ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି କମିଲେ ମଧ୍ୟ ଦେଶବାସୀଙ୍କୁ ଆଶ୍ୱସ୍ତି ନାହିଁ !

0 52

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବୁଧବାର କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି। ଏବଂ ଏହାଦ୍ୱାରା ଖୁଚୁରା ଦର ହ୍ରାସ ପାଇବ। ନଭେମ୍ବର 4 (ଆଜି ପାଖରୁ) ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି 5 ଟଙ୍କା ଏବଂ ଡିଜେଲ ଉପରେ 10 ଟଙ୍କା ହ୍ରାସ କରାଯିବ।

ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଉଭୟ ଇନ୍ଧନର ଘରୋଇ ମୂଲ୍ୟକୁ ରେକର୍ଡ କରିବାରେ ଲାଗିଛି। ଅନେକ ସହରରେ ପେଟ୍ରୋଲ ଲିଟର ପିଛା 110 ଟଙ୍କା ଅତିକ୍ରମ କରିସାରିଥିବାବେଳେ ଡିଜେଲ ମଧ୍ୟ ପଛରେ ନାହିଁ। ପରିବହନ ଇନ୍ଧନର ବୃଦ୍ଧି ମୁଦ୍ରାସ୍ଫୀତି ଚାପକୁ ନେଇ ଚିନ୍ତା ବଢାଇଇ ଦେଇଥିଲା ଯାହା ଆରବିଆଇକୁ ମଧ୍ୟ ଚିନ୍ତାରେ ପକାଇଥିଲା।

ଦିପାବଳୀର ଗୋଟିଏ ଦିନ ପୂର୍ବରୁ ବୁଧବାର ରାତିରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ ପେଟ୍ରୋଲ ତୁଳନାରେ ଦୁଇଗୁଣ ହେବ। ଭାରତୀୟ କୃଷକମାନେ ସେମାନଙ୍କର ପରିଶ୍ରମ ଦ୍ୱାରା ଅର୍ଥନୀତିକ ଅଭିବୃଦ୍ଧି ଜାରି ରଖିଛନ୍ତି। ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟିରେ ଏବଂ ଆଗାମୀ ରବି ଋତୁରେ ଚାଷୀଙ୍କ ପାଇଁ ଏକ ଉତ୍ସାହ ଭାବରେ ଆସିବ ବୋଲି ମନ୍ତ୍ରାଳୟ କହିଛି।

ଅର୍ଥନୀତିକୁ ଅଧିକ ଉତ୍ସାହିତ କରିବା ପାଇଁ ଡିଜେଲ ଏବଂ ପେଟ୍ରୋଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି।

ଏହାପରେ ଆସାମ, କର୍ଣ୍ଣାଟକ ପ୍ରଟ୍ରୋଲ ଓ ଡିଜେଲରେ 7 ଟଙ୍କା ଭାଟ କମାଇ ଥିବା ବେଳେ ବିହାର ପେଟ୍ରୋଲରେ  1.30 ପଇସା ଓ ଡିଜେଲରେ 1.90 ପଇସା କମାଇଛି। ଯଦିଓ ଏହା ଏବେ ଆଶ୍ୱସ୍ତି ଲାଗୁଛି କିନ୍ତୁ ଏହା ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ନୁହେଁ। ?

କୋଭିଡ ସଂକ୍ରମଣ ପରେ ପରେ  ଅଶୋଧିତ ତେଲ ଦର ବୃଦ୍ଧି ପାଉଥିବାରୁ ପେଟ୍ରୋଲ ଏବଂ ଡିଜେଲ ରେଟ୍ ବଢି ଚାଲିଛି। ଯଦି ବିଗତ ଦିନରେ ତେଲ ଦରକୁ ଦେଖିବା ତାହେଲେ ପ୍ରତିଦିନ ହାରାହାରି 35 ପଇସା ବୃଦ୍ଧି ପାଇଛି। ଏହାର ଅର୍ଥ ତିନି ଦିନରେ 1 ଟଙ୍କା । ଏପରି ଦର ବୃଦ୍ଧି ଲଗାତର ଭାବରେ ମଧ୍ୟ ହୋଇଛି। ତେଣୁ କେନ୍ଦ୍ର ସରକାର ଯେଉଁ 5 ଟଂକା ଏକ୍ସାଇଜ ଶୁକ୍ଳ କମାଇଲେ ସେହି ଦର ପୁଣି ଥରେ ଆଗାମୀ 15 ଦିନରେ ପୂରଣ ଯେ ନହେବ କିଏ ବା ଗ୍ୟାରେଣ୍ଟି ଦେବ?

ପେଟ୍ରୋଲ ଓ ଡିଜେଲ ଦର କମିବା ପରେ ଓଡ଼ିଶାରେ ପେଟ୍ରୋଲ 6.60 ଓ ଡ଼ିଜେଲ 12.80 ପଇସା କମିବ । ତେଣୁ ପେଟ୍ରୋଲ ଦର ଏବେ 104ରୁ 105 ଟଙ୍କା ମଧ୍ୟରେ ରହିବାକୁ ଥିବା ବେଳେ ଡିଜେଲ ଦର 95ରୁ 96 ଟଙ୍କା ମଧ୍ୟରେ ରହିବ।

ଉଲ୍ଲେଖଯୋଗ୍ୟ, 2019 ମସିହା ନଭେମ୍ବର ପହିଲାରେ ପେଟ୍ରୋଲ ଦର ଲିଟର ପିଛା 71 ଟଙ୍କା 89 ପଇସା ରହିଥିବା ବେଳେ ଡିଜେଲ ଦର 70 ଟଙ୍କା 60 ପଇସା ଥିଲା। କିନ୍ତୁ ଦୁଇ ବର୍ଷ ମଧ୍ୟରେ ଏହା ପେଟ୍ରୋଲ 30ରୁ ଅଧିକ ଟଙ୍କା ବଢ଼ିଥିବା ବେଳେ ଡିଜେଲ ମଧ୍ୟ ପ୍ରାୟତଃ ସମାନ ପରିମାଣରେ ବଢିଛି।

Leave A Reply

Your email address will not be published.