ମନ୍ତ୍ରୀଙ୍କ ଉପରକୁ ଆହୁରି ଅଣ୍ଡା ମାଡ କରିବ କହିଲା କଂଗ୍ରେସ

0 67

ଭୁବନେଶ୍ୱର: ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଏବଂ ବିକ୍ଷୋଭ କରୁଛନ୍ତି । ହେଲେ ଏହି ସମୟରେ ଶାସକ ଦଳ ଗୁଣ୍ଡାମାନେ ଆସି ଦଳୀୟ କର୍ମୀ ତଥା ନେତାଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଆଉ ପୁଲିସ ଏସବୁ ଦେଖିଲେ ମଧ୍ୟ ନିରବ ରହୁଛି। କଂଗ୍ରେସ ନେତା ତଥା ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ ଏହି ହତ୍ୟା ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି, ଶାସକ ଦଳ ତଥା ସରକାର ଏହି ପ୍ରସଙ୍ଗକୁ ପ୍ରଶମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଥିବା ବେଳେ ଶାସକ ଦଳ ବିରୋଧରେ କଂଗ୍ରେସ ନେତାଙ୍କ ଏପରି ଅଭିଯୋଗ ସାଢେ ଚାରି କୋଟି ଓଡିଆଙ୍କ ଆଗରେ ପୁଲିସର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।

ଏପରି କରି ନବୀନ ସରକାର ଅନ୍ୟାୟର ସବୁ ସୀମା ପାର କରିଛନ୍ତି ବୋଲି ୟାସିର କହିଛନ୍ତି। ବିରୋଧୀ ମାନେ ଗଣତନ୍ତ୍ରରେ ପ୍ରତିବାଦ ଓ ସ୍ୱର ଉତ୍ତୋଳନ କରିବାର ଅଧିକାର ରହିଛି । କଂଗ୍ରେସ ସାରା ରାଜ୍ୟରେ ମମିତା ପ୍ରସଙ୍ଗରେ ପ୍ରତିବାଦ କରୁଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ମଧ୍ୟ ପ୍ରତିବାଦ କରୁଥିଲେ । କିନ୍ତୁ ପୋଲିସ ଆଗରେ ବିଜେଡ଼ି ଗୁଣ୍ଡା ମାନେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କଲେ । ଯିଏ ମାଡ଼ ଖାଉଛି ତାକୁ ପୋଲିସ ଗିରଫ କରୁଛି । ଯିଏ ମାଡ଼ ମାରୁଛି ତାକୁ ପୋଲିସ ଛାଡ଼ି ଦେଉଛି । ଓଡିଶାରେ ଗଣତନ୍ତ୍ରର ହତ୍ୟା କରୁଛି ବିଜେଡ଼ି ବୋଲି ୟାସିର କହିଛନ୍ତି।

ରାଜ୍ୟ ସରକାରଙ୍କ ହିଟଲରୀ ଶାସନକୁ ଆଗରେ ଛାତ୍ର କଂଗ୍ରେସ ନିରବ ରହିବ ନାହିଁ ବୋଲି ସେ କହିଛନ୍ତି।  ଆଗାମୀ ଦିନରେ ଛାତ୍ର କଂଗ୍ରେସ ପ୍ରତ୍ୟେକ ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ କରିବେ, କାଳି ମାଡ଼ କରିବେ, ମନ୍ତ୍ରୀ ମାନଙ୍କ ବାସଭବନରେ ପଶି ଅଣ୍ଡା ମାଡ଼ କରିବ ବୋଲି କହିଛି।

ଛାତ୍ର କଂଗ୍ରେସ କହିଛି କଂଗ୍ରେସ କର୍ମୀ ମାନଙ୍କୁ ମାଡ଼ ମରାଯିବା ବେଳେ ଯେଉଁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ, ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯାଉ। ଯେଉଁ ବିଜେଡ଼ି ଗୁଣ୍ଡା ମାନେ ଛାତ୍ର କଂଗ୍ରେସ କର୍ମୀ ମାନଙ୍କୁ ମାଡ଼ ମରିଛନ୍ତି ତାଙ୍କୁ, ତୁରନ୍ତ ଗିରଫ କରାଯାଉ ବୋଲି ଛାତ୍ର କଂଗ୍ରେସ ଦାବି କରିଛି । ଯଦି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ଆସନ୍ତା ୧୫ ନଭେମ୍ବରରେ ଡିଜି କ୍ୟାମ୍ପ ଅଫିସ ଘେରାଉ କରିବା ସହ ନବୀନ ନିବାସ ଘେରାଉ ହେବ ବୋଲି ଛାତ୍ର କଂଗ୍ରେସ କହିଛି।

Leave A Reply

Your email address will not be published.