ଭୁବନେଶ୍ୱର: ଓଡ଼ିଶାରେ ବଢ଼ିବାରେ ଲାଗିକଛି ଓମିକ୍ରନ୍। ୨୧ ତାରିଖରେ ରାଜ୍ୟରେ ପ୍ରଥମ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ବାହାରିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।
ପୂର୍ବରୁ ଚିହ୍ନଟ ୨ ଓମିକ୍ରନ ଆକ୍ରାନ୍ତ ନାଇଜେରିଆ ଓ କତାରରୁ ଫେରିଥିଲେ। ଆଜି ଯେଉଁମାନେ ଚିହ୍ନଟ ହୋଇଛନ୍ତି ସେମାନେ କେଉଁଠୁ ଫେରିଛନ୍ତି ସଠିକ ଜଣାପଡ଼ି ନ ଥିଲେ ବି ନାଇଜେରିଆ ଫେରନ୍ତା ବୋଲି ସୂଚନା ମିଳିଛି। ହେଲେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନି ।
ସୂଚନାଯୋଗ୍ୟ, ସମଗ୍ର ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆୟୋଜିତ ହେଉଛି ତୁହାକୁ ତୁହା ବୈଠକ କରାଯାଉଛି