ଗୋଟିଏ ଲିଟର ପେଟ୍ରୋଲ ଓ ଡିଜେଲ ପାଇଁ ଜନତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେତେ ଦେଉଛନ୍ତି?

0 26

ଭୁବନେଶ୍ୱର: ଦେଶରେ ଦରଦାମ ବୃଦ୍ଧି ପଛରେ ପେଟ୍ରୋଲ ଏବଂ ଡିଜେଲ ଗୋଟିଏ ପ୍ରମୁଖ ସମସ୍ୟା ପାଲଟିଛି । ଏହାକୁ କେନ୍ଦ୍ର କରି ଏବେ ରାଜ୍ୟର ଶାସକ ଦଳ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ବିଜେଡି ନେତା ରାସ୍ତାକୁ ଓହ୍ଲାଇଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି କହିଛି ରାଜ୍ୟ ସରକାର ଯଦି ଟିକସ ଛାଡ କରିଦେବେ ତାହେଲେ ତେଲ ଦର ପୂର୍ବ ଅବସ୍ଥାକୁ ଫେରି ଆସିବ । ଅନ୍ୟପଟେ ବିଜେଡି କେନ୍ଦ୍ର ଆଗ ଟିକସ ଛାଡ କରୁ ବୋଲି କହୁଥିବା ବେଳେ ରାଜ୍ୟ ସରକାର ଟିକସ ଛାଡିବେ କି ନାହିଁ ସେ ନେଇ କିଛି କହି ନାହାନ୍ତି ।

ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ଦର ବଢି ଚାଲିଛି। ପେଟ୍ରୋଲ ଏବେ ଲିଟର ପିଛା 120 ମୁହାଁ ରହିଛି । ପ୍ରତିଦିନ ପ୍ରାୟତଃ 35 ପଇସା ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ଯଦି ଏଭଳି ସ୍ଥିତି ଲାଗି ରୁହେ ତାହେଲେ ଫେବୃଆରୀ ବେଳକୁ ଦେଶବାସୀ ଗୋଟିଏ ଲିଟର ପେଟ୍ରୋଲ ପାଇଁ 150 ଟଂକା ଦେଉଥିବେ । ଏବେ କିନ୍ତୁ ଜାଣନ୍ତୁ ଆପଣ ଗୋଟିଏ ଲିଟର ତେଲ ପାଇଁ କେତେ ଟଂକା ଟିକସ ଆକାରରେ ଦେଉଛନ୍ତି । ସରକାର ଟିକସ ନେବା ପଛର କାରଣ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ବିନିଯୋଗ ହେଉଥିବା ପଇସା ବୋଲି ଉଭୟ ସରକାର ଯୁକ୍ତି ରଖନ୍ତି ।

ପେଟ୍ରୋଲ ଦର

ନଭେମ୍ବର 1ର ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଲିଟର ପିଛା ଦର ହେଉଛି 48.43 ପଇସା । କେନ୍ଦ୍ର ଟିକସ ବାବଦରେ ନେଉଛି 32.90 ପଇସା, ରାଜ୍ୟ ସରକାର ଭ୍ୟାଟ ଆକାରରେ ନେଉଛନ୍ତି 25.96 ପଇସା ଏବଂ ଡିଲର କମିଶନ 3.39 ପଇସା । ଏହାକୁ ମିଶାଇଲେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 110.68 ପଇସା ରହିିିଛି ।

ଡିଜେଲ ଦର

ନଭେମ୍ବର 1ର ରିପୋର୍ଟ ଅନୁଯାୟୀ ଡିଜେଲ ଲିଟର ପିଛା ଦର ହେଉଛି 50.47 ପଇସା । କେନ୍ଦ୍ର ଟିକସ ବାବଦରେ ନେଉଛି 31.80 ପଇସା, ରାଜ୍ୟ ସରକାର ଭ୍ୟାଟ ଆକାରରେ ନେଉଛନ୍ତି 22.98 ପଇସା ଏବଂ ଡିଲର କମିଶନ 2.13 ପଇସା । ଏହାକୁ ମିଶାଇଲେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 107.38 ପଇସା ରହିିିଛି ।

Leave A Reply

Your email address will not be published.