ଚେତା ଶୂନ୍ୟ ବ୍ୟକ୍ତିଙ୍କୁ ନିଜ କାନ୍ଧରେ ବୋହି ହସ୍ପିଟାଲରେ ଭର୍ତ୍ତି କରାଇଲେ ରାଜେଶ୍ୱରୀ

0 87

ଚେନ୍ନାଇ: ଚେନ୍ନାଇ ପୋଲିସର ଜଣେ ମହିଳା ଅଧିକାରୀ ଇ ରାଜେଶ୍ୱରୀ ଟି.ପି. ଚାତ୍ରାମ ଅଞ୍ଚଳରେ, ଗଛ ମୂଳରେ ଚେତାଶୂନ୍ୟ ହୋଇପଡିଥିବା ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଅଟୋ ରିକ୍ସାରେ ଡାକ୍ତରଖାନା ନେଇଥିଲେ । ମହିଳା ପୋଲିସ ଅଧିକାରୀ ଜଣଙ୍କ କହିଥିଲେ କଣ୍ଟ୍ରୋଲ ରୁମରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ଏକ ଫୋନ୍ କଲ ଆସିଥିଲା। ଏହାପରେ ସେ ଗଛ ତଳେ ଶୋଇଥିବା ବ୍ୟକ୍ତିଙ୍କୁ କାନ୍ଧରେ ବୋହୀ ହସ୍ପିଟାଲରେ ଭର୍ତ୍ତି କରାଇଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ ଏବେ ପ୍ରବଳ ବର୍ଷା ଏବଂ ପବନ ହେଉଛି। ଏହି କାରଣରୁ ଅନେକ ସ୍ଥାନର ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ଜନ ଜୀବନ ପ୍ରଭାବିତ ହୋଇଛି।

ମହିଳା ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଘଟଣାସ୍ଥଳରେ ପହିଂଚିବା ପରେ ସେ ଗଛ ତଳେ ଜଣେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଜାଣିପାରିଥିଲେ ଯେ ବ୍ୟକ୍ତି ଜଣଙ୍କ ଚେତାଶୂନ୍ୟ ହୋଇ ପଡିଛନ୍ତି। ଏହାପରେ ସେ ହସ୍ପିଟାଲ ନେଇଯାଇଥିଲେ। ଏହି ବ୍ୟକ୍ତି ଜଣଙ୍କ 28 ବର୍ଷୀୟ ଉଦୟକୁମାର ଟି ବୋଲି ଜଣାପଡିଛି ।

Leave A Reply

Your email address will not be published.