ମମିତାଙ୍କୁ ହତ୍ୟା ପୂର୍ବରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଏ ପଠାଇଥିଲେ ଟଙ୍କା?

ପେନ ଡ୍ରାଇଭ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡଲ ରହିଛି ତେଣୁ ପୋଲିସ ଏହାକୁ ଲୁଚାଉଛି: ସାଲୁଜା

0 37

ଭୁବନେଶ୍ୱର: ମମିତା ମେହେର ହତ୍ୟା ପ୍ରସଙ୍ଗରେ ଯେଉଁ ଦିଗକୁ ନେଇ ପୁଲିସ ନିରବ ରହୁଛି ଏବେ ସେହି ଦିଗ ଉପରେ ବଡ ଖୁଲାସା କରିଛନ୍ତି କଂଗ୍ରେସର କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା । ଗୃହରାଷ୍ଟ୍ର ମନ୍ତ୍ରୀ, ଗିରଫ ହୋଇଥିବା ହତ୍ୟାକାରୀ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ମମିତାଙ୍କ ମଧ୍ୟରେ ହୋଇଥିିବା କଲ୍ ଡିଟେଲ୍ସ ତଦନ୍ତ ହେବା ଦରକାର ବୋଲି ବିରୋଧୀ ଦାବି କରୁଛନ୍ତି । ହେଲେ ପୁଲିସ ଏ ଦିଗଗରେ ଏବେ ନିରବ ରହିଛି । ଆଜି କିନ୍ତୁ ସାଲୁଜା କହିଛନ୍ତି ରାୟପୁରରୁ ଫେରିବା ପରେ ହୋଇଥିବା ବ୍ୟାଙ୍କ ଟ୍ରାଞ୍ଜାକସନ ଉପରେ। ହେଲେ ଏହି ଟ୍ରାଞ୍ଜାକସନର ସତ୍ୟତା ସେତେବେଳେ ଜଣାପଡିବ ଯେତେବେଳେ ତିନି ଜଣଙ୍କ କଲ ଡିଟେଲ୍ସ ଯାଞ୍ଚ ହେବ।

ସାଲୁଜା କହିଛନ୍ତି, 20 ସେପ୍ଟେମ୍ବର ମଧ୍ୟରେ ଗୋବିନ୍ଦ ମମିତାକୁ ରାୟପୁର ନେଇଥିଲେ । ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଲ ଆପାର୍ଟମେଣ୍ଟରେ ବସି ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । ସେଠୁ ସେ 23 ସେପ୍ଟେମ୍ବରରେ ଫେରି କଣ୍ଟାବାଞ୍ଝି ଯାଇଥିଲେ । ବୁଝାମଣା ନ ହୋଇପାରିବାରୁ 7 ତାରିଖରେ ମମିତାଙ୍କ ଆକାଉଣ୍ଟ SBI3533543398ରେ 8ହଜାର ଟଙ୍କା ଜମା କରାଇଥିଲା ଗୋବିନ୍ଦ । ପରେ ମମିତାଙ୍କୁ ଗୋବିନ୍ଦ ଡକାଇଥିଲେ ଓ 8 ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

ଏହାର ଖୋଳତାଡ ହେବା ଦରକାର । ତେଣୁ ତିନି ଜଣଙ୍କ ମୋବାଇଲର କଲ ଡିଟେଲ୍ସ ଯାଞ୍ଚ ହେବା ଦରକାର ବୋଲି ସାଲୁଜା କହିଛନ୍ତି । ଏ ତିନି ଜଣ ଗୋଟିଏ ସ୍ଥାନରେ ଥିଲେ କି ନାହିଁ ଜଣା ପଡିବ । ମାତ୍ର ପୋଲିସ ଏ ଦିଗରେ କିଛି କହୁନି କି ଖୁଲାସା କରୁନି ବୋଲି ସାଲୁଜା କହିଛନ୍ତି । ରାୟପୁରରେ ଥିବା ସମୟର କଲ ରେଜିଷ୍ଟର ସାମ୍ନା କୁ ଆଣାଯାଉ । ପେନଡ୍ରାଇଭ ଓ ଲାପଟପ ମିଳିଛି ମାତ୍ର ତାହାର ଖୁଲାସା ପୋଲିସ କରୁ ନାହିଁ । ଏହି ପେନ ଡ୍ରାଇଭ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡଲ ରହିଛି ତେଣୁ ପୋଲିସ ଏହାକୁ ଲୁଚାଉଛି ବୋଲି ସାଲୁଜା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ସହ ସ୍ୱର ମିଳାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଜୟଙ୍କ ପରି ସେ ମଧ୍ୟ କ୍ୟାପଟେନ ଦିବ୍ୟଶଙ୍କରଙ୍କ ରାୟପୁର ବୈଠକ କଥା ଉଠାଇଥିଲେ। ଆଉ ଅଭିଯୋଗ କରିଛନ୍ତି, ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତାଙ୍କ ଭିତରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବା ପାଇଁ କ୍ୟାପଟେନ୍ ଦିବ୍ୟଶଙ୍କର ଉଦ୍ୟମ କରିଥିଲେ।

Leave A Reply

Your email address will not be published.