ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି, ଆୟରୁ ୧ ହଜାର ୭୧ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ ପ୍ରତାପ

ପ୍ରତାପ ଏକୁଟିଆ ଏହି କାମ କରୁଥିଲେ ନା ତାଙ୍କର କିଏ ଗଡଫାଦର ଥିଲେ? ଏକୁଟିଆ ଏତେ ବଡ ଦୁର୍ନୀତି କରିବା କଣ ସମ୍ଭବ ହୋଇଥିବ?

3 405

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ ଓଡିଶା ପୋଲିସ ହାଉସି ଓ୍ବେଲଫେୟାର କର୍ପୋରେସନ ଡେପୁଟି ମାନେଜର ପ୍ରତାପ ସାମଲ। ଭୁବନେଶ୍ୱର ଭିଜିଲାନ୍ସ ଏସ ପି ଆର ପ୍ରକାଶ ଏହି ସୂଚନା ଦେଇଛନ୍ତି। ରେଡ୍ ବେଳେ ସମୁଦାୟ ୧୪.୭୮ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ଏହି ଦୁର୍ନୀତିଖୋର ଅଧିକାରୀ  ଆୟଠାରୁ ୧୦ଗୁଣ ଅଧିକ ସମ୍ପତି ଠୁଳ କରିଥିବା ଜଣାପଡିଛି । ସ୍ଥିତି ଏମିତି ଯେ କୁବେର ଏତେ ଧନ ସମ୍ପତ୍ତି ଦେଖିଲେ ଆଖି ବୁଲାଇ ଦେବ ।

ତେବେ ପ୍ରତାପଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ମାମଲା ରୁଜୁ କରିଛି ଭିଜିଲାନ୍ସ । ତାଙ୍କର ପତ୍ନୀଙ୍କର ଆୟ କରିବା ପାଇଁ କୌଣସି ଉତ୍ସ ନଥିବା ବେଳେ ଏତେ ସମ୍ପତ୍ତି କେମିତି ଆସିଲା ତାର ତଦନ୍ତ କରିବ ଭିଜିଲାନ୍ସ । ତେବେ ପ୍ରତାପ ଏକୁଟିଆ ଏହି କାମ କରୁଥିଲେ ନା ତାଙ୍କର କିଏ ଗଡଫାଦର ଥିଲେ? ଏକୁଟିଆ ଏତେ ବଡ ଦୁର୍ନୀତି କରିବା କଣ ସମ୍ଭବ ହୋଇଥିବ? ଭିଜିଲାନ୍ସର କାମ ଏଇଠି ଅଟକି ଯିବ ନା ଆଗକୁ ବଢ଼ିବ ଏସବୁ ପ୍ରଶ୍ନ ଏବେ ସାଧାରଣରେ ଉଠିଛି ।

ରେଡ ବେଳେ ୧୪.୭୮ କୋଟି ଠାବ କରିଛି ଭିଜିଲାନ୍ସ। ଯେଉଁଥିରେ ରହିଛି୨୫ଟି ପ୍ଲଟ ଯାହାର ଦାମ ୩କୋଟି ୪୧ଲକ୍ଷ ୫୮ହଜାର୪୧୨ଟଙ୍କା। ଗୋଠପାଟଣାରେ ଏକ ୫ମହଲା ବିଲ୍ଡିଂ ଯାହାର ଦାମ ୩କୋଟି ୮୯ଲକ୍ଷ ସେହିପରି ଆହୁରି ନୂଆପଲ୍ଲୀ ସମେତ ଭଦ୍ରକରେ ମଧ୍ୟ ଠାବ ହୋଇଛି କୋଠା। ଏକ କୋଟି ୬୧ ଲକ୍ଷ ୩୫ହଜାର ବ୍ୟାଙ୍କ ଡିପୋଜିଟ ସହ ୫୭ଲକ୍ଷର ଇନସୁରାନ୍ସ ଡିପୋଜିଟ ଠାବ ହୋଇଛି। ସମ୍ପତ୍ତିର ପରିମାଣ ଆୟଠାରୁ ୧୦ ଗୁଣ ଅଧିକ ସରକାରୀ ଭାବେ ୧ ହଜାର ୭୧ ପ୍ରତିଶତ ରହିଛି । ପ୍ରତାପ ଓ ତାଙ୍କ ପରିବାରଙ୍କ ନାଁରେ ୨୫ଟି ଜମି, କୋଠା ଓ ଫ୍ଲାଟ ରହିଛି ।

ମଙ୍ଗଳବାର ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସମେତ ବାଲେଶ୍ବର,ଭଦ୍ରକ ମୋଟ ୧୦ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ।ଜଣେ ଆଡିସିନାଲ ଏସପିଙ୍କ ନେତୃତ୍ବରେ ୫ଜଣ ଡିଏସପି ଓ ୭ଜଣ ଇନସ୍ପେକ୍ଟର ଏହି ଟିମରେ ରହିଥିଲେ।

3 Comments
  1. Jessiet says

    What a great read! The humor was a nice touch. For further details, click here: READ MORE. Let’s chat about it!

  2. Sammy_K says

    Very interesting topic, appreciate it for posting.Blog monetyze

  3. ClemmieA says

    I like this web blog very much, Its a really nice office to read and obtain information.Raise blog range

Leave A Reply

Your email address will not be published.