ବନ୍ଦ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଭବିଷ୍ୟତରେ ବିଜେଡିକୁ ଅଡୁଆ ?

0 320

ଭୁବନେଶ୍ୱର: ମମିତା ମେହେର ମୃତ୍ୟୁ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଶୁକ୍ରବାର ସାରା ରାଜ୍ୟରେ ବନ୍ଦ ଡାକରା ଦେଇଥିଲା। କିନ୍ତୁ ଏହି ବନ୍ଦକୁ ବିରୋଧ କରି ହୋଇଥିବା ଆବେଦନର ବିଚାର କରି ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ଏବେର ସ୍ଥିତିରେ ଶାସକ ଦଳ ବିଜେଡିକୁ ଏହା ସୁହାଇଛି। କଂଗ୍ରେସ ଯେଉଁଭଳି ବନ୍ଦ ପାଳନ କରିବାକୁ ଚାହୁଁଥିଲା ସେପରି ନକରିପାରିବାରୁ ଏହି ହରତାଳ ଉପହାସରେ ପରିଣତ ହୋଇଛି ବୋଲି ବିଜେଡି କହିଛି ।

ରିପୋର୍ଟ ଅନୁଯାୟୀ, ସକାଳ 6 ଟାରୁ 12 ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ହରତାଳ’ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା। ସାଧାରଣ ଜୀବନ ଆଂଶିକ ପ୍ରଭାବିତ ହୋଇଥିଲା ଯେପରିକି ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଥିଲା ଏବଂ ରାଜ୍ୟର ଅଧିକାଂଶ ସ୍ଥାନରେ ସାଧାରଣ ପରିବହନ ଚାଲୁ ରହିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିଥିଲେ । ହରତାଳ ଯୋଗୁଁ ରାସ୍ତାରେ ଗାଡି ଚଳାଚଳ କମ୍ ରହିଥିବା ଦେଖିବାକୁ ମିଳିଥିଲା ।

ତେବେ ଶାସକ ବିଜେଡି ନେତା ଏହି ହରତାଳକୁ ଲୋକେ ଉପହାସ କରିଛନ୍ତି ବୋଲି ପ୍ରେସମିଟ୍ କରି କହିଛି। କୌଣସି ଲୋକ ସମର୍ଥନ କରି ନାହାନ୍ତି ବୋଲି କହିଛି। ତେବେ ପ୍ରଶ୍ନ ଉଠୁଛି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେଡି ମତରେ କେମିତି ହୋଇଥିଲେ ଏହି ହରତାଳ ସଫଳ ହୋଇଥାନ୍ତା? ରାସ୍ତାରେ ଟାୟାର ଜଳିଲେ ହିଁ ବନ୍ଦ ସଫଳ କୁହାଯାଏ କି? ବନ୍ଦ ପାଳନ ବେଳେ ହିଂସା ଭଳି ସ୍ଥିତି ବନ୍ଦର ଏକ ଅଂଶ ବୋଲି ଭାବୁଛି କି ବିଜେଡି?

ତେବେ କଂଗ୍ରେସ କିନ୍ତୁ ଏହି ବନ୍ଦ ନାଁରେ ଅନେକ କିଛି ବାର୍ତ୍ତା ଦେଇଛି। ଲୋକଙ୍କୁ ଅଟକାଇବା ଚକଲେଟ ଦେଇ ମମିତାଙ୍କ ନ୍ୟାୟ ପାଇଁ ସହଯୋଗ ମାଗିଛି । ଏଥିସହ ମମିତାଙ୍କ ନ୍ୟାୟ ପାଇଁ ଲଣ୍ଡା ହୋଇଛନ୍ତି କଂଗ୍ରେସ କର୍ମୀ ।

ସେପଟେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ହରତାଳ ଶାନ୍ତିପୂର୍ଣ୍ଣ ଥିଲା ଏବଂ ରାଜଧାନୀର କୌଣସି ସ୍ଥାନରୁ ଅଘଟଣ ଘଟିନାହିଁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରୁ ହିଂସା ସମ୍ପର୍କରେ ଖବର ଆସିନାହିଁ।

ତେବେ ବନ୍ଦକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ବି ରାଜ୍ୟରେ ଆଉ କୌଣସି ରାଜନୈତିକ ଦଳ ସମ୍ପୂର୍ଣ୍ଣ ବନ୍ଦ ପାଳନ କରିପାରିବେ ନାହିଁ । କେବଳ ହରତାଳ କରିପାରିବେ । ଯାହାକି ସାଧାରଣ ଜୀବନ ଯାତ୍ରାରେ ବାଧା ସୃଷ୍ଟି କରିବ ନାହିଁ । କିନ୍ତୁ ପ୍ରତିବାଦ ଜଣାଇପାରିବେ। ଯଦି ବିଜେଡି ଭାଷାରେ କଂଗ୍ରେସର ହରତାଳ ଉପହାସ । ତାହେଲେ ହାଇକୋର୍ଟ ରାୟମାନି ଆଗାମୀ ଦିନରେ ବିଜେଡି କୌଣସି ପ୍ରସଙ୍ଗରେ ହରତାଳ କଲେ ଦଳ ଏହାକୁ ସଫଳ କରାଇବାକୁ ଯାଇ କଣ କରୁଛି ତାହା ଭବିଷ୍ୟତ କହିବ ।

Leave A Reply

Your email address will not be published.