଥିଲେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବାର ଥିଲା । ହେଲେ ତାହା କରିନଥିଲା ଶାସକ ଦଳ । ଅର୍ଥାତ୍ ଏପରି ପାତର ଅନ୍ତର କଣ ପାଇଁ ? ନା ନିର୍ବାଚନ ଅଛି ବୋଲି ଭୋଟ୍ ହାତେଇବା ଲକ୍ଷ୍ୟରେ ସୁପ୍ରିମୋ ଏବଂ ତାଙ୍କ ଚାରିପାଖରେ ଥିିବା ପରାମର୍ଶଦାତା ଏପରି ରଣନୀତି ତିଆରି କରିଛନ୍ତି ।

Leave A Reply

Your email address will not be published.