ଏବେର କରୋନା ଚିକିତ୍ସା ପାଇଁ ପାରାସିଟାମଲ ଔଷଧ ଦରକାର: ଆଇସିଏମଆର ବିଶେଷଜ୍ଞ

0 10

ନୂଆଦିଲ୍ଲୀ: ଅଧିକାଂଶଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହୁଛି । ତେଣୁ ମଲନୁପିରାଭିର ଭଳି ଔଷଧ ଖାଇବା ଦରକାର ନାହିଁ । ପାରାସିଟାମଲ ଔଷଧ ଏବେର କରୋନା ସହିତ ମୁକାବିଲା କରିବା ପାଇଁ କାଫି । ଏମିତିକି ଆଂଟି ବାୟୋଟିକ ନଖାଇବାକୁ ଏବେ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ ।

ଆଇସିଏମଆରର ବିଶେଷଜ୍ଞ ତଥା କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସ କମିଟିର ସଦସ୍ୟ ଡାକ୍ତର ସଞ୍ଜୟ ପୂଜାରୀ କହିଛନ୍ତି, ମଲନୁପିରାଭିର ଔଷଧ ଖାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଅନେକ ଲକ୍ଷଣ ପରିଲିଖିତ ହେଉଛି । ତେଣୁ ମଲନୁପିରାଭିର ହେଉ ଅବା ଫାଭିପିରାଭିର ନଖାଇବା ଦରକାର ।

ଉଲ୍ଲେଖଯୋଗ୍ୟ, କରୋନା ବିରୋଧରେ ଚିକିତ୍ସା ପାଇଁ ବାହାରିଥିବା ଏହି ଦୁଇ ଔଷଧକୁ ମଧ୍ୟ କେରଳ ସରକାର ଚିକିତ୍ସା ପଦ୍ଧତିରୁ ପ୍ରତ୍ୟାହାର କରି ନେଇଛନ୍ତି ।

ବିଶେଷଜ୍ଞ କହିଛନ୍ତି, ପାରାସିଟାମଲ ଔଷଧ ଖାଇବା ଦ୍ୱାରା ପ୍ରବଳ ଜ୍ୱର ହୋଇଥାଉ କି ସାମାନ୍ୟ ଜ୍ୱର ଜଣେ ଆରୋଗ୍ୟ ହୋଇପାରିବ । ତେଣୁ କରୋନାର ସାମାନ୍ୟ ଲକ୍ଷଣ ରହିଥିଲେ ପାରାସିଟାମଲ ଉପରେ ଗୁରୁତ୍ୱ ଦିଆଯିବା ଦରକାର । ହାଇଡୋଜର ଔଷଧ ନେଲେ ଶରୀର ଉପରେ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି ।

ସେହିପରି ଦେଶର ଅନ୍ୟତମ ବରିଷ୍ଠ ଚିକିତ୍ସକ ତଥା ଇନଫେକସନ ଡିଜିଜ ଏବଂ ଇନଫେକସନ କଂଟ୍ରୋଲ ବିଭାଗର ଡାକ୍ତର ଅନୁପ ଆର ୱାରିଅର କହିଥିଲେ କୋଭିଡ ମୁକାବିଲା ପାଇଁ ପାରାସିଟାମଲଏବଂ କିଛି ଭିଟାମିନ ଔଷଧ ଖାଇଲେ ଭଲ ହୋଇଯିବ । ଅଧିକ ଡୋଜ ଔଷଧ ଖାଇବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ସଂକ୍ରମିତ ବ୍ୟକ୍ତି ଯଦି ଟିକା ନେଇନଥିବେ ଏବଂ ଗୁରୁତର ରହିଥିବେ ସେ ସମୟରେ ପାରାସିଟାମଲ କାମ ଦେଇନପାରେ ବୋଲି ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.